Friday, March 13, 2026 09:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ୟୁପିଏ ଲାଇନ୍ … ନବୀନଙ୍କ ଡବଲ୍ ରୋଲ୍

by Our Correspondent
18 Jul, 2017- 10:35 PM
in Latest News, Politics
1 min read
0
ୟୁପିଏ ଲାଇନ୍ … ନବୀନଙ୍କ  ଡବଲ୍ ରୋଲ୍

Naveen Patnaik, Chief Minister of Orissa at his office in Bhubaneshwar, Orissa, India

ଭୁୁବନେଶ୍ୱର: କ’ଣ କରିବେ ନ କରିବେ ଦ୍ୱନ୍ଦରେ ଥିଲେ । ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କଲେ । ଆଉ ଶେଷ ମୁହୁର୍ତ୍ତରେ ୟୁପିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କଲେ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ରାଜନୈତିକ ପଣ୍ଡିତମାନଙ୍କ ମଧ୍ୟରୁ କିଏ କହୁଛନ୍ତି ନବୀନଙ୍କ ଏଭଳି ପଦକ୍ଷେପ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ଥିଓରିକୁ ପରିପୃଷ୍ଠ କରିଛି । ଆଉ କିଏ କହୁଛନ୍ତି, ନବୀନ ଏବେ ଦୁଇ ନାଆରେ ଗୋଡ଼ ଦେଇଛନ୍ତି । ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ନବୀନ ବିଜେପି ଆକ୍ରୋଶରେ ପଡ଼ିବା ଥୟ ବୋଲି କିଛି ଆଶଙ୍କା କରୁଛନ୍ତି । ଅର୍ଥାତ ସିବିଆଇକୁ ମୋଦି ସରକାର ଚିଟଫଣ୍ଡ ଅସ୍ତ୍ରଭାବେ ବ୍ୟବହାର କରି ବିଜେଡ଼ି ନେତାଙ୍କୁ ବାନ୍ଧି ପକାଇବେ ବୋଲି ସେମାନେ ଅନୁମାନ କରୁଛନ୍ତି ।

ବାସ୍ତବରେ ୟୁପିଏ ନେତୃତ୍ୱାଧୀନ ୧୮ ଟି ମିିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଘୋଷଣା ନବୀନଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି ବିଚାର କରାଯାଉଛି । ଏହା ନିଶ୍ଚିତ ଯେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଆଖିବୁଜା ସମର୍ଥନ ଦେଇଥିବା ନବୀନ ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗାନ୍ଧୀଙ୍କୁ ଭାବିଚିନ୍ତି ସମର୍ଥନ ଦେଇଛନ୍ତି । ଗାନ୍ଧୀ ତାଙ୍କର ପୁରୁଣା ବନ୍ଧୁ । ସମ୍ପର୍କ ଓ ବ୍ୟକ୍ତିତ୍ୱର ମାପକାଠିରେ ନବୀନ ତାଙ୍କୁ ସମର୍ଥନ ଦେବାରେ ଆଶ୍ଚର୍ଯ୍ୟ ହେବାର ନାହିଁ । ମାତ୍ର ନିଷ୍ପତ୍ତି ଘୋଷଣା କରିବାରେ ବିଳମ୍ବ ନବୀନଙ୍କ ରାଜନୈତିକ ଫନ୍ଦି ଫିକରକୁ ପଦାରେ ପକାଇଛି । ଏନଡିଏ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରି ନିଷ୍ପତ୍ତିର ରାଜ୍ୟନୈତିକ ମୂଲ୍ୟାଙ୍କନ କରିଛନ୍ତି । ଗାନ୍ଧୀଙ୍କ ଭଳି ଭେଙ୍କିଆ ନାଇଡୁ ବି ନବୀନଙ୍କର ଜଣେ ଉତ୍ତମ ବନ୍ଧୁ । ଭେଙ୍କେୟାଙ୍କ ନାଁ ଘୋଷଣା ପରେ ଅନେକ ଭାବୁଥିଲେ ଏନଡ଼ିଏ ଲାଇନ୍ ରେ ଥିବା ନବୀନ ତାଙ୍କୁ ସମର୍ଥନ ଦେବେ । ମାତ୍ର ପ୍ରବଳ ଦ୍ୱନ୍ଦ ସତ୍ତ୍ୱେ ନବୀନ ସେ ଭୁଲ୍ କରିନାହାନ୍ତି । ଭେଙ୍କେୟାଙ୍କୁ ସମର୍ଥନ ଦେଇଥିଲେ ତାହା ବିଜେଡ଼ିର ବିଜେପି ଚୋରା ପୀରତିକୁ ପଦାରେ ପକାଇ ଦେଇଥାଆନ୍ତା । ମୋଦିଙ୍କ ଅଦୃଶ୍ୟ ସିବିଆଇ ଚାପ ଓ ଡର ସତ୍ତ୍ୱେ ସେ ବିଜେଡ଼ିର ସମ୍ମାନକୁ ରକ୍ଷା କରିବାରେ ସମର୍ଥ ହୋଇଥିବା କୁହାଯାଉଛି ।

ସେପଟେ ଗାନ୍ଧୀଙ୍କୁ ସମର୍ଥନ ଦେଇ ନବୀନ ଏହି ବାର୍ତ୍ତା ଦେବାକୁ ଚାହିଁଛନ୍ତି କି ବିଜେପି ସହିତ ତାଙ୍କର ଗୋପନ ଗଠବନ୍ଧନ ନାହିଁ । ବିଜେପି ଓ କଂଗ୍ରେସଠାରୁ ତାଙ୍କ ଦଳ ସମଦୂରତାରେ ଅଛି । ରାଜନୈତିକ ଗଣିତର ଜଟିଳ ପାଠକୁ ନବୀନ ଜନସାଧାରଣଙ୍କ ପାଖରେ ସୁନ୍ଦର ଭାବେ ଉପସ୍ଥାପିତ କରିବାରେ ସମର୍ଥ ହୋଇଛନ୍ତି । ଏହାଦ୍ୱାରା ନବୀନଙ୍କ ଭାବମୂର୍ତ୍ତି ଜନମାନସରେ ଆହୁରି ଆଦୃତ ହୋଇଛି । ଗୋଟେ ଗୁଳିରେ ଦୁଇଟି ଶିକାର କଲା ଭଳି ଗୋପାଳକୃଷ୍ଣ ଗାନ୍ଧୀଙ୍କ ଭଳି ବନ୍ଧୁଙ୍କୁ ସେ ନିରାଶ କରିନାହାନ୍ତି ଏବଂ ବିଜେପିର ବୋଲକରା ଡାକରୁ ମୁକ୍ତ ହୋଇଛନ୍ତି ।

Previous Post

ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଭେଙ୍କେୟା

Next Post

ମନଖୋଲା ନୁହେଁ କ୍ରସ ଭୋଟିଂ ଡର !

Next Post
ମନଖୋଲା ନୁହେଁ କ୍ରସ ଭୋଟିଂ ଡର !

ମନଖୋଲା ନୁହେଁ କ୍ରସ ଭୋଟିଂ ଡର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA