Wednesday, March 4, 2026 11:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୩କୁ ଅପେକ୍ଷା: ଉଡୁଛି ଆକଳନ, ବଢ଼ୁଛି ଉତ୍କଣ୍ଠା

by Our Correspondent
15 May, 2019- 01:30 PM
in Latest News, News, Politics
1 min read
0
୨୩କୁ ଅପେକ୍ଷା: ଉଡୁଛି ଆକଳନ, ବଢ଼ୁଛି ଉତ୍କଣ୍ଠା
ଭୁବନେଶ୍ୱର: ଭୋଟ ଗଣତି ପାଇଁ ମଝିରେ ଆଉ ମାତ୍ର ୭ ଦିନ । ‘ଫନି’ ବାତ୍ୟାରେ ଛପି ଯାଇଥିବା ଭୋଟ ଉଷ୍ମତା ଫେରିଆସିଲାଣି । ଉଭୟ ରାଜ୍ୟ ଓ କେନ୍ଦ୍ରରେ କିଏ ସରକାର ଗଢ଼ିବ ତାହାର ଅବଗଣନା ଆରମ୍ଭ ହୋଇଛି । ଖାସ୍ କରି ରାଜ୍ୟରେ ବିଜେଡ଼ି, ବିଜେପି ଓ କଂଗ୍ରେସର ସ୍ଥିତିକୁ ନେଇ ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି ବିଭିନ୍ନ ସର୍ଭେ ରିପୋର୍ଟ । ସର୍ଭେର ଠିକଣା ଜଣା ନଥିଲେ ମଧ୍ୟ ତାହାକୁ ନେଇ ବାଜି ମରାମରି ଆରମ୍ଭ ହୋଇଛି ।
ଏକ ସର୍ଭେ ରିପୋର୍ଟରେ ବିଜେଡ଼ିକୁ ସର୍ବନିମ୍ନ ୯୩ ଟି ବିଧାନସଭା ଆସନ ମିଳିବ ବୋଲି ଆକଳନ କରାଯାଇଛି । ୫୩ଟି ଆସନରେ ବିଜେପି କିମ୍ବା କଂଗ୍ରେସ ସହ ବିଜେଡ଼ିର କଡ଼ା ମୁକାବିଲା ସ୍ଥିତି ରହିଛି । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଆସନଟି ବିଜେଡ଼ିର ହାତଛଡ଼ା ହେବ, ତାହା ସ୍ପଷ୍ଟ କରାଯାଇଛି । ଏହି ସଂଖ୍ୟା ହିସାବକୁ ନେଇ ବିଜେଡ଼ି ଅନ୍ୟୁନ ୬୩.୩ ପ୍ରତିଶତ ଆସନରେ ନିଶ୍ଚିତ ବିଜୟୀ ହେଉଥିବା ବେଳେ ୩୬.୧ ପ୍ରତିଶତ ଆସନରେ କଡ଼ା ମୁକାବିଲାର ସାମନା କରୁଥିବା ରିପୋର୍ଟରେ କୁହାଯାଇଛି । ପୁଲିଂ ବୁଥ୍, ୱାର୍ ରୁମସ୍ ଏବଂ ବ୍ଲକ୍ ୱାରୀ ତଥ୍ୟ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଥିବା ଦାବି କରାଯାଇଛି ।
ଅନ୍ୟ ଏକ ସର୍ଭେ ରିପୋର୍ଟରେ ବିଜେପି ୭୮ଟି ବିଧାନସଭା ଆସନ ହାସଲ କରିବ ବୋଲି କୁହାଯାଇଛି । ଆକଳନକାରୀ ୪ଟି ଯାକ ପର୍ଯ୍ୟାୟର ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ବୋଧହୁଏ ଏହି ଆକଳନ କରିଛନ୍ତି । କାରଣ ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ୍ ଙ୍କ ମୃତ୍ୟୁ ଯୋଗୁଁ ପାଟକୁରା ନିର୍ବାଚନ ଘୁଞ୍ଚିଥିଲେ ମଧ୍ୟ ଆକଳନକାରୀ ଏହା ଭୁଲିଯାଇଛନ୍ତି । ପାଟକୁରା ନିର୍ବାଚନ ଏପ୍ରିଲ୍ ୨୯ ତାରିଖରେ ହୋଇଛି ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇ ସେଠାରେ ବିଜେପି ପ୍ରାର୍ଥୀଙ୍କୁ ସମ୍ଭାବ୍ୟ ବିଜୟୀ ତାଲିକାରେ ରଖିଛନ୍ତି । ଏହି ସର୍ଭେ ରିପୋର୍ଟରେ ବିଜେଡ଼ିକୁ ୫୬ ଆସନ ଦିଆଯାଇଥିବା ବେଳେ କଂଗ୍ରେସକୁ ୧୩ ଟି ଆସନ ଦିଆଯାଇଛି ।
ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଅନ୍ୟ ଏକ ସର୍ଭେ ରିପୋର୍ଟରେ ବିଜେଡ଼ିକୁ ୫୫ ଆସନ ଦିଆଯାଇଥିବା ବେଳେ ବିଜେପିକୁ ୩୪ ଆସନ ଏବଂ କଂଗ୍ରେସକୁ ୧୧ ଆସନ ଦିଆଯାଇଛି । ଅବଶିଷ୍ଟ ଆସନ ମଧ୍ୟରୁ ୨୩ଟିରେ ବିଜେଡ଼ି-ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ଦର୍ଶାଯାଇଥିଲା ବେଳେ ୭ଟି ଆସନରେ ବିଜେଡ଼ି-କଂଗ୍ରେସ ମଧ୍ୟରେ ଏବଂ ୪ ଟି ଆସନରେ ବିଜେପି-କଂଗ୍ରେସ ମଧ୍ୟରେ ଟକ୍କର ହୋଇଥିବା ଦର୍ଶାଯାଇଛି । ଅବଶିଷ୍ଟ ୧୨ ଟି ଆସନରେ ଚିତ୍ର ସମ୍ପୂର୍ଣ୍ଣ ଅସ୍ପଷ୍ଟ ରଖାଯାଇଛି ।
ଖାଲି ଏହି ତିନୋଟି ନୁହେଁ, ଏଭଳି ଅନେକ ଗୁଡ଼ିଏ ସର୍ଭେ ରିପୋର୍ଟ ଏବେ ଘୂରୁଛି । ଏସବୁ ସର୍ଭେ ରିପୋର୍ଟ କିଏ ଏବଂ କେଉଁ ଆଧାରରେ ପ୍ରସ୍ତୁତ କରିଛନ୍ତି ତାହାର କୌଣସି ବିବରଣୀ ଦିଆଯାଇ ନ ଥିବାରୁ ବିଶ୍ୱନୀୟତା ଉପରେ ସନ୍ଦେହ ରହିବା ସ୍ୱାଭାବିକ । ତେବେ ସୋସିଆଲ୍ ମିଡ଼ିଆରେ ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି ।
ଏମିତିରେ ବିଜେଡ଼ି ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବ ବୋଲି ଦଳୀୟ ନେତାମାନେ ଖୁବ୍ ଦମ୍ଭ ଦେଖାଉଛନ୍ତି । ମ୍ୟାଜିକ୍ ସଂଖ୍ୟା ହାସଲ ନେଇ ଦଳୀୟ ନେତାଙ୍କ ମଧ୍ୟରେ କୌଣସି ଦ୍ୱିଧା କିମ୍ବା ସଙ୍କୋଚ ଦେଖିବାକୁ ମିଳୁନି । ବିଜେଡ଼ିର ଜଣେ ବରିଷ୍ଠ ନେତା ଜୋର୍ ଦେଇ କହିଛନ୍ତି, ଆମେ ୧୦୫ ସିଟ୍ ରୁ ଅଧିକ ସିଟ୍ ପାଇବୁ । ତେବେ ବିଜେଡ଼ିର ସଂଖ୍ୟାକୁ ନେଇ ଉଚ୍ଚ ଆକଳନ ଲଗାଇଛନ୍ତି ଦଳର ମିଡ଼ିଆ ପ୍ୟାନେଲିଷ୍ଟ ସତ୍ୟଜିତ୍ ମିଶ୍ର । ବିଜେଡ଼ି ୧୩୪ ଟି ଆସନ ହାସଲ କରିବ ବୋଲି ବେଟ୍ ମାରିଛନ୍ତି ।
ସରକାର ଗଠନ ପାଇଁ ବିଜେପି ମଧ୍ୟ ସମ୍ପୂର୍ଣ୍ଣ ଆଶାବାଦୀ ଅଛି । ଭୋଟରଙ୍କ ମତିଗତି ବିଜେପି ସପକ୍ଷରେ ଯାଇଥିବା ଦଳର ଅନେକ ନେତା ବିଶ୍ୱାସ କରୁଛନ୍ତି । ଭୋଟରଙ୍କ ମୋଦି-ମୁଡ୍ ପରିପ୍ରେକ୍ଷୀରେ ସେମାନେ ୭୪ ରୁ ଅଧିକ ବିଧାନସଭା ସିଟ୍ ଜିତିଯିବେ ବୋଲି ଅନୁମାନ ଲଗାଇଛନ୍ତି । ଅବଶ୍ୟ ଦଳର ଆଉ କିଛି ନେତା ଏହାକୁ ବିଶ୍ୱାସ କରୁନାହାନ୍ତି । ବିଜେପି ବେଶୀ ହେଲେ ୪୫ ଟି ଆସନରେ ସୀମିତ ରହିବ ବୋଲି ସେମାନଙ୍କ ଅନୁମାନ ।
ବିଜେଡ଼ିକୁ କାଟି ବିଜେପି ଏଥର ରାଜ୍ୟରେ ସରକାର ଗଢ଼ିବାକୁ ସ୍ୱପ୍ନ ରଖୁଥିବା ବେଳେ କଂଗ୍ରେସ ସେହି ରେସ୍ ରେ ନାହିଁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୂଳରୁ ହାତ ଟେକି ସାରିଛନ୍ତି । ତେବେ ଗତଥର ଠାରୁ କଂଗ୍ରେସ ଯଥେଷ୍ଟ ଭଲ କରିବ ବୋଲି ସେ କହିଛନ୍ତି । କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିବ ବୋଲି ଜଳ ଜଳ ଦେଖୁଛନ୍ତି ଦଳୀୟ ନେତା ।
ଅନ୍ୟପକ୍ଷରେ, ଲୋକସଭା ଆସନ ସ୍ଥିତିକୁ ନେଇ କୌଣସି ରାଜନୈତିକ ଦଳ ସଠିକ୍ ଅନୁମାନ ଲଗାଇପାରୁନାହାନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅତୁଟ ଥିଲା ବେଳେ ଦିଲ୍ଲୀ ପାଇଁ ମୋଦି ହାୱା ବୋହିଥିବାରୁ ଲୋକସଭା ସ୍ଥିତି ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ବିଜେପିର ଏମପି ସଂଖ୍ୟା ବଢ଼ିବ ବୋଲି ବିଜେଡ଼ି ନେତାମାନେ ସ୍ୱୀକାର କରୁଛନ୍ତି । ତେବେ ନିର୍ଦ୍ଦିଷ୍ଟ ଆସନ ସଂଖ୍ୟା ନେଇ ଆକଳନ ଲଗାଇ ପାରୁନାହାନ୍ତି । ବିଜେପି ନେତାମାନଙ୍କ ଆକଳନରେ କିନ୍ତୁ ଦଳକୁ ଅତି କମ୍ ରେ ୧୨ ଟି ଆସନ ମିଳିବ ।
ଆର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦେଶର ଜଣାଶୁଣା ସାମାଜିକ କର୍ମୀ ସଲିଲ ସେଟ୍ଟୀ ଭାରତବର୍ଷର ଭୋଟ ଫଳାଫଳକୁ ନେଇ ଏକ ଆକଳନ ପ୍ରସ୍ତୁତ କରିଛନ୍ତି । ତାଙ୍କ ଆକଳନରେ ଓଡ଼ିଶାରେ ବିଜେପିକୁ ଦୁଇଟି ଲୋକସଭା ଆସନ ଏବଂ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ ମିଳିବ । କେନ୍ଦ୍ରରେ ବିଜେପି ମେଣ୍ଟକୁ ୨୫୬ ଆସନ ଏବଂ କଂଗ୍ରେସ ମେଣ୍ଟକୁ ୨୭୯ ଆସନ ମିଳିବ ବୋଲି ସେ ତାଙ୍କ ସର୍ଭେ ରିପୋର୍ଟରେ ଦର୍ଶାଇଛନ୍ତି ।
Previous Post

ବାତ୍ୟା ଉଜାଡ଼ିଲା କୁନି ସଂସାର, ୫ ପିଲାଙ୍କୁ ଧରି ସ୍କୁଲ ବାରଣ୍ଡାରେ

Next Post

ପୋଡ଼ା ଟ୍ରାନସଫରମରରେ ତେଲ !

Next Post
ପୋଡ଼ା ଟ୍ରାନସଫରମରରେ ତେଲ !

ପୋଡ଼ା ଟ୍ରାନସଫରମରରେ ତେଲ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA