ଭୁୁବନେଶ୍ୱର: କିମସ୍ ଏବଂ ଅଶ୍ୱିନୀ ପରେ ଭୁବନେଶ୍ୱର ସମ୍ ରେ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ଅତ୍ୟାଧୁନିକ କୋଭିଡ୍ ହସ୍ପିଟାଲ୍ । ୫୦୦ ସାଧାରଣ ଶଯ୍ୟା ଏବଂ ୨୫ଟି ଆଇସିୟୁ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ୍ ହସ୍ପିଟାଲ୍ ଦେଶର ସର୍ବବୃହତ୍ତ ହସ୍ପିଟାଲ୍ ର ମାନ୍ୟତା ପାଇଛି । ଡାକ୍ତର, ନର୍ସଙ୍କଠାରୁ ଆରମ୍ଭ କରି ଆବଶ୍ୟକୀୟ ମେଡ଼ିକାଲ୍ ଭିତ୍ତିଭୂମି ସମ୍ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ଯୋଗାଇ ଦେଇଥିବା ବେଳେ ଏମସିଏଲ୍ ଆର୍ଥିକ ସହଯୋଗ କରିଛି ।








