ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ୍ ରେ ୨୦୦ ଶଯ୍ୟା ବିଶିଷ୍ଟ ଏକ କ୍ୟାନସର ହସ୍ପିଟାଲ୍ ସ୍ଥାପନ ହେବ । ଆଣବିକ ଶକ୍ତି ବିଭାଗ ଅଧୀନରେ ଥିବା ମୁମ୍ବାଇର ଟାଟା ମେମୋରିଆଲ୍ ସେଣ୍ଟର ପକ୍ଷରୁ ସ୍ଥାପନ ହେବାକୁ ଥିବା ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇବେ । ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନର କନଭେନସନ୍ ହଲ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।








