Sunday, April 5, 2026 06:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଇଡି ଛାଟରେ ଖେଳ ହୋଇଗଲା!

ମହାରାଷ୍ଟ୍ର ରାଜନୀତିରେ କମ୍ପନ

by Our Correspondent
02 Jul, 2023- 10:29 PM
in Latest News, National, News, Politics
1 min read
0
ଇଡି ଛାଟରେ ଖେଳ ହୋଇଗଲା!

ଭୁବନେଶ୍ୱର: ମହାରାଷ୍ଟ୍ରରେ ଗତବର୍ଷ ଉଦ୍ଧବ ଠାକୁରଙ୍କ ବିରୋଧରେ ତାଙ୍କର ଖାସ୍ ସହଯୋଗୀ ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରି ଶିବସେନାକୁ ଭାଙ୍ଗି ଦେଇଥିଲେ । ବିଜେପି(ଏନଡିଏ) ପଟକୁ ଆସି ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସମାନ ଢ଼ଙ୍ଗରେ ଆଜି ମହା ବିକାଶ ଅଘଡ଼ିର ପ୍ରମୁଖ ଅଂଶୀଦାର ଶରଦ ପାୱାରଙ୍କ ଏନସିପି କୁ ଭାଙ୍ଗି ଦେଇଛନ୍ତି ତାଙ୍କ ପୁତୁରା ଅଜିତ୍ ପାୱାର୍ । ବିଜେପି ପଟକୁ ଆସି ଏକନାଥ ସିନ୍ଦେଙ୍କ ମନ୍ତ୍ରୀମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ତୁତିଗାନ କରି ମହାରାଷ୍ଟ୍ରବାସୀଙ୍କୁ ମହାବିକାଶର ସ୍ୱପ୍ନ ଦେଖାଇଛନ୍ତି । ମହାରାଷ୍ଟ୍ର ରାଜନୀତିର ଏହି ଦୃଶ୍ୟପଟ ଏବଂ ନେତାଙ୍କ ଚରିତ୍ର ବଦଳ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି ।

ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଏନସିପି ଭାଙ୍ଗିଯାଇଛି । ପୁତୁରା ଅଜିତ୍ ପାୱାର ବିଦ୍ରୋହ କରିଛନ୍ତି । ଛଗନ ଭୁଜବଳଙ୍କ ସମେତ ୯ ଜଣ ଏନସିପି ବିଧାୟକଙ୍କୁ ସାଙ୍ଗରେ ନେଇ ଏକନାଥ ସିନ୍ଦେଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଅଜିତ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲା ବେଳେ ୯ ସହଯୋଗୀ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଛଗନ ଭୁଜବଳ, ଦିଲ୍ଲୀପ ୱାଲସ ପାଟିଲ୍, ହସନ୍ ମୁଶ୍ରିଫ୍, ଧର୍ମାରାଓ ବାବା ଅତରାମ୍, ଆଦିତି ସୁନୀଲ ତତକାରେ, ସଞ୍ଜୟ ବନସୋଡ, ଅନୀଲ ପାଟିଲ୍, ଧନଞ୍ଜୟ ମୁଣ୍ଡେ । ବିଧାନସଭାରେ ୫୩ ଏନସିପି ବିଧାୟକଙ୍କ ମଧ୍ୟରୁ ୪୦ ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ଅଛି ବୋଲି ଅଜିତ୍ ଦାବି କରିଛନ୍ତି । ଏହା ସତ ହେଲେ ମହାରାଷ୍ଟ୍ରରେ ଏନଡିଏ ବିଧାୟକଙ୍କ ସଂଖ୍ୟା ୧୭୦ ରୁ ବୃଦ୍ଧି ପାଇ ୨୧୦ ହେବ ।

ବିରୋଧୀ ଦଳର ନେତା ପଦରୁ ଉପମୁଖ୍ୟମନ୍ତ୍ରୀ ପଦକୁ ଆସିଥିବା ଅଜିତ୍ ପାୱାର ମୋଟ ପାଞ୍ଚ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲା ବେଳେ କେବଳ ଏହି ଟର୍ମରେ ତୃତୀୟ ଥର ପାଇଁ ଏହି ପଦ ହାସଲ କରିଛନ୍ତି । ୨୦୧୯ ରେ ଦେବେନ୍ଦ୍ର ଫନଡାଭିସ୍ ମନ୍ତ୍ରୀମଣ୍ଡଳରେ ସେ ଉପମୁଖ୍ୟମନ୍ତ୍ରୀ ହୋଇଥିଲା ବେଳେ ଉଦ୍ଧବ ଠାକୁରଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଶରଦ୍ ପାୱାରଙ୍କ ଡାହାଣ ହାତ କୁହାଯାଉଥିବା ଅନ୍ୟତମ ଟାଣୁଆ ନେତା ପ୍ରଫୁଲ୍ଲ ପଟେଲ ମଧ୍ୟ ଅଜିତ୍ ଙ୍କ ସହ ଏନଡିଏ ପଳେଇଛନ୍ତି ।

ଏହି ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟର ବଡ଼ ଦିଗଟି ହେଉଛି, ବିଜେପିର ହାତ ଧରିଥିବା ଅଜିତ୍ ପାୱାର, ଛଗନ ଭୁଜବଳ, ପ୍ରଫୁଲ୍ଲ ପଟେଲ ପ୍ରମୁଖ ନେତା ହଜାର ହଜାର କୋଟିର ଦୁର୍ନୀତି ମାମଲାରେ ଛନ୍ଦି ହୋଇ ମୋଦୀ ସରକାରଙ୍କର ଟାର୍ଗେଟ୍ ରେ ଥିଲେ । ଅଜିତ୍ ପାୱାର ଜେଲ୍ ରେ ଚକି ପେଶିବେ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫନଡାଭେସ୍ ସର୍ବସାଧାରଣରେ ଧମକ ଦେଇଥିଲେ । ଗତ ଜୁନ୍ ୨୫ ରେ ଭୋପାଳରେ ଏକ ଜନସଭାରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଜିତ୍, ପଟେଲ ଆଦି ଏନସିପି ନେତାଙ୍କ ଉଦେ୍ଦଶ୍ୟରେ ଚରମ ବାଣୀ ଶୁଣାଇଥିଲେ । ଏନସିପି ନେତାମାନେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତିରେ ଲିପ୍ତ ବୋଲି କହି ଭ୍ରଷ୍ଟାଚାରୀ ନେତାଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ।

ସୂଚନାଥାଉକି, ଅତୀତରେ ମହାରାଷ୍ଟ୍ରରେ ହୋଇଥିବା ବଡ଼ ବଡ଼ ଘୋଟାଲାରେ ଅଜିତ୍ ପାୱାରଙ୍କ ନାଁ ସର୍ବାଗ୍ରେ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଆୟକର ବିଭାଗରେ ତାଙ୍କ ବିରୋଧରେ ସଂଖ୍ୟାଧିକ ମାମଲା ରହିଛି । ତାଙ୍କର ଏକ କମ୍ପାନୀର ୧୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ଆୟକର ବିଭାଗ ଆଟାଚ୍ କରିଛି । ପ୍ରଫୁଲ୍ଲ ପଟେଲ ଏବଂ ଛଗନ ଭୁଜବଳଙ୍କର ଅବସ୍ଥା ମଧ୍ୟ ସେୟା । ଛଗନଙ୍କର ୨୦ କୋଟିର ସମ୍ପତ୍ତି ଇଡି ଆଟାଚ୍ କରିଛି । କିଛି ମାସ ତଳେ ମୁମ୍ବାଇରେ ପ୍ରଫୁଲ୍ଲ ପଟେଲଙ୍କର ଅଚଳାଚଳ ସମ୍ପତ୍ତିକୁ ଇଡି ଆଟାଚ୍ କରିଥିଲା ।

ଆଜି ଏନସିପି ଛାଡ଼ି ମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କ ସହଯୋଗୀ ହସନ୍ ମୁଶ୍ରିଫ୍ ଙ୍କ ବିରୋଧରେ ମଧ୍ୟ ଗଦା ଗଦା ମାମଲା ରହିଛି । ନିକଟରେ କୋହ୍ଲାପୁରରେ ଥିବା ତାଙ୍କର ଘରକୁ ଇଡି ଖାନତଲାସୀ କରିଥିଲା । ଏକ ମନି ଲଣ୍ଡରିଂ ମାମଲାରେ ଗତ ଏପ୍ରିଲରେ ମୁମ୍ବାଇ ହାଇକୋର୍ଟରୁ ସେ ଅନ୍ତରୀଣ ଜାମିନ୍ ପାଇଛନ୍ତି ।

ଇଡି ଏବଂ ଆୟକର ମାମଲାରେ ଛନ୍ଦି ହୋଇଥିବା ଏହି ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ବିଜେପି ଚାପ ପକାଇ ନିଜ ପଟକୁ ନେଇ ଯାଇଥିବା ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରକୁ ନିଜ ହାତରେ ରଖି ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ରାସ୍ତା କ୍ଲିୟର୍ କରିଥିବା କୁହାଯାଉଛି ।

ମହାରାଷ୍ଟ୍ରରେ ଟ୍ରିପଲ୍ ଇଂଜିନ୍ ସରକାର ଚାଲିଲା ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଶରଦ ପାୱାର୍ ଏହି ଘଟଣାକୁ ନେଇ ଭାଙ୍ଗି ପଡ଼ିନାହାନ୍ତି । ଏନସିପିକୁ ସେ ଉଠାଇବେ ବୋଲି ଦମ୍ଭ ଦେଖାଇଛନ୍ତି । କୋର୍ଟରେ ଆଇନଗତ ଲଢ଼େଇ ନ କରି ଲୋକଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି ।

Previous Post

ଲାଗିଛି ପ୍ରଧାନ ଜାମର! ବାହାରି ପାରୁନି ବିଜେପି ତାଲିକା

Next Post

ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ

Next Post
ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ

ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19177 shares
    Share 7671 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA