Saturday, April 4, 2026 01:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚିଲିକାରେ ପରଦେଶୀ ଅପରାଜିତା

ପୃଥ୍ୱୀରାଜଙ୍କ ନୂଆ ଅବତାର !

by Our Correspondent
23 Feb, 2021- 11:18 AM
in Latest News, News, Politics
1 min read
0
ଚିଲିକାରେ ପରଦେଶୀ ଅପରାଜିତା

ଭୁବନେଶ୍ୱର: ରାଜ୍ୟ ବିଜେପି ରାଜନୀତିରେ ପ୍ରତିଦିନ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି । ଖାସ୍ କରି ଦଳରେ ଅପରାଜିତା ଷଡ଼ଙ୍ଗୀଙ୍କ ଆର୍ବିଭାବ ପରଠୁ ଦଳୀୟ ସମୀକରଣ ବଦଳିଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜାଗା ନେବାକୁ ଅପରାଜିତାଙ୍କ ଗୋଟିଚାଳନାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଧର୍ମେନ୍ଦ୍ରଙ୍କ କିଛି ଖାସ୍ ଅନୁଗତ ଅପରାଜିତାଙ୍କ କ୍ୟାମ୍ପ ଧରିବା କୌତୁହଳ ସୃଷ୍ଟି କଲାଣି । ଏହି କ୍ରମରେ ବିଜେପିର ସାଧାରଣ ସମ୍ପାଦକ ତଥା ଧର୍ମେନ୍ଦ୍ରଙ୍କ ଆଶିର୍ବାଦପ୍ରାପ୍ତ ପୃଥ୍ୱୀରାଜ(ଟିଟୋ) ହରିଚନ୍ଦନ ଅପରାଜିତାଙ୍କ କାନ୍ଧ ଧରି ନିଜର ରାଜନୈତିକ ଭବିଷ୍ୟତ ଦେଖିବା ବିଜେପି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି ।

ଅପରାଜିତାଙ୍କ ଷଡ଼ଙ୍ଗୀଙ୍କୁ ନିଜ ନିର୍ବାଚନମଣ୍ଡଳୀ ଚିଲିକା ନେଇ ପୃଥ୍ୱୀରାଜ ଗତକାଲି ରୋଡ୍ ସୋ କରାଇଥିଲେ । ଅପରାଜିତା ଚିଲିକା ଓ ବାଣପୁର ବ୍ଲକ୍ ପରିଦର୍ଶନ କରିବା ସହ ଶ୍ରମିକ ସଂଘ ସମ୍ମିଳନୀରେ ଯୋଗଦେଇଥିଲେ । ମ୍ୟାଡାମ୍ ଙ୍କୁ ଦେଖିବା ପାଇଁ ଲୋକଙ୍କ ଆଗ୍ରହରେ ଉତ୍ସାହିତ ହୋଇପଡ଼ିଥିଲେ ବିଧାୟକ ଆଶାୟୀ ପୃଥ୍ୱୀରାଜ । ନିର୍ବାଚନ ବେଳେ ଭୁବନେଶ୍ୱର ମ୍ୟାଡାମ୍ ଙ୍କୁ ଏମିତି ୪/୫ ଥର ବୁଲାଇଦେଲେ ଏମଏଲଏ ବାଟକୁ କେହି ରୋକିପାରିବେନି ବୋଲି ପୃଥ୍ୱୀରାଜଙ୍କ ସମର୍ଥକମାନଙ୍କ ବିଶ୍ୱାସ ବଢ଼ିଯାଇଥିଲା ।

କଥା ହେଉଛି, କୌଣସି ଦଳୀୟ ସାଂସଦଙ୍କୁ ନେଇ ନିଜ ଏରିଆରେ ରୋଡ୍ ସୋ’ କରିବା ଅପରାଧ ନୁହେଁ । ମାତ୍ର ପରିବର୍ତ୍ତିତ ରାଜନୈତିକ ସମୀକରଣରେ ଏହାର ମହତ୍ତ୍ୱ ଦଳୀୟ ନେତାମାନେ ଠିକ୍ ବୁଝିଛନ୍ତି ।

ଏମିତିରେ ଦେଖିଲେ, ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀଟି ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ । ନିର୍ବାଚନ ବେଳ ହୋଇଥିଲେ ସେଠାରେ ଅପରାଜିତା ସୋ’ ଏକ ଖବର ହୋଇ ନ ଥାଆନ୍ତା । ମାତ୍ର ଅବେଳାରେ ସେଠାକୁ ଭୁବନେଶ୍ୱର ସାଂସଦଙ୍କୁ ନେଇ ପୃଥ୍ୱୀରାଜ ରୋଡ୍ ସୋ’ କରାଇବା ରାଜନୈତିକ ଦୃଷ୍ଟିକୋଣରୁ ଭିନ୍ନ ବାର୍ତ୍ତା ଦେଉଛି ।

ଏହି ଭିନ୍ନ ବାର୍ତ୍ତା ପଛର ରହସ୍ୟଟି ହେଉଛି, ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଅନୁଗତ ବୋଲି ଗଣାଯାଏ । ଗତ ୭ ବର୍ଷ ଧରି ରାଜ୍ୟ ବିଜେପିରେ ପୃଥ୍ୱୀରାଜଙ୍କୁ ବେଶ୍ ଗୁରୁତ୍ୱ ଦେଇ ଆସୁଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସଭାପତି ହେବାକୁ ପୃଥ୍ୱୀରାଜଙ୍କ ଆଶାକୁ ଧର୍ମେନ୍ଦ୍ର ପୂରଣ କରିପାରି ନ ଥିଲେ ମଧ୍ୟ ତାଙ୍କ ବାପା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରର ରାଜ୍ୟପାଳ କରାଇ ତାଙ୍କର ଦୁଃଖ ଭରଣା କରିଥିଲେ ।

ମାତ୍ର ସେହି ପୃଥ୍ୱୀରାଜ ଏବେ ଚିଲିକା ପାରି ହେବାକୁ ଧର୍ମେନ୍ଦ୍ରଙ୍କ ଉପରୁ ଆସ୍ଥା ହରାଇବା ଏବଂ ଅପରାଜିତାଙ୍କ କାନ୍ଧ ଧରିବା ଖୋଦ୍ ଦଳୀୟ ଶିବିରରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଆଉ ଧର୍ମେନ୍ଦ୍ର କାମକୁ ନୁହଁନ୍ତି, ଅପରାଜିତାଙ୍କ କାନ୍ଧ ଧରିଲେ ଯାଇ ଆଗକୁ ଚିଲିକା ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି ପୃଥ୍ୱୀରାଜ ସମ୍ଭବତଃ ଆଶା ବାନ୍ଧିଲେଣି । ଚିଲିକାରେ ଅପରାଜିତାଙ୍କୁ ନେଇ ରୋଡ୍ ସୋ’ ତଥା ବିଭିନ୍ନ କାର୍ଯ୍ୟକ୍ରମ କରିବା ଘଟଣାରୁ ପୃଥ୍ୱୀରାଜଙ୍କ ଅଭିପ୍ରାୟ ଜଳ ଜଳ ଦିଶୁଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।

ସୂଚନାଥାଉକି, ଧର୍ମେନ୍ଦ୍ର-ଅପରାଜିତା ସମ୍ପର୍କ ରାଜନୈତିକ ମହଲରେ କାହାରିକୁ ଅଛପା ନାହିଁ ଯେ । ଦୀର୍ଘ ୫/୬ ବର୍ଷ ଧରି ଓଡ଼ିଶାରେ ବିଜେପିକୁ ନେତୃତ୍ୱ ଦେଉଥିବା ଧର୍ମେନ୍ଦ୍ରଙ୍କ ପତ୍ତା କାଟିବାକୁ ଅପରାଜିତା ଗୋଟିଚାଳନା କରୁଥିବା କୁହାଯାଉଛି । ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ଛବି ତିଆରିରେ ସେ ବ୍ୟସ୍ତ । ଏଥିପାଇଁ ଦଳୀୟ ଫୋରମ୍ ରେ ବିଶ୍ୱାସ ନ ରଖି ଏକାଧିକ ନିଜସ୍ୱ ସଂଗଠନ ଛିଡ଼ା କଲେଣି ।

ଅପରାଜିତାଙ୍କ ଅଭିଯାନରେ ପୃଥ୍ୱୀରାଜ ସାମିଲ ହେବା ଦଳୀୟ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ହୋଇଥିଲା ବେଳେ ପୃଥ୍ୱୀରାଜଙ୍କୁ ନିଜ ପଟକୁ ନେଇ ଅପରାଜିତା ବେଶ୍ ଖୁସି ଥିବା ତାଙ୍କ ସମର୍ଥକ ମହଲରୁ ଜଣାପଡ଼ିଛି ।

Previous Post

୧ ଲକ୍ଷ ୭୦ ହଜାର କୋଟିର ବଜେଟ୍

Next Post

ପିପିଲି ପାଇଁ ୬୮ କୋଟିର ପ୍ୟାକେଜ୍

Next Post
ପିପିଲି ପାଇଁ ୬୮ କୋଟିର ପ୍ୟାକେଜ୍

ପିପିଲି ପାଇଁ ୬୮ କୋଟିର ପ୍ୟାକେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA