Monday, February 23, 2026 06:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବନ୍ଧାହେଲେ ‘ବଡ଼ ଖବର’ ଅର୍ଦ୍ଧେନ୍ଦୁ

ବିଜେଡି ଶରଣ କାମ ଦେଲାନି

by Our Correspondent
30 Jun, 2022- 10:40 AM
in Crime, Latest News, News
1 min read
0
ବନ୍ଧାହେଲେ ‘ବଡ଼ ଖବର’ ଅର୍ଦ୍ଧେନ୍ଦୁ

ଭୁବନେଶ୍ୱର: ଏକାଧିକ ବଡ଼ ଠକେଇ ମାମଲାର ଅଭିଯୁକ୍ତ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଇଓଡବ୍ଲୁ ଜାଲରେ ଧରାପଡ଼ିଛନ୍ତି । ଦୁଇଦିନ ହେଲା ଅନ୍ତର୍ଦ୍ଧାନ ଥିବା ଅର୍ଦ୍ଧେନ୍ଦୁଙ୍କୁ ଗତ ରାତିରେ ଇଓଡବ୍ଲୁ ଟିମ୍ ନୟାଗଡ଼ ଜିଲ୍ଲା ଓଡ଼ଗାଁରୁ ଉଠାଇ ଆଣିଥିଲେ । ଭୁବନେଶ୍ୱରର ଏକ ଅଜ୍ଞାତ ଜାଗାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ତାଙ୍କ ଗିରଫଦାରି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରୋଚକ କଥା ହେଉଛି ଯେ ଏହିସବୁ ଠକେଇ ମାମଲାରୁ ବର୍ତ୍ତିବା ପାଇଁ ଅଜ୍ଞାତବାସରୁ ଅର୍ଦ୍ଧେନ୍ଦୁ ତାଙ୍କ ଲୋକଙ୍କ ଜରିଆରେ ଶାସକ ଦଳର ଶରଣ ପଶିଥିଲେ । ମାତ୍ର ବିଜେଡିର ଆଶୀର୍ବାଦ ପାଇବାରେ ସେ ସଫଳ ହୋଇନାହାନ୍ତି । ଠକେଇ ମାମଲାରେ କେହି ତାଙ୍କୁ ସୁରକ୍ଷା ଦେଇନାହାନ୍ତି ।

ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟର୍ ପ୍ରୋପାଇଟର୍ ଗଗନଦୀପ ସିଂହ ଚାୱାଲା ୯୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଥିଲେ । ଚାନେଲ୍ ବୈଦ୍ୟୁତିକ ଯନ୍ତ୍ରାଂଶ କିଣା ବାବଦ ଏହି ବକେୟା ଟଙ୍କା ଅର୍ଦ୍ଧେନ୍ଦୁ ଦେଉ ନ ଥିବା ଅଭିଯୋଗ କରି ଗତ ୨୩ ତାରିଖରେ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ । ଏହି ଅଭିଯୋଗ ଉପରେ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ପକ୍ଷରୁ ଦୁଇ ଦୁଇ ଥର ହାଜିରା ନୋଟିସ୍ ହୋଇଥିଲେ ମଧ୍ୟ ସେ ଆସି ନ ଥିଲେ । ଏହାପରେ ଗତ ମଙ୍ଗଳବାର ବଡ଼ି ସକାଳୁ ଅର୍ଦ୍ଧେନ୍ଦୁଙ୍କ ଜାଗମରା ବଙ୍ଗଳାରେ ଇଓଡବ୍ଲୁ ରେଡ୍ କରିଥିଲା । ମାତ୍ର ସେଠାରେ ତାଙ୍କୁ ପାଇ ନ ଥିଲା ।

ଗତକାଲି ଇଓଡବ୍ଲୁର ଏକ ୬ ଜଣିଆ ଟିମ୍ ଟଙ୍କପାଣି ରୋଡ୍ ସ୍ଥିତ ବଡ଼ ଖବର ଅଫିସ୍ ଉପରେ ମାରାଥନ୍ ରେଡ୍ କରିଥିଲେ । ପ୍ରାୟ ୬ ଘଣ୍ଟା ଧରି କାଗଜପତ୍ର ଖୋଳତାଡ଼ କରାଯାଇଥିଲା । ମାତ୍ର ସେଠାରେ ମଧ୍ୟ ଅର୍ଦ୍ଧେନ୍ଦୁଙ୍କୁ ପାଇ ନ ଥିଲେ । ରାତିରେ ଅର୍ଦ୍ଧେନ୍ଦୁ ଓଡ଼ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ସୂଚନା ପାଇ ଇଓଡବ୍ଲୁର ଏକ ଟିମ୍ ସେଠାରେ ଚଢ଼ଉ କରିଥିଲେ ।

ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଖାଲି ଏହି ଗୋଟିଏ ବଡ଼ ଠକେଇ ମାମଲା ନୁହଁ, ଇତିମଧ୍ୟରେ ଲାଗ ଲାଗ ୪ ଟି ମାମଲା ଯୋଡି ହୋଇଛି । ପ୍ରଥମ ମାମଲାଟି ଇଓଡବ୍ଲୁରେ ହୋଇଥିବା ବେଳେ ଅନ୍ୟ ତିନୋଟି ମାମଲା କମିଶନରେଟ୍ ପୁଲିସରେ ହୋଇଛି ।

ଠକେଇ-୨: ମଙ୍ଗଳବାର ଦିନ କଟକର ବ୍ୟବସାୟୀ ନିଶିଥ ଅଗ୍ରୱାଲ୍ ପୁରୀଘାଟ ଥାନାରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଏକ ଏତଲା ଦେଇଥିଲେ । ତାଙ୍କ ଠାରୁ ଅର୍ଦ୍ଧେନ୍ଦୁ ୭ ଲକ୍ଷ ଟଙ୍କାର ପ୍ଲାଏ କିଣି ପଇସା ଦେଉ ନ ଥିବା ସେ ଅଭିଯୋଗ କରିଥିଲେ ।

ଠକେଇ-୩: ବୁଧବାର ଦିନ ତାଙ୍କ ବିରୋଧରେ ଭୁବନେଶ୍ୱର ବରଗଡ଼ ଥାନାରେ ଆଉ ଏକ ଠକେଇ ମାମଲା ରୁଜୁ ହୋଇଥିଲା । ଏତଲାକାରୀ ଥିଲେ ବିଶ୍ୱଜିତ ସାହୁ । ତାଙ୍କର ଅଭିଯୋଗ ହେଉଛି, ଅର୍ଦ୍ଧେନ୍ଦୁ ତାଙ୍କ ଟଙ୍କପାଣିସ୍ଥିତ ଘରକୁ ବଡ଼ ଖବର ଅଫିସ୍ ପାଇଁ ଭଡ଼ାରେ ନେଇଛନ୍ତି । ମାତ୍ର ୫ ମାସ ହେଲା ଘରଭଡ଼ା ଦେଉନାହାନ୍ତି । ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଇଲେଟ୍ରି ବିଲ୍ ମଧ୍ୟ ଦେଉନାହାନ୍ତି । ଏଭଳି ଭାବେ ୫ ଲକ୍ଷ ୮୦ ହଜାର ଟଙ୍କା ତାଙ୍କୁ ଠକି ଚାଲିଛନ୍ତି । ମାଗିଲେ ନାଲିଆଖି ଦେଖାଉଛନ୍ତି ।

ଠକେଇ-୪: କଟକ ସିଡିଏ ସେକ୍ଟର-୨ରେ ରହୁଥିବା ଜନୈକା ପ୍ରୀତିମୟୀ ବିଶ୍ୱାଳ ବଡ଼ ଖବର ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହି ସଂସ୍ଥାରେ କାମ କରୁଥିବା ତାଙ୍କ ସ୍ୱାମୀ ଦୀପକ ବିଶ୍ୱାଳ ବକେୟା ଦରମା ମାଗିବାରୁ ଅର୍ଦ୍ଧେନ୍ଦୁଙ୍କୁ ଲୋକମାନେ ମଦ ପିଇ ରାତି ଅଧରେ ତାଙ୍କ ଘରେ ପଶି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି । ମର୍କତନଗର ଥାନାରେ ଏତଲା ଦେଇଛନ୍ତି ।

Previous Post

୨୧ ହଜାର କୋଟିର ପୁଞ୍ଜି, ୧୯ ହଜାର ନିଯୁକ୍ତି ସୁଯୋଗ

Next Post

ଜେଲ୍ ଗଲେ ଅର୍ଦ୍ଧେନ୍ଦୁ ଦାସ

Next Post
ଜେଲ୍ ଗଲେ ଅର୍ଦ୍ଧେନ୍ଦୁ ଦାସ

ଜେଲ୍ ଗଲେ ଅର୍ଦ୍ଧେନ୍ଦୁ ଦାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA