Monday, February 23, 2026 11:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇନେଲା ମୁମ୍ବାଇ ପୁଲିସ

ଇଣ୍ଟେରିୟର୍ ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ଗିରଫ

by Our Correspondent
04 Nov, 2020- 11:37 AM
in Latest News, Media, News
1 min read
0
ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇନେଲା ମୁମ୍ବାଇ ପୁଲିସ

ମୁୁମ୍ବାଇ: ରିପବ୍ଲିକ୍ ଟିଭି ଏଡିଟର୍-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳେ ମୁମ୍ବାଇ ପୁଲିସ ଘରୁ ଉଠାଇ ନେଇଛି । ୨୦୧୮ ମସିହାରେ ଜଣେ ଇଣ୍ଟେରିୟର୍ ଡିଜାଇନର୍ ଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଆଇପିସିର ଧାରା ୩୦୬( ଆତ୍ମହତ୍ୟା ପାଇଁ ଦାୟୀ) ଏବଂ ୩୪ରେ ମାମଲା ରୁଜୁ ହୋଇଛି । ଅଧିକ ପଚରାଉଚୁରା କରିବା ପାଇଁ ଅର୍ଣ୍ଣବଙ୍କୁ ରାଇଗଡ଼ ନିଆଯାଇଛି ।

ମୁମ୍ବାଇ ପୁଲିସର ସୂଚନା ଅନୁଯାୟୀ, ୨୦୧୮ ମେ ମାସରେ ୫୩ ବର୍ଷ ବୟସ୍କ ଇଣ୍ଟେରିୟର୍ ଡିଜାଇନର ତଥା କନକୋର୍ଡେ ଡିଜାଇନସ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ଅନଭେ ନାଏକ ଏବଂ ତାଙ୍କ ମାଆ ନିଜର ଫାର୍ମ ହାଉସ୍ ରେ ଆତ୍ମହତ୍ୟା କରିଥିଲେ । ଅନଭେ ତାଙ୍କ ସୁଇସାଇଡ୍ ନୋଟ୍ ରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମେତ ଦୁଇ ଫାର୍ମ ମାଲିକ ଫିରୋଜ୍ ଶେଖ୍ ଏବଂ ନିତିଶ ସରଦା ତାଙ୍କର ୫ କୋଟି ୪୦ ଲକ୍ଷ ଟଙ୍କାର ପ୍ରାପ୍ୟ ନ ଦେବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ଲେଖିଥିଲେ । କେବଳ ରିପବ୍ଲିକ୍ ନେଟୱର୍କ ବମ୍ବେ ଡାଇଙ୍ଗ୍ ପ୍ରୋଜେକ୍ଟ ବାବଦରେ ତାଙ୍କର ୮୩ ଲକ୍ଷ ଟଙ୍କା ପ୍ରାପ୍ୟ ଥିଲା । ଏଥିପାଇଁ ଅର୍ଣ୍ଣବଙ୍କୁ ସେ ସିଧାସଳଖ ଦାୟୀ କରିଥିଲେ । ଅନଭେଙ୍କ ପତ୍ନୀଙ୍କ ଏତଲାକ୍ରମେ ଆଲିବାଗ୍ ଥାନାରେ ମାମଲା ରୁଜୁ ହୋଇଥିଲା ।

ଗିରଫ ଅର୍ଣ୍ଣବ ଗୋସ୍ୱାମୀ ଅଭିଯୋଗ କରିଛନ୍ତି, ଏହି ପୁରୁଣା ମାମଲାର ତଦନ୍ତ ବନ୍ଦ ହୋଇଥିଲା ବେଳେ ମୁମ୍ବାଇ ପୁଲିସ ତାଙ୍କ ଘରେ ପଶି ତାଙ୍କୁ ଶାରୀରିକ ନିର୍ଯାତନା ଦେଇ ଘରୁ ଉଠାଇ ଆଣିଥିଲେ । ତାଙ୍କ ପତ୍ନୀ, ପୁଅ ଏବଂ ବୃଦ୍ଧ ଶାଶୁ ଶ୍ୱଶୁରଙ୍କୁ ମଧ୍ୟ ନିର୍ଯାତନା ଦେଇଛନ୍ତି ।

ରିପବ୍ଲିକ୍ ଟିଭି ର ରିପୋର୍ଟ ଅନୁଯାୟୀ ଆଜି ସକାଳ ପ୍ରାୟ ୮ଟା ବେଳେ ମୁମ୍ବାଇ ପୁଲିସର ୮ଟି ଗାଡି ଅର୍ଣ୍ଣବଙ୍କ ଘର ଆଗରେ ପହଞ୍ଚିଥିଲା । ୪୦ ରୁ ୫୦ ପୁଲିସ ଘରକୁ ଘେରାବନ୍ଦୀ କରିବା ପରେ ୧୦ ଜଣିଆ ଏନକାଉଣ୍ଟର୍ ଟିମ୍ ଅର୍ଣ୍ଣବଙ୍କ ଘର ଭିତରକୁ ବଳପୂର୍ବକ ପଶିଥିଲେ ।

ଅର୍ଣ୍ଣବଙ୍କ ପତ୍ନୀ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଅର୍ଣ୍ଣବ ଅଫିସରୁ ଘରକୁ ଫେରି ଶୋଇଥିଲେ । ତାଙ୍କ ଦେହ ବି ଭଲ ନ ଥିଲା । ପୁଲିସ ଟିମ୍ ତାଙ୍କୁ ଜବରଦସ୍ତ ନେବାକୁ ଚେଷ୍ଟା କଲା ବେଳେ ଯୁକ୍ତିତର୍କ ହୋଇଥିଲା ଏବଂ ଉତ୍ତ୍ୟକ୍ତ ପୁଲିସ ତାଙ୍କୁ ଟଣାଓଟରା କରିଥିଲେ । ଏପରିକି ଘରେ ଥିବା ତାଙ୍କର ପୁଅ ଓ ବୃଦ୍ଧ ବାପା, ମାଆ ପୁଲିସ ନିର୍ଯାତନାର ଶିକାର ହୋଇଥିବା ଅର୍ଣ୍ଣବଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

ସୂଚନାଥାଉକି, ଗତ କିଛି ମାସ ହେଲା ମୁମ୍ବାଇ ପୁଲିସ ସହ ଅର୍ଣ୍ଣବ ମୁହାଁମୁହିଁ ଅବସ୍ଥାକୁ ଆସିଥିଲେ । ପଲଘରରେ ୩ ସାଧୁଙ୍କ ହତ୍ୟା ଏବଂ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅର୍ଣ୍ଣବ ସିଧାସଳଖ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର, ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଏବଂ ମୁମ୍ବାଇ ପୁଲିସ କମିଶନର ପରମ ବୀର ସିଂହଙ୍କୁ ଲଗାତର ଟାର୍ଗେଟ୍ କରିଥିଲେ ।

ଇତିମଧ୍ୟରେ ମୁମ୍ବାଇ ପୁଲିସ କମିଶନର ପରମ ବୀର ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି ରିପବ୍ଲିକ୍ ଟିଭି ଟିଆରପି ସ୍କାମ୍ ରେ ଜଡ଼ିତ ଥିବା କହିଥିଲେ । ରିପବ୍ଲିକ୍ ଟିଭି ସହ ଫକ୍ତ ମରାଠୀ ଏବଂ ବକ୍ସ ସିନେମା ଚାନେଲ୍ ବିରୋଧରେ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାରେ ଫକ୍ତ ମରାଠୀ ଏବଂ ବକ୍ସ ସିନେମା ଚାନେଲ୍ ମାଲିକଙ୍କୁ ଗିରଫ କରାଯାଇଥିଲା ବେଳେ ରିପବ୍ଲିକ୍ ଟିଭିର ବରିଷ୍ଠ ଅଧିକାରୀମାନଙ୍କୁ ସମନ୍ କରି ପଚରାଉଚୁରା କରାଯାଇଥିଲା ।

ଖାଲି ସେତିକି ନୁହେଁ, ରିପବ୍ଲିକ୍ ଟିଭିର ୧୦୦୦ ରୁ ଅଧିକ କର୍ମଚାରୀଙ୍କ ବିରୋଧରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରିଛି । ଏହାକୁ ନେଇ ଅର୍ଣ୍ଣବ ଭୀଷଣ ତାତିବା ସହ ‘ଦମ୍ ଥିଲେ ମୋତେ ଗିରଫ କର’ ବୋଲି ତାଙ୍କ ଡିବେଟ୍ ସୋ’ରେ ଖୋଲାଖୋଲି ଆହ୍ୱାନ ଦେଇଥିଲେ ।

ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ପୁଲିସକୁ ଅର୍ଣ୍ଣବଙ୍କ ଖୋଲା ଚାଲେଂଜ ଏବେ ତାଙ୍କୁ ମହଙ୍ଗା ପଡ଼ିଛି । ଗତକାଲି ଅର୍ଣ୍ଣବଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଆରୋପ ଲଗାଇଥିଲେ ପରମ ବୀର । ଅର୍ଣ୍ଣବ ଜଣେ ‘ହାୱାଲା ଅପରେଟର୍’ ବୋଲି ପରମବୀର କହିଥିଲେ ।

ଅର୍ଣ୍ଣବଙ୍କ ଗିରଫଦାରୀ ବିରୋଧରେ ଖୋଦ୍ କେନ୍ଦ୍ର ସରକାର ଆଗକୁ ଆସିଛନ୍ତି । ଗୃହମନ୍ତ୍ରୀ ଅମିତ୍ ଶାହା ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

Previous Post

ପୂର୍ବଥରର ପାଖାପାଖି ହେଲା ଭୋଟହାର

Next Post

ଫସାଉଥିଲେ, ନିଜେ ଫସିଗଲେ ନଏଜ୍ ମାଷ୍ଟର୍

Next Post
ଫସାଉଥିଲେ, ନିଜେ ଫସିଗଲେ ନଏଜ୍ ମାଷ୍ଟର୍

ଫସାଉଥିଲେ, ନିଜେ ଫସିଗଲେ ନଏଜ୍ ମାଷ୍ଟର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA