Friday, March 13, 2026 02:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଜ୍ୟପାଳଙ୍କ ପୁଅ ବୋଲି ମାଫ୍ !

ଏଏସଓଙ୍କୁ ମାଡ଼ ମରା ଘଟଣାର ତୀବ୍ର ପ୍ରତିକ୍ରିୟା

by Our Correspondent
13 Jul, 2024- 05:44 PM
in Latest News, News
1 min read
0
ରାଜ୍ୟପାଳଙ୍କ ପୁଅ ବୋଲି ମାଫ୍ !

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ତଥା ଝଡ଼ଖଣ୍ଡୀ ଯୁବକ ଲଳିତ କୁମାରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ରାଜଭବନରେ କାର୍ଯ୍ୟ କରୁଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ସେ ତାଙ୍କର ବନ୍ଧୁମାନଙ୍କ ସହ ପିଟି ଲହୁଲୁହାଣ କରିଛନ୍ତି । ରାଜ୍ୟପାଳଙ୍କ ପୁଅ ବିରୋଧରେ ଏହି ଅଭିଯୋଗର ୬ ଦିନ ପରେ ବି ପୁଲିସ ଚୁପ୍ ବସିଛି । ଏହି ଘଟଣାକୁ ନେଇ ରାଜ୍ୟର ବିଜେପି ସରକାର ହରଡ଼ଘଣାରେ ପଡ଼ିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ ।

ରାଜଭବନର ହାଉସହୋଲ୍ଟ ସେକ୍ସନର ଏଏସଓ ହେଉଛନ୍ତି ବୈକୁଣ୍ଠ ପ୍ରଧାନ । ୧୩ ବର୍ଷ ହେଲା ସେଠାରେ କାର୍ଯ୍ୟ କରୁଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୭ ଓ ୮ ତାରିଖ ପୁରୀ ଗସ୍ତ ପାଇଁ ତାଙ୍କର ପୁରୀ ରାଜଭବନ ଇନଚାର୍ଜ ଡୁ୍ୟଟି ପଡ଼ିଥିଲା । ଗତ ୫ ତାରିଖରୁ ସେ ସେଠାରେ ଡୁ୍ୟଟିରେ ଥିଲେ । ବୈକୁଣ୍ଠଙ୍କ ଅଭିଯୋଗ ଅନୁଯାୟୀ, ୭ ତାରିଖ ରାତି ପ୍ରାୟ ୧୧ଟା ୪୫ରେ ସେ ରାଜଭବନ ଅଫିସ ରୁମ୍ ରେ ବସିଥିଲେ । ସେହି ସମୟରେ ରାଜ୍ୟପାଳଙ୍କ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଡାକୁଥିବା କହିଥିଲେ । ବୈକୁଣ୍ଠ ତୁରନ୍ତ ଲଳିତଙ୍କ ପାଖକୁ(ସୁଟ୍ ନଂ-୪)ଯାଇଥିଲେ ।

ବୈକୁଣ୍ଠଙ୍କୁ ଦେଖୁ ଦେଖୁ ଲଳିତ ରାଗି ଯାଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ମାତ୍ର ବୈକୁଣ୍ଠ ଏହାର ପ୍ରତିବାଦ କରିବାରୁ ଲଳିତ ଆହୁରି ରାଗିଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ । ରାଜ୍ୟପାଳଙ୍କ ପୁଅ ପାଖରୁ ଚାପଡ଼ା ଖାଇଲା ପରେ ସେ ଭୟରେ ସେଠାରୁ ଦୌଡ଼ି ଆସି ଆନେକ୍ସ ବିଲଡିଂରେ ଲୁଚି ଯାଇଥିଲେ । ହେଲେ ଲଳିତଙ୍କର ଦୁଇଜଣ ପିଏସଓ ତାଙ୍କୁ ଖୋଜି ପୁଣି ସେଠାକୁ ଟେକି ନେଇଥିଲେ । ସେଠାରେ ସମସ୍ତେ ମିଶି(ମୋଟ ୬ ଜଣ) ତାଙ୍କୁ ନିସ୍ତୁକ ପିଟିଥିଲେ । ତତେ ଏଠି ମାରିଦେଲେ କେହି ପିଠିରେ ପଡ଼ିବେନି ବୋଲି ଧମକାଇଥିଲେ । ଜୋତାରେ ଛେପ ପକାଇ ଚାଟିବାକୁ କହିଥିଲେ ।

ବୈକୁଣ୍ଠଙ୍କର ଭୁଲ୍ ଥିଲା ଯେ ରାଜ୍ୟପାଳଙ୍କ ପୁଅ ଲଳିତ, ତାଙ୍କର ଦୁଇବନ୍ଧୁ, ଦୁଇ ପିଏସଓ ଏବଂ ରାଜ୍ୟପାଳଙ୍କ ରୋଷେୟାଙ୍କୁ ଷ୍ଟେସନରୁ ସେଠାକୁ ଆଣିବା ପାଇଁ ଦାମୀ ଗାଡ଼ି ପଠାଇ ନ ଥିଲେ । ରାଜ୍ୟପାଳଙ୍କ ପୁଅ ଏଥିରେ ଭୀଷଣ ରାଗିଯାଇଥିଲେ ।

ଯାହା ବି ହେଉ, ରାଜ୍ୟପାଳ ପୁଅଙ୍କ ମାଡ଼ମରା ଘଟଣା ସମ୍ପର୍କରେ ପରଦିନ ଅର୍ଥାତ ୮ ତାରିଖରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ । ପରେ ଏ ନେଇ ତାଙ୍କ ପତ୍ନୀ ସାୟୋଜି ପ୍ରଧାନ ସମୁଦ୍ରକୂଳ ଥାନାରେ ଏତଲା ଦେଇଥିଲେ । ମାତ୍ର ପୁଲିସ ଏହାକୁ ଗ୍ରହଣ କଲାନାହିଁ । ଏଏସଓ ସଂଘର ଅଭିଯୋଗକ୍ରମେ ରାଜ୍ୟ ସଚିବାଳୟ ସେବା ସଂଘ ଘଟଣାରେ ହସ୍ତକ୍ଷେପ କରିବା ପରେ ସମୁଦ୍ରକୂଳ ଥାନା ମାମଲାକୁ ପଞ୍ଜୀକରଣ କରିଛି । ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସର ନିଷ୍କ୍ରିୟତାକୁ ନିନ୍ଦା କରିଛନ୍ତି ବିଜେଡି ଓ କଂଗ୍ରେସ । ଏହାର ପ୍ରତିବାଦରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ରାଜଭବନ ଘେରାଉ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ସେହିଭଳି ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ ଏହି ଘଟଣାକୁ ନିନ୍ଦା କରି ବିବୃତି ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ । ଜଣେ ସାଧାରଣ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ସେ କହିଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୁକ୍ତ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବାକୁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ, ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ।

ତେବେ ଏ ଘଟଣା ସମ୍ପର୍କରେ ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

Previous Post

କିସ୍‍ ଓ ଏଭିଏନ୍‍ଏଲ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

Next Post

ରକ୍ତଦାନ ଅଭିଯାନ ‘ଅମୃତ ବିନ୍ଦୁ’ ର ଶୁଭାରମ୍ଭ

Next Post
ରକ୍ତଦାନ ଅଭିଯାନ ‘ଅମୃତ ବିନ୍ଦୁ’ ର ଶୁଭାରମ୍ଭ

ରକ୍ତଦାନ ଅଭିଯାନ 'ଅମୃତ ବିନ୍ଦୁ' ର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA