ଭୁୁବନେଶ୍ୱର: ବନ୍ୟା ଯୋଗୁଁ ଘୁଞ୍ଚିଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ଏଏସଓ) ପରୀକ୍ଷା ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ଓପିଏସସି ପକ୍ଷରୁ ଏହାର ନୂଆ କାର୍ଯ୍ୟସୂଚୀ ଆଜି ପ୍ରକାଶ ପାଇଛି ।
୨୭ ତାରିଖ ଶନିବାର ଦିନ ତିନୋଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ଜେନେରାଲ୍ ଆୱାରନେସ୍ (ପେପର୍-୧), ଦ୍ୱିତୀୟ ସିଟିଂ ୧୧.୩୦ ରୁ ୧ ପର୍ଯ୍ୟନ୍ତ ଟେଷ୍ଟ ଅଫ ରିଜୋନିଂ ଆଣ୍ଡ ମେଣ୍ଟାଲ ଆବିଲିଟି ଏବଂ ମାଥମେଟିକସ୍ (ପେପର୍-୨), ତୃତୀୟ ସିଟିଂ ୨.୩୦ ରୁ ୪.୩୦ ପର୍ଯ୍ୟନ୍ତ ଇଂରାଜୀ ଏବଂ ଓଡ଼ିଆ (ପେପର୍-୩) ପରୀକ୍ଷା ହେବ ।
ସୂଚନାଥାଉକି, ଅଗଷ୍ଟ ୨୧ ତାରିଖରେ ଏଏସଓ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ମାତ୍ର ବନ୍ୟା ଯୋଗୁଁ ତାହାକୁ ଘୁଞ୍ଚାଇ ଦିଆଯାଇଥିଲା ।








