Monday, February 16, 2026 06:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ସାମ୍ବାଦିକଙ୍କୁ ମାଡ଼: କଟା ଘା ରେ ଚୂନ ବୋଳିଲେ ବିଜେପି ନେତ୍ରୀ

by Our Correspondent
27 Dec, 2020- 10:51 PM
in Crime, Latest News, News
1 min read
0
ସାମ୍ବାଦିକଙ୍କୁ ମାଡ଼: କଟା ଘା ରେ ଚୂନ ବୋଳିଲେ ବିଜେପି ନେତ୍ରୀ

ଭୁବନେଶ୍ୱର: ବିଜେପିର ମୁଣ୍ଡିଆଳ ନେତାମାନଙ୍କ ଉପସ୍ଥିତିରେ ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୁଜ କୁମାର ଦାସ ଏବଂ କ୍ୟାମେରାମ୍ୟାନ୍ ବିଷ୍ଣୁ ପ୍ରସାଦ ତରାସିଆଙ୍କୁ ମାଡ଼ ମରାଗଲା । ଏହି ମାମଲାରେ ୨ ଜଣଙ୍କୁ ପୁଲିସ ଗିରଫ କଲା । ଅଥଚ ଏହି ଘଟଣା ଘଟାଇଥିବା ବିଜେପି ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ପରୀକୁ ନେଇ ରାଜନୀତି କରୁଥିବା ବିଜେପି ନେତାମାନେ ସାମ୍ବାଦିକଙ୍କୁ ଟାର୍ଗେଟ୍ କରିଥିବା ବେଳେ ଜିଲ୍ଲା ପୁଲିସର କାର୍ଯ୍ୟ ସାମ୍ବାଦିକମହଲରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଛି ।

ଗତ ୨୪ ତାରିଖରେ ନୟାଗଡ଼ ଯଦୁପୁର ଗାଁରେ ବିଜେପିର ପଦଯାତ୍ରା କଭର୍ କରୁଥିବା ସାମ୍ବାଦିକ ଅନୁଜ ଦାସ, କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆ ଏବଂ ସେମାନଙ୍କ ଗାଡି ଡ୍ରାଇଭର ଉପରେ ବିଜେପି ସମର୍ଥକମାନେ ଆକ୍ରମଣ କରି କ୍ୟାମେରା ଭାଙ୍ଗି ଦେଇଥିଲେ । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ, ଯତୀନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ଯେ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଥିଲା ତାହା ସ୍ପଷ୍ଟ । ସାଘାଂତିକ ଅଭିଯୋଗ ହେଉଛି, ବିଜେପି ରାଲି ଯଦୁପୁରରେ ପହଞ୍ଚିବା ପରେ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ସେଠାରୁ ଚାଲିଯିବା ପାଇଁ ଯତୀନ ମହାନ୍ତି ଧମକ ଦେଇଥିଲେ । ସ୍ଥାନୀ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ସମର୍ଥକମାନେ ସେଠାରେ ଆତଙ୍କର ପରିବେଶ ସୃଷ୍ଟି ପଛରେ ଯତୀନଙ୍କ ପ୍ରରୋଚନା ଥିଲା ।

ଅନୁଜଙ୍କ ଏତଲାକ୍ରମେ ପୁଲିସ ବିଜେପି ନେତ୍ରୀ ଇରାନୀ ରାୟ, ଯତୀନ ମହାନ୍ତି, ନିରୁପମା ଖଟେଇ, ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀକାନ୍ତ ଖଟେଇ ଏବଂ ଅନ୍ୟମାନଙ୍କ ନାମରେ ଆଇପିସି ଧାରା ୩୪୧, ୩୨୩, ୨୯୪, ୩୩୬, ୪୨୭, ୩୦୭, ୧୨୦(ବି), ୩୭୯, ୫୦୬, ୩୪ରେ ମାମଲା ରୁଜୁ କରିଛି । ମାତ୍ର ପୁଲିସ ଦୁଇ ବିଜେପି କର୍ମୀ ଦୀପକ ଦଳବେହେରା ଏବଂ ଅନୀଲ ରାଉତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କ ପାଇଁ ହାତ ଟେକିଦେଇଛି ।

ଦୁର୍ଭାଗ୍ୟର କଥା, ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ସବୁସ୍ତରରୁ କଡ଼ା ନିନ୍ଦା କରାଯାଉଥିବା ବେଳେ ରାଜ୍ୟ ବିଜେପି ନେତୃତ୍ୱର ପାଟି ଖୋଲୁନାହିଁ । ସଭାପତି ସମୀର ମହାନ୍ତି ଘଟଣାକୁ ନିନ୍ଦା କରିବାକୁ ବି ଉଚିତ୍ ମଣିନାହାନ୍ତି । ୩ ଦିନ ପରେ ନେତ୍ରୀ ଇରାନୀ ରାୟ ସୋସିଆଲ୍ ମିଡ଼ିଆକୁ ଆସି ଏହାକୁ ପ୍ରାୟୋଜିତ ଦର୍ଶାଇ ଓଲଟି ରୋବାବ୍ ଦେଖାଇଛନ୍ତି । ବିଜେପିକୁ ବଦନାମ କରିବା ପାଇଁ ଏହି ଘଟଣା ଘଟାଯାଇଛି । ଯଦି ଆପଣମାନେ ଭାବୁଛନ୍ତି ମୁଁ ଦାୟୀ, ତାହାହେଲେ ମୋତେ ମୋ ନିଜ ଘରୁ ଆରେଷ୍ଟ କରିନିଅନ୍ତୁ ବୋଲି ଚାଲେଂଜ ଦେଇଛନ୍ତି ଇରାନୀ ।

ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଗଣମାଧ୍ୟମକୁ ଆଜି ପ୍ରତିକ୍ରିୟା ଦେଇଥିଲେ ମଧ୍ୟ ସେଥିରେ ସାମ୍ବାଦିକଙ୍କ ପାଇଁ କମ ଆନ୍ତରିକତା ଦେଖିବାକୁ ମିଳିଛି । ବରଂ ନିଜ ଦଳକୁ ସୁରକ୍ଷା ଦେବାକୁ ଭରପୂର ଉଦ୍ୟମ କରିଛନ୍ତି ।

ଖୋଦ୍ ବିଜେପି ନେତାଙ୍କ ସାମ୍ନାରେ ସମର୍ଥକମାନେ ସାମ୍ବାଦିକଙ୍କୁ ପିଟିଥିଲେ ମଧ୍ୟ ଘଟଣାର ଚାକ୍ଷୁସ ପ୍ରତ୍ୟକ୍ଷଦର୍ଶୀ ନୟାଗଡ଼ ବିଜେପି ନେତ୍ରୀ ଏହାକୁ ପ୍ରାୟୋଜିତ କହି ଅନ୍ୟ ଉପରକୁ ଦୋଷ ଠେଲିବା ସାମ୍ବାଦିକମାନଙ୍କ ପାଇଁ ଉପହାସ ବୋଲି କୁହାଯାଉଛି । ପରୀକୁ ରାଜନୈତିକ ହତିଆରା କରିଥିବା ବିଜେପି କ୍ରାଇମବ୍ରାଞ୍ଚ ଏସଆଇଟିର ଖୁଲାସା ପରେ କୁଆଡେ ନିଜର ପତିଆରା ରକ୍ଷା ପାଇଁ ପ୍ରତିହିଂସାପରାୟଣ ହୋଇପଡ଼ିଛନ୍ତି ।

ତେବେ ସେ ଯାହା ହେଉ, ସାମ୍ବାଦିକଙ୍କୁ ଆକ୍ରମଣ ପଛରେ ଥିବା ଖଳନାୟକମାନଙ୍କୁ ଗିରଫ କରିବାରେ ପୁଲିସର ନିଷ୍କ୍ରିୟତାକୁ ସମାଲୋଚନା କରାଯାଇଛି । ପୁଲିସ ଚାପର ବଶବର୍ତ୍ତୀ ହୋଇ ପ୍ରକୃତ ଅପରାଧୀଙ୍କୁ ଘଣ୍ଟା ଘୋଡାଉଛି ବୋଲି ପ୍ରଶ୍ନ ଉଠିଛି । ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆ ନ ଗଲେ ସାମ୍ବାଦିକମାନେ ରାଜନୈତିକ ଆକ୍ରୋଶର ଶିକାର ହୋଇ ଏମିତି ମାଡ ଖାଉଥିବେ ବୋଲି ବରିଷ୍ଠ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

Previous Post

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ: ଡିଜିପି

Next Post

ଶୀତ କାକରରେ ପଡ଼ିଥିବା ମଣିଷଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ଉଦ୍ୟମ

Next Post

ଶୀତ କାକରରେ ପଡ଼ିଥିବା ମଣିଷଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ଉଦ୍ୟମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA