Monday, March 9, 2026 10:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୁମର ଖୋଲିଲାନି ଗୁମର କଥା !

ଇମେଜ୍ ବିଲଡିଂ ପାଇଁ ୫୦୦ କୋଟି?

by Our Correspondent
04 Jul, 2024- 08:26 PM
in Latest News, News
1 min read
0
ଗୁମର ଖୋଲିଲାନି ଗୁମର କଥା !

ଭୁବନେଶ୍ୱର: ଭି.କେ.ପାଣ୍ଡିଆନଙ୍କ ଭାବମୂର୍ତ୍ତି ତିଆରି ପାଇଁ କ୍ରିଏଟିଭ୍ ଏଜେନ୍ସିମାନଙ୍କୁ କୁଆଡ଼େ ୫୦୦ କୋଟିରୁ ଅଧିକ ଟଙ୍କା ଦିଆଯାଇଥିଲା । ଏହି ଏଜେନ୍ସୀମାନେ ହେଲେ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ଏଲିନୋରା ଇମେଜ୍ ପ୍ରାଇଭେଟ୍ ଲିମିଟେଡ, ନବୀନ ବାବୁଙ୍କ ଫିଜିଓଥେରାପିଷ୍ଟ୍ ଶ୍ରଦ୍ଧାଙ୍କ ଟିସିଏମ୍, ନାନୁ ପାଣିଙ୍କ ସିଏସଏମ୍ ଟେକ୍ନୋଲୋଜି, ଯଯାତି କରଣଙ୍କ ଓମକମ୍ ଏବଂ ନୀଳାମ୍ବର ରଥଙ୍କ ଓଡିଶା ଲାଇଭ୍ ସଂସ୍ଥା । ଦୁଇ ସପ୍ତାହ ତଳେ ଏକ ଡିଜିଟାଲ୍ ସୋ’ ର ଗୁମର କଥା(ଶୁକ୍ରବାର)ରେ ଏହି ପ୍ରସଙ୍ଗ ଆସିଥିଲା । ସଂପୃକ୍ତ ସଂସ୍ଥାଗୁଡ଼ିକୁ ତତ୍କାଳୀନ ସରକାର କେମିତି ଅନୁଗୃହୀତ କରିଛନ୍ତି ତାହାର ସମ୍ୟକ ସୂଚନା ଦିଆଯାଇ ସୋମବାର ଦିନ ଏ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ଦିଆଯିବ ବୋଲି ବହୁତ ଜୋରରେ କୁହାଗଲା । ଏହା ଦେଖିବାକୁ କଦାପି ଭୁଲିବେ ନାହିଁ ବୋଲି ମଧ୍ୟ ବାରମ୍ବାର କୁହାଯାଇଥିଲା । ମାତ୍ର ଇତିମଧ୍ୟରେ ଦୁଇଟି ସୋମବାର ପଳାଇ ଯାଇଥିଲେ ମଧ୍ୟ ସେହି ଗୁମର ଖୋଲିପାରିଲା ନାହିଁ । ଦର୍ଶକଙ୍କୁ ଚାହିଁ ଚାହିଁ ନିରାଶ ହେବାକୁ ପଡ଼ିଲା । ପ୍ରସଙ୍ଗରେ ପରଦା ଢ଼ାଙ୍କିବା ପଛରେ କିଛି ରହସ୍ୟ ଅଛି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଗୁମର କଥାରେ ଏହି ସଂସ୍ଥାମାନଙ୍କୁ ପ୍ରାୟୋଜିତ ଲୁଟେରା ଆଖ୍ୟା ଦିଆଯାଇଥିଲା । ତତ୍କାଳୀନ ସରକାରଙ୍କ ଛତ୍ରଛାୟା ଓ ଆଶୀର୍ବାଦରେ ଏମାନେ ନିଜର କାୟା ବିସ୍ତାର କରିଥିଲେ । ପାଣ୍ଡିଆନଙ୍କ ଇମେଜ୍ ବିଲଡିଂ ପାଇଁ ସରକାରୀ ରାଜକୋଷରୁ ଶହ ଶହ କୋଟି ଟଙ୍କା ଏମାନଙ୍କ ପାଖକୁ ଯାଇଥିଲା । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପଞ୍ଜୀକୃତ(ଏମପ୍ୟାନେଲ୍) ଅନେକ ସଂସ୍ଥା ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଏହି ୫ଟି ସଂସ୍ଥାକୁ କାମ ଦିଆଯାଉଥିଲା । ତାହାପୁଣି ଆଇ ଆଣ୍ଡ ପିଆର ଦରଠାରୁ କାହିଁ କେତେଗୁଣା ଅଧିକ ଦରରେ । ଏମାନଙ୍କ ଉପରେ ଖୁଦା ମେହେରବାନ୍ ପଛରେ କ’ଣ ରହିଛି କାରଣ? ସେମାନେ ଭିଡିଓ କଲେ ମାତ୍ର କେହି ଦେଖିଲେ ନାହିଁ, ଖାଲି ଟଙ୍କା ନେଇଗଲେ ବୋଲି କୁହାଯାଇଥିଲା ।

ଏହାର ବିଧିବଦ୍ଧ ତଦନ୍ତ ହେବା ଦରକାର । ନବୀନ ସରକାରରେ ଅନୁଗୃହୀତ ଏହି ସଂସ୍ଥାମାନଙ୍କର ଏଗ୍ରିମେଣ୍ଟକୁ ମୋହନ ସରକାର କାହିଁକି ରଦ୍ଦ କରିନାହାନ୍ତି? ମୋହନ ସରକାର ପାଣ୍ଡିଆନଙ୍କ ଇକୋସିଷ୍ଟମଙ୍କ ଜାଲରେ ପଡ଼ିବାକୁ ଯାଉନାହାନ୍ତି ତ ବୋଲି ପ୍ରଶ୍ନ କରାଯାଇଥିଲା?

ସୋମବାର ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଦର୍ଶକ ବିଚାରା ଅପେକ୍ଷା କରିଥିଲେ । ମାତ୍ର ଆସିଲା ନାହିଁ । ଏହାକୁ ବନ୍ଦ କରିବା ପାଇଁ ଚାପ ପଡ଼ିଲା ନା ତଥ୍ୟ ମିଳିପାରିଲା ନାହିଁ ତାହାକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଏହାର ଉତ୍ତରକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲ୍ ୪ ଓ ୭ ତାରିଖରେ ‘ମିଡଡେ ଓଡିଶା’ ଏ ମର୍ମରେ ଦୁଇଟି ଖବର ପ୍ରକାଶ କରିଥିଲା । ଉପରୋକ୍ତ କ୍ରିଏଟିଭ୍ ଏଜେନ୍ସୀ ମାନଙ୍କ ମଧ୍ୟରୁ ଏକ ସଂସ୍ଥା ବିନା ରିଲିଜ୍ ଅର୍ଡରରେ ବିଜ୍ଞାପନ ଛାପି ଏବଂ ପ୍ରଡକ୍ସନ୍ କାମ କରି ଆଇ ଏଣ୍ଡ ପିଆରରୁ କିଭଳି ବିଲ୍ ପାସ୍ କରାଉଛି ତାହାର ଏକ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ କରାଯାଇଥିଲା । ଲକ୍ଷ ଲକ୍ଷ ଟଙ୍କାର ଫଲସ୍ ବିଲ୍ ପାସ୍ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କ ଉପରେ ଖୋଦ୍ ତୃତୀୟ ମହଲାର ଜଣେ ଆଇଏଏସ୍ ଅଧିକାରୀ ଚାପ ପକାଉଥିବା ଖୋଳତାଡ଼ରୁ ଜଣାପଡ଼ିଥିଲା । ମାତ୍ର ଏହି ଖବର ଉପରେ କେହି ଗୁରୁତ୍ୱ ଦେଇ ନ ଥିଲେ । ପରବର୍ତ୍ତୀ ସମୟରେ ଏଭଳି ଭାବେ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଏବେ ଜାଣିବାକୁ ମିଳୁଛି । ଉପଯୁକ୍ତ ତଦନ୍ତ ହେଲେ ଏହାର ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା ।

(ତଥାକଥିତ କ୍ରିଏଟିଭ୍ ଏଜେନ୍ସୀମାନଙ୍କ କାରବାରକୁ ନେଇ ଆମର ମଧ୍ୟ ଅନୁସନ୍ଧାନ ଜାରି ରହିଛି । ଉପଯୁକ୍ତ ତଥ୍ୟ ପ୍ରମାଣ ସହ ଏହାର ଗୁମର ଖୋଲିବୁ ।)

Previous Post

ବିଜେଡିରେ ଅଶୋକ, ଅନନ୍ତ ବିଭୀଷଣ?

Next Post

ଓଡିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

Next Post
ଓଡିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

ଓଡିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA