Sunday, February 22, 2026 08:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ରାଗିଂ ଯୋଗୁଁ ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ

ସୁଇସାଇଡ୍ ନୋଟ୍ ଛାଡ଼ିଛନ୍ତି ରୁଚିକା ମହାନ୍ତି

by Our Correspondent
02 Jul, 2022- 10:18 PM
in Crime, Latest News, News
1 min read
0
ରାଗିଂ ଯୋଗୁଁ  ଆତ୍ମହତ୍ୟା କଲେ ବିଜେବି କଲେଜ ଛାତ୍ରୀ

ଭୁବନେଶ୍ୱର: ବିଜେବି କଲେଜର ଯୁକ୍ତ ତିନି ପ୍ରଥମ ବର୍ଷ ଇତିହାସ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଛନ୍ତି । ତାଙ୍କ ହଷ୍ଟେଲ ରୁମ୍ ରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ସୁଇସାଇଡ୍ ନୋଟ୍ ଲେଖିଛନ୍ତି । କଲେଜର ୩ ଜଣ ସିନିୟର୍ ଛାତ୍ରୀ ତାଙ୍କୁ ନିର୍ଯ୍ୟାତନା ଦେଉଥିବାରୁ ସେ ଜୀବନ ହାରୁଥିବା ଏଥିରେ ଜଣାଇଛନ୍ତି । ବିଜେବି କଲେଜରେ ରାଗିଂ ଯୋଗୁଁ ଏହି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଆଜି ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।

କଟକ ଜିଲ୍ଲା କଖଡ଼ି ଗାଁର ଝିଅ ହେଉଛନ୍ତି ରୁଚିକା । ତାଙ୍କ ବାପା ଜଣେ ଅଧ୍ୟାପକ । ମେଧାବୀ ଛାତ୍ରୀ ରୁଚିକା ଏବର୍ଷ ବିଜେବି କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷରେ ନାମ ଲେଖାଇଥିଲେ । କାରୁବାକି ଲେଡିଜ୍ ହଷ୍ଟେଲ୍ ର ତୃତୀୟ ମହଲା ରୁମ୍ ନମ୍ବର ୨୦୧ରେ ଅନ୍ୟ ତିନି ଛାତ୍ରୀଙ୍କ ସହ ରହୁଥିଲେ । ଆଜି ସକାଳ ୧୦ଟା ବେଳେ ତାଙ୍କର କ୍ଲାସ୍ ଥିଲେ ମଧ୍ୟ ସେ ଯାଇ ନ ଥିଲେ । ୩ ଜଣ ଯାକ ରୁମ୍ ମେଟ୍ ଯେଝା କ୍ଲାସ୍ କରିବା ପାଇଁ କଲେଜ ଯାଇଥିଲେ । ସେମାନେ କ୍ଲାସ୍ ସାରି ୧୧.୧୫ ମିନିଟ୍ ବେଳକୁ ହଷ୍ଟେଲ୍ ଫେରିଥିଲେ । ରୁମ୍ କବାଟ ଖୋଲିବାକୁ ରୁଚିକାଙ୍କୁ ଡାକିଥିଲେ । ମାତ୍ର କୌଣସି ଉତ୍ତର ମିଳି ନ ଥିଲା । କିଛି ସମୟ ଧରି କବାଟକୁ ଜୋର ବାଡ଼ାବାଡ଼ି କରିବା ପରେ ସେମାନଙ୍କର ସନ୍ଦେହ ହୋଇଥିଲା ।

ସାଙ୍ଗମାନେ ଉପରକୁ ଚଢ଼ି ସ୍କାଏ ଲାଇଟ୍ ବାଟେ ଚାହିଁଲା ବେଳକୁ ରୁଚିକାଙ୍କୁ ନିସ୍ତେଜ ଅବସ୍ଥାରେ ଦେଖିଥିଲେ । ଏ ସମ୍ପର୍କରେ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ସେମାନେ ତୁରନ୍ତ ଜଣାଇଥିଲେ । ଏହାପରେ କଲେଜ କର୍ତ୍ତୃପକ୍ଷ ବରଗଡ଼ ଥାନାକୁ ଜଣାଇବା ପରେ ପୁଲିସ ପହଞ୍ଚିଥିଲେ । କବାଟ ଭାଙ୍ଗି ଭିତରେ ଦେଖିଲା ବେଳକୁ ରୁଚିକା ଆଉ ଜୀବନରେ ନ ଥିଲେ ।

ଘଟଣା ବିଜୁଳି ବେଗରେ ପ୍ରଚାରିତ ହୋଇଯାଇଥିଲା । ଆତ୍ମହତ୍ୟାର କାରଣ ଜାଣିବା ପାଇଁ ପୁଲିସ ମଧ୍ୟ ଛାନଭିନ୍ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତ ବେଳେ ରୁଚିକା ଛାଡ଼ି ଯାଇଥିବା ଏକ ସୁଇସାଇଡ୍ ନୋଟ୍ ପୁଲିସ ଜବତ କରିଛି । ଏହି ନୋଟ୍ ରେ ରୁଚିକା ତାଙ୍କ ମୃତ୍ୟୁ ପାଇଁ ତିନି ଜଣ ସିନିୟର୍ ଙ୍କୁ ଦାୟୀ କରିଛନ୍ତି ।

ରୁଚିକା ଲେଖିଛନ୍ତି, ମୁଁ ଜୀବନରେ ବହୁତ ଥକି ଗଲିଣି । ହଷ୍ଟେଲ୍ ରେ ମୋତେ ବହୁତ ଟର୍ଚ୍ଚର କଲେ । ୩ ଜଣ ସିନିୟର ମୋତେ ମାନସିକ କଷ୍ଟ ଦେଲେ । ଘରଲୋକ ବହୁତ ଆଶା କରିଥିଲେ ମୁଁ କଲେକ୍ଟର ହେବି । ହେଲେ ମୋତେ ସିନିୟର ମେଣ୍ଟାଲି ଡିପ୍ରେସ୍ କଲେ । ସମସ୍ତେ ଜାଣିଛନ୍ତି ଆମ କଲେଜରେ ରାଗିଂ ହୁଏନି । କିନ୍ତୁ ସିନିୟର ମୋତେ ହଷ୍ଟେଲ୍ ରେ ବଞ୍ଚେଇ ଦେଲେନି । ବାପା, ବୋଉଙ୍କ ଲୁହରେ ସେମାନେ ଭାସିଯିବେ । ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି । କେବଳ ମୋ ଉପରେ ରାଗ ରଖି ମୋତେ ଡିପ୍ରେସ୍ କଲେ । ମୁଁ ସହିପାରିଲିନି କି ଘରେ କହିପାରିଲିନି । ମୋ ରୁମମେଟ୍ ଙ୍କୁ ବି ଏକଥା କହିପାରିଲିନି । ଶେଷରେ ଜୀବନ ହାରୁଛି ।

ବିଜେବି କଲେଜରେ ପୁଣି ଏକ ରାଗିଂ ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଛି । ଏହାର ସତ୍ୟାସତ୍ୟ ବାହାର କରିବା ପାଇଁ ସବୁଆଡୁ ଦାବି ହେଉଛି । ଝିଅର ମୃତ୍ୟୁରେ ପାଗଳପ୍ରାୟ ରୁଚିକାଙ୍କ ବାପା ମା’ ଏବଂ ପରିବାରବର୍ଗ ନ୍ୟାୟଭିକ୍ଷା କରି ହଷ୍ଟେଲ୍ ରେ ଧାରଣା ଦେଇଥିଲେ । ସେମାନଙ୍କ କାନ୍ଦବୋବାଳି ଏବଂ ଆକୁଳ ନିବେଦନ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା । କଲେଜ କର୍ତ୍ତୃପକ୍ଷ ଘଟଣାକୁ ହାଲକା ଭାବେ ନେଉଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ସେପଟେ ରୁଚିକାଙ୍କୁ ନ୍ୟାୟ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ର କଂଗ୍ରେସ କର୍ମୀମାନେ ଧାରଣାରେ ସାମିଲ ହେବାରୁ ସେଠାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଉପସ୍ଥିତ ଅଛନ୍ତି ।

ହଷ୍ଟେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ରୁଚିକା ମାତ୍ର ୬ ମାସ ହେଲା କଲେଜ ଆସିଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ । ତେବେ ତାଙ୍କ ରକ୍ତହୀନତା ରୋଗ ବା ଏନେମିକ୍ ଥିବା ସେ ଜାଣିଥିଲେ । ସେଥିପାଇଁ ସେ ପ୍ରାୟ କ୍ଲାସ୍ ଯାଉ ନ ଥିଲେ । ହଷ୍ଟେଲ୍ ରୁମ୍ ରେ ରହି ପଢ଼ାପଢ଼ି କରିବାକୁ ପସନ୍ଦ କରୁଥିଲେ । ତେବେ ସେ ସିନିୟର୍ ଙ୍କ ଦ୍ୱାରା ନିର୍ଯ୍ୟାତିତା ହେଉଥିବା ନେଇ କାହା ଆଗରେ କହିଥିବା ତାଙ୍କ ଦୃଷ୍ଟିକୁ ଆସିନାହିଁ ।

ରୁଚିକାଙ୍କ ରୁମମେଟ୍ ଏବଂ ସାଙ୍ଗମାନେ କହିଛନ୍ତି ସେ ମେଧାବୀ ଛାତ୍ରୀ ଥିଲେ । ଏବେଠାରୁ ସିଭିଲ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ଇଣ୍ଟ୍ରୋଭର୍ଟ ନେଚର୍ ର ଥିଲେ । କାହାରି ସାଙ୍ଗରେ ବେଶୀ କଥା ହେଉ ନ ଥିଲେ କି ନିଜ ମନକଥା ସେୟାର କରୁ ନ ଥିଲେ । ତେଣୁ ତାଙ୍କ ସମସ୍ୟା ଜାଣିବା ସମ୍ଭବ ନ ଥିଲା । ରକ୍ତହୀନତାରୁ ସେ ଅତି ଦୁର୍ବଳ ଥିଲେ ଏବଂ ନିୟମିତ ଔଷଧ ଖାଉଥିଲେ ବୋଲି ସେମାନେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଏହି ନାମକରା ବିଜେବି କଲେଜରେ ରାଗିଂ ଅଭିଯୋଗର ଏହା ପ୍ରଥମ ଘଟଣା ନୁହେଁ । ଅତୀତରେ କଲେଜର ଯୁକ୍ତ ତିନି ଶେଷବର୍ଷର ଛାତ୍ରୀ ରିଚା ମିଶ୍ର ଆତ୍ମହତ୍ୟା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ୨୦୦୫ ମସିହା ନଭେମ୍ବର ୧୮ ରେ ରିଚା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସେ ଏକ ସୁଇସାଇଡ୍ ନୋଟ୍ ଛାଡ଼ିଥିଲେ । ତିନି ଅଧ୍ୟାପକ ତାଙ୍କୁ ସେମାନଙ୍କ ପାଖରେ କୋଚିଂ ନେବାକୁ ବାଧ୍ୟ କରୁଥିଲେ ବୋଲି ଲେଖିଥିଲେ । ନଚେତ ତାଙ୍କ କ୍ୟାରିୟର୍ ସଫା କରିଦେବେ ବୋଲି ଧମକ ଦେଇଥିଲେ । ଏମିତିକି ପରୀକ୍ଷାରେ ମାର୍କ କମାଇ ଦେଇଥିବା ରିଚା ସେଥିରେ ଅଭିଯୋଗ କରିଥିଲେ । ମାନସିକ ନିର୍ଯ୍ୟାତନା ସହି ନ ପାରି ଶେଷରେ ସେ ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ସଂପୃକ୍ତ ତିନି ଅଧ୍ୟାପକ ଚାକିରିରୁ ନିଲମ୍ବିତ ଏବଂ ଗିରଫ ହୋଇଥିଲେ ।

Previous Post

୨ ଲକ୍ଷ କୋଟିର ବଜେଟ୍

Next Post

୬ ତାରିଖରେ ମାଟ୍ରିକ୍ ରେଜଲ୍ଟ

Next Post
୬ ତାରିଖରେ ମାଟ୍ରିକ୍ ରେଜଲ୍ଟ

୬ ତାରିଖରେ ମାଟ୍ରିକ୍ ରେଜଲ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA