Friday, February 20, 2026 10:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ମହିଳା ସଂରକ୍ଷଣ ବିଲ୍ ପାରିତ କର’

ସର୍ବଦଳୀୟ ବୈଠକରେ ବିଜେଡ଼ିର ଦାବି

by Our Correspondent
30 Jan, 2021- 10:46 PM
in Latest News, News
1 min read
0
‘ମହିଳା ସଂରକ୍ଷଣ ବିଲ୍ ପାରିତ କର’

ନୂଆଦିଲ୍ଲୀ/ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ବିଜେଡ଼ି ନିଜର ସ୍ୱର ଶାଣିତ କରିଛି । ନିର୍ଦ୍ଦିଷ୍ଟ ଭାବେ ପାର୍ଲିଆମେଣ୍ଟର ଚଳିତ ବଜେଟ୍ ଅଧିବେସନରେ ମହିଳା ସଂରକ୍ଷଣ ବିଲ୍ ପାରିତ ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡ଼ି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଏ ପ୍ରସଙ୍ଗରେ ଦଳର ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି ।

ବିଜେଡ଼ିର ଯୁକ୍ତି ଉପସ୍ଥାପନ କରି ଶ୍ରୀ ମିଶ୍ର କହିଥିଲେ, ୨୦୧୯ ଲୋକସଭା ନିର୍ବାଚନରେ ୨୧ଟି ଆସନରୁ ୭ ଟି ଆସନରେ ଦଳ ପକ୍ଷରୁ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏଭଳି ପଦକ୍ଷେପ ନେବାରେ ସମଗ୍ର ଦେଶରେ ବିଜେଡ଼ି ଥିଲା ଏକମାତ୍ର ଦଳ । ୫ଟି ଆସନରେ ବିଜେଡ଼ିର ମହିଳା ପ୍ରାର୍ଥୀ ଜିତିଥିବା ବେଳେ ଦୁଇଟି ଆସନରେ ବିଜେପିର ମହିଳା ପ୍ରାର୍ଥୀ ଜିତିଛନ୍ତି । ଏହିଭଳି ଭାବେ ଓଡ଼ିଶାରେ ଏକ ତୃତୀୟାଂଶ ଆସନରେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି ।

ମହିଳା ସଂରକ୍ଷଣ ବିଲ୍ କୁ ଉଭୟ ବିଜେପି ଓ କଂଗ୍ରେସ ସର୍ବସାଧାରଣରେ ସମର୍ଥନ କରୁଥିବା ବେଳେ ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକ ସମର୍ଥନ କରୁଛନ୍ତି । ୱାଇଏସଆର କଂଗ୍ରେସ ଏବଂ ଟିଆରଏସ୍ ଆଜି ଖୋଲାଖୋଲି ଏହାକୁ ସମର୍ଥନ ଜଣାଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦାବି ପଛରେ ଛିଡ଼ା ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାରେ ଅସୁବିଧା କେଉଁଠି ବୋଲି ସର୍ବଦଳୀୟ ବୈଠକରେ ବିଜେଡ଼ି ସଂସଦୀୟ ଦଳ ନେତା ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ।

ପ୍ରାୟ ୧୦ ବର୍ଷ ତଳୁ ରାଜ୍ୟସଭାରେ ଉକ୍ତ ବିଲ୍ ପାରିତ ହୋଇସାରିଛି । ଲୋକସଭାରେ ଏହି ବିଲ୍ ପାରିତ କରିବାକୁ ଚଳିତ ଅଧିବେସନ ହିଁ ପ୍ରକୃଷ୍ଟ ସମୟ । ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆନ୍ତରିକ ଇଚ୍ଛା ପ୍ରକଟ କରିଥିବା ଶ୍ରୀ ମିଶ୍ର ସର୍ବଦଳୀୟ ବୈଠକରେ ଦୋହରାଇଥିଲେ ।

Previous Post

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ’

Next Post

ଭୟାନକ ଦୁର୍ଘଟଣା: ପିକଅପ୍ ଭ୍ୟାନ୍ ଓଲଟି ୯ ମୃତ୍ୟୁ, ୧୩ ଆହତ

Next Post
ଭୟାନକ ଦୁର୍ଘଟଣା: ପିକଅପ୍ ଭ୍ୟାନ୍ ଓଲଟି ୯ ମୃତ୍ୟୁ, ୧୩ ଆହତ

ଭୟାନକ ଦୁର୍ଘଟଣା: ପିକଅପ୍ ଭ୍ୟାନ୍ ଓଲଟି ୯ ମୃତ୍ୟୁ, ୧୩ ଆହତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA