Tuesday, February 17, 2026 05:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମତ ମାଗିଲେ ନବୀନ

ବିଜେଡ଼ି ରାଜ୍ୟ ପରିଷଦ ବୈଠକରେ ୧୮ ରାଜନୈତିକ ପ୍ରସ୍ତାବ

by Our Correspondent
21 Dec, 2020- 09:44 PM
in Latest News, News, Politics
1 min read
0
ମତ ମାଗିଲେ ନବୀନ

ଭୁବନେଶ୍ୱର: ବିଜେଡ଼ି ଏକକ କେନ୍ଦ୍ରିକ ନେତାଙ୍କ ଦଳ ବୋଲି ପ୍ରଚାରକୁ ଭୁଲ୍ ପ୍ରମାଣିତ କରିବାକୁ ଚାହିଁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ତୃଣମୂଳସ୍ତରର ନେତା ଓ କର୍ମୀ ଯେ ବିଜେଡ଼ିର ଇଞ୍ଜିନ୍ ଏହା ଦର୍ଶାଇବାକୁ ଚାହିଁଛନ୍ତି । ଜିଲ୍ଲାୱାରୀ ଦଳୀୟ ସଂଗଠନ ଦାୟିତ୍ୱରେ ଥିବା ନେତାଙ୍କଠାରୁ ସାଂଗଠନିକ ଶକ୍ତିବୃଦ୍ଧି ଏବଂ ଅଞ୍ଚଳର ବିକାଶ ସମ୍ପର୍କିତ ଗଠନମୂଳକ ପ୍ରସ୍ତାବ ଓ ମତାମତ ମାଗିଛନ୍ତି । ସେ ନିଜେ ଏହାକୁ ଅନୁଧ୍ୟାନ କରିବେ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ବିଜେଡ଼ି ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିବା ସହ ସଦସ୍ୟମାନଙ୍କଠାରୁ ମତାମତ ଲୋଡିଛନ୍ତି । ଉଭୟ ଦଳୀୟ ଓ ସରକାରୀସ୍ତରରେ ଏହାକୁ ମର୍ଯ୍ୟାଦାର ସହ ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଜଣାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଦନ ପରେ ସଦସ୍ୟମାନେ ସେମାନଙ୍କର ମତ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନିର୍ଦ୍ଧାରିତ ସଜେସନ୍ ବକ୍ସରେ ସେମାନେ ଅଞ୍ଚଳର ବିଭିନ୍ନ ସମସ୍ୟାଗୁଡ଼ିକୁ କାଗଜରେ ଲେଖି ପକାଉଛନ୍ତି । ୱାର୍ଡସ୍ତରରେ ଏଥିପାଇଁ ଟାକ୍ସଫୋର୍ସ ଗଠନ କରିବାକୁ ମଧ୍ୟ ନବୀନ ନିଦେ୍ର୍ଦଶ ଦେଇଛନ୍ତି । ସଭାପତିଙ୍କର ଏଭଳି ଆଭିମୁଖ୍ୟ ସଦସ୍ୟମାନଙ୍କୁ ବେଶ୍ ଉତ୍ସାହିତ କରିଛି ।

ଦିନ ତମାମ ଅନୁଷ୍ଠିତ ରାଜ୍ୟ ପରିଷଦ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ନବୀନ ନିବାସରୁ ଭର୍ଚୁଆଲ୍ ଯୋଗଦେଇଥିଲେ ସଭାପତି । ବୈଠକରେ ମୋଟ ୧୮ ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଥିଲା । ସେଥିମଧ୍ୟରେ ଅଛି

#କୋଭିଡକୁ ସଫଳତାର ସହ ମୁକାବିଲା କରିଥିବା ପ୍ରଶାସନ ଏବଂ କୋଭିଡ ଯୋଦ୍ଧାଙ୍କୁ ଧନ୍ୟବାଦ ।

#ଦଳର ସଭ୍ୟସଂଖ୍ୟା ୧ କୋଟି ଟପିବା ଜନସାଧାରଣଙ୍କ ସମର୍ଥନ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇପାରିଛି । ଏଥିପାଇଁ ଜନସାଧାରଣ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

#ରାଜ୍ୟରେ ଓବିସି କମିଶନ ଗଠନ ଏବଂ ସମ୍ବିଧାନର ନବମ ଅନୁଚ୍ଛେଦରେ ବର୍ଦ୍ଧିତ ସ୍ଥାନ ସଂରକ୍ଷଣ ପାଇଁ ପ୍ରସ୍ତାବ ।

#ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ଲଢ଼େଇ ଜାରି ରହିବ ।

#ଅନୁସୂଚିତ ଜାତି/ଜନଜାତିଙ୍କ ଜୀବନଧାରଣର ମୁଖ୍ୟ କୁହାଯାଉଥିବା ଲଘୁ ବନଜାତଦ୍ରବ୍ୟର କ୍ରୟ ମୂଲ୍ୟ ବୃଦ୍ଧି ପାଇଁ ଦାବି ।

#ପେଟ୍ରୋଲ୍,ଡିଜେଲ୍, ରନ୍ଧନ ଗ୍ୟାସ୍ ର ଅହେତୁକ ଦରବୃଦ୍ଧି ବିରୋଧରେ ସଂଗ୍ରାମ ଜୋରଦାର ହେବ । ଦଳର ସବୁ ଛାମୁଆ ସଂଗଠନ ଏହି ଲଢ଼େଇରେ ସାମିଲ ହେବେ ।

#ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଦାବି ଜାରି ରହିବ ।

#ଆଞ୍ଚଳିକ ବିକାଶକୁ ପ୍ରାଧାନ୍ୟ ଦିଆଯାଇ ବିକାଶଧାରାକୁ ଆହୁରି ସୁଦୃଢ଼ କରାଯିବ । ଏଥିରେ ପ୍ରତ୍ୟେକ ଜନସାଧାରଣଙ୍କୁ ସାମିଲ କରାଯିବ ।

#ଅନୁସୂଚିତ ଜାତି/ଜନଜାତିଙ୍କ ସୁରକ୍ଷା ଏବଂ ସେମାନଙ୍କୁ ଅଧିକ ସଶକ୍ତ କରି ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଦ୍ୟମ କରାଯିବ ।

#ମହିଳାମାନଙ୍କର ଆର୍ଥିକ ଓ ସାମାଜିକ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ।

#ସରକାରୀ ହାଇସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ପାଇଁ ମେଡିକାଲ କଲେଜ ଓ ଇଂଜିନିୟରିଂ କଲେଜରେ ୧୦ରୁ ୧୫% ସ୍ଥାନ ସଂରକ୍ଷଣ ପାଇଁ ପ୍ରସ୍ତାବ ।

ସାଂଗଠନିକ ପ୍ରସ୍ତାବକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାରିତ ହୋଇଛି । ବିଜେଡ଼ିର ବରିଷ୍ଠ ସଦସ୍ୟମାନଙ୍କ ପାଇଁ ଦଳ ପକ୍ଷରୁ ଏକ କର୍ପସ୍ ପାଣ୍ଠି ଗଠନ କରାଯିବ । ଏହି ପାଣ୍ଠିରୁ ବରିଷ୍ଠ ସଦସ୍ୟମାନେ ଆବଶ୍ୟକ ସହାୟକ ପାଇପାରିବେ ।

ରାଜ୍ୟ ପରିଷଦ ବୈଠକରେ ଆସିଥିବା ପ୍ରସ୍ତାବଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିବା ସହ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସବୁ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିଥିଲେ । ବିଶେଷକରି ମେଡିକାଲ କଲେଜ ଓ ଇଂଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ଉପରେ ସେ ବ୍ୟକ୍ତିଗତ ଭାବରେ ଖୁସି ବୋଲି କହିଥିଲେ । ସେହିପରି ପଛୁଆବର୍ଗ ସର୍ଭେ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରି ଏହା ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ମାଇଲଷ୍ଟୋନ୍ ହେବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳା ସଶକ୍ତିକରଣ ମୋର ପ୍ରିୟ ବିଷୟ । ଆଜି ଏ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଆମେ ଚେଷ୍ଟା କରିବା ।

ବୈଠକରେ ପାରିତ ପ୍ରସ୍ତାବରୁ ସରକାରୀସ୍ତରରେ ଯେଉଁଗୁଡ଼ିକ କାର୍ଯ୍ୟକାରୀ ହେବା ଦରକାର, ସେଗୁଡ଼ିକୁ ସଂପୃକ୍ତ ମନ୍ତ୍ରୀମାନଙ୍କ ପାଖକୁ ପଠାଯିବ ଏବଂ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସେଗୁଡ଼ିକୁ ସମନ୍ୱୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ରାଜ୍ୟ ପରିଷଦ ବୈଠକ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ( ଗଣମାଧ୍ୟମ) ମାନସ ମଙ୍ଗରାଜ, ବରିଷ୍ଠ ସାଧାରଣ ସମ୍ପାଦକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର ବୈଠକ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଥିଲେ ।

Previous Post

ଲୋକପ୍ରତିନିଧି, ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ

Next Post

ଜେଲ୍ ଗଲା ‘ପରୀ’ ହତ୍ୟା ମୁଖ୍ୟ ଅଭିଯୁକ୍ତ

Next Post
ଜେଲ୍ ଗଲା ‘ପରୀ’ ହତ୍ୟା ମୁଖ୍ୟ ଅଭିଯୁକ୍ତ

ଜେଲ୍ ଗଲା 'ପରୀ' ହତ୍ୟା ମୁଖ୍ୟ ଅଭିଯୁକ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA