Monday, February 23, 2026 03:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୂଆ ପ୍ରଭାରୀଙ୍କ ଆଗମନରେ ବିଜେପି ଶିବିର ଚଳଚଞ୍ଚଳ

ପୁଣି ଚର୍ଚ୍ଚାରେ ସାଂସଦ ଅପରାଜିତା

by Our Correspondent
05 Sep, 2022- 10:34 PM
in Latest News, News, Politics
1 min read
0
ନୂଆ ପ୍ରଭାରୀଙ୍କ ଆଗମନରେ ବିଜେପି ଶିବିର ଚଳଚଞ୍ଚଳ

ଭୁୁବନେଶ୍ୱର: ସାଂଗଠନିକ ଦୃଷ୍ଟିକୋଣରୁ ନିଷ୍ପ୍ରଭ ହୋଇପଡ଼ିଥିବା ରାଜ୍ୟ ବିଜେପି ଶିବିରରେ ନୂଆ ଜୋସ୍ ଦେଖିବାକୁ ମିଳିଛି । ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ସୁନିଲ ବଂଶଲ ଆଜି ପ୍ରଥମ ଥର ଓଡ଼ିଶା ଆସିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ରାଜ୍ୟ ନେତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଅପରାହ୍ନରେ ଶ୍ରୀ ବଂଶଲ ରାଜ୍ୟର ପଦାଧିକାରୀମାନଙ୍କ ସହ ପରିଚିତ ହୋଇଥିଲେ । ଏଥିସହ ସାଂଗଠନିକ ସ୍ଥିତି ଏବଂ ବିଭିନ୍ନ ବିଷୟ ନେଇ ଦଳର ସଭାପତିଙ୍କ ସମେତ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆସନ୍ତାକାଲି ସେ କୋର୍ କମିଟି ସଦସ୍ୟ, ଜିଲ୍ଲା ପ୍ରଭାରୀ, ଦଳର ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିବେ । ଦଳର ୨୦୨୪ ରଣନୀତି ପ୍ରସ୍ତୁତିର ଏହା ପ୍ରଥମ ପର୍ବ ବୋଲି କୁହାଯାଉଛି । ଓଡ଼ିଶାରେ ସଂଗଠନକୁ ମଜବୁତ୍ କରିବା ସହ ରାଜ୍ୟ ସରକାରଙ୍କ ବିଫଳତା ଏବଂ କେନ୍ଦ୍ର ସରକାରଙ୍କ ସଫଳତା ଲୋକଙ୍କ ପାଖକୁ ନେବା ପାଇଁ ରଣନୀତି ପ୍ରସ୍ତୁତ ହେବ । ସେପ୍ଟେମ୍ବର ଶେଷ ସପ୍ତାହ ବେଳକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡ଼ିଶା ଆସିବା ପରେ ଏହା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି ।

ଦାୟିତ୍ୱ ପାଇଲା ପରେ ଶ୍ରୀ ବଂଶଲଙ୍କ ଆଜିର ଏହି ଗସ୍ତ ପରିପ୍ରେକ୍ଷୀରେ ଦଳରେ ଏକଘରିକିଆ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହାବଭାବ ଆଜି ଦଳୀୟ ମହଲରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥିଲା । ଶ୍ରୀ ବଂଶଲଙ୍କର ଓଡ଼ିଶା କାର୍ଯ୍ୟକ୍ରମ ବହୁ ଆଗରୁ ନିର୍ଦ୍ଧାରିତ ହୋଇଥିବା ଜାଣି ମଧ୍ୟ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସେଥିପ୍ରତି ଗୁରୁତ୍ୱ ନ ଦେଇ ଆଜି ଦିନ ୧୧ଟା ବେଳେ ତାଙ୍କ ଅଫିସ୍ ରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ତେବେ ଏହା ଉପଯୁକ୍ତ ସମୟ ନୁହେଁ ବୋଲି ସାଂସଦଙ୍କୁ ଉପରୁ ତାଗିଦ୍ ହେବା ପରେ ସେ ଶେଷ ମୁହୁର୍ତ୍ତରେ ବାତିଲ କରିଥିବା କୁହାଯାଉଛି ।

ଏଥିସହ ସଂସଦୀୟ କମିଟି ବୈଠକର ଆଳ ଦେଖାଇ ଅପରାଜିତା ଅଜି ହଠାତ୍ ଦିଲ୍ଲୀ ଯିବା ପାଇଁ ବାହାରିଥିଲେ । ଆଉ ଆଗୁଆ ଦିନ ୧ଟା ବେଳକୁ ବିମାନବନ୍ଦରରେ ଯାଇ ପହଞ୍ଚିଥିଲେ । ସେତେବେଳେ ପ୍ରଭାରୀ ଶ୍ରୀ ବଂଶଲ ଦିଲ୍ଲୀରୁ ଆସି ସାରିଥିଲେ । ରାଜ୍ୟ ନେତାମାନେ ତାଙ୍କୁ ପାଛୋଟି ନେବାକୁ ଲବିରେ ଅପେକ୍ଷା କରିଥିବାର ଖବର ପାଇ ସାଂସଦ ତରବରରେ ସେଠାକୁ ଯାଇଥିଲେ । ଶ୍ରୀ ବଂଶଲଙ୍କୁ ସେଠାରେ ସ୍ୱାଗତ ଜଣାଇ ତାଙ୍କ ସହ ଲବିରୁ ବାହାରିଥିଲେ ଏବଂ ଉପରେ ପଡ଼ି ତାଙ୍କୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛାଡ଼ିବାକୁ ଆସିଥିଲେ । ସେଠାରୁ ବିମାନବନ୍ଦର ଫେରି ଦିଲ୍ଲୀ ଯାଇଥିଲେ ।

ନୂଆ ପ୍ରଭାରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ରାଜ୍ୟ ବିଜେପି ନେତାମାନଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ସାଂସଦ ଅପରାଜିତାଙ୍କର ସେହି ଗୋଠ ଖଣ୍ଡିଆ ନୀତି ଚର୍ଚ୍ଚାର ବିଷୟ ହୋଇଛି । ନିଜର ଅହଂକାର ସ୍ୱଭାବ ପାଇଁ ରାଜ୍ୟ ବିଜେପିରୁ ସେ ଯେ ଏକଘରିକିଆ ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି । ଏପରି ହୋଇଛି ଯେ ନୂଆ ପ୍ରଭାରୀଙ୍କ ସହ ସାଂସଦଙ୍କର ଫଟୋକୁ ବିଜେପି ନେତାମାନେ ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସ୍ଥାନ ଦେଇନାହାନ୍ତି ।

Previous Post

ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଜେଡିର ବିରାଟ ଆୟୋଜନ

Next Post

ନବୀନଙ୍କୁ ଭବ୍ୟ ସ୍ୱାଗତ; ବିମାନବନ୍ଦରରୁ ନବୀନ ନିବାସ ଜନସମୁଦ୍ର

Next Post
ନବୀନଙ୍କୁ ଭବ୍ୟ ସ୍ୱାଗତ; ବିମାନବନ୍ଦରରୁ ନବୀନ ନିବାସ ଜନସମୁଦ୍ର

ନବୀନଙ୍କୁ ଭବ୍ୟ ସ୍ୱାଗତ; ବିମାନବନ୍ଦରରୁ ନବୀନ ନିବାସ ଜନସମୁଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA