Monday, March 30, 2026 01:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହିଳାଙ୍କୁ କ’ଣ ଏମିତି ସମ୍ମାନ?

ସଟକଟ୍ ରାସ୍ତାରେ ରାଜ୍ୟ ବିଜେପି!

by Our Correspondent
30 Sep, 2023- 09:11 PM
in Latest News, News
1 min read
0
ମହିଳାଙ୍କୁ କ’ଣ ଏମିତି ସମ୍ମାନ?

ଭୁବନେଶ୍ୱର: ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଆସନକୁ ଡାଲି ଫିଙ୍ଗି ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ମୁକେଶ ମହାଲିଙ୍ଗ । ଏଭଳି ଅଶୋଭନୀୟ କାର୍ଯ୍ୟ ପାଇଁ ସେମାନେ ଅନୁତପ୍ତ ନୁହଁନ୍ତି । ସେମାନଙ୍କ ଦଳ ବି ଅନୁତପ୍ତ ନୁହେଁ । ଓଲଟି ଦଳୀୟ ନେତାମାନେ ରାଜରାସ୍ତାରେ ଡାଲି ପସରା ଖୋଲି ବାଚସ୍ପତି ପଦରେ ବସିଥିବା ଜଣେ ଦଳିତ ମହିଳାଙ୍କ ଚରିତ୍ର ସଂହାରରେ ମାତିଛନ୍ତି ।

ଏଠି କହିବା ଅନାବଶ୍ୟକ ଯେ ଅତୀତରେ ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଥିବା ସମୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଡାଲି ଦୁର୍ନୀତିରେ ଫସିଥିଲେ । ସେହି ମାମଲାରେ ତାଙ୍କୁ ଭିଜିଲାନସ୍ ପକ୍ଷରୁ କ୍ଲିନଚିଟ୍ ମିଳିଥିଲେ ମଧ୍ୟ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ତେବେ ଏହି ଦୁର୍ନୀତି ଅଭିଯୋଗ ତାଙ୍କର ରାଜନୈତିକ କ୍ୟାରିୟର୍ କୁ ପ୍ରଭାବିତ କରିନାହିଁ । ବିଂଝାରପୁରରୁ ସେମିତି ଟିକେଟ ପାଇ ନିର୍ବାଚନ ଲଢ଼ୁଛନ୍ତି ଏବଂ ଜିତୁଛନ୍ତି । ସଂଗଠନ ଓ ସରକାରରେ ତାଙ୍କର ପତିଆରା ବଢ଼ିଚାଲିଛି ।

ବହୁବର୍ଷ ଧରି ସେ ବିଜେଡି ମହିଳା ସଂଗଠନର ନେତୃତ୍ୱ ନେଇଥିଲେ । ୨୦୧୯ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ହୋଇଥିଲେ । ପ୍ରଥମ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳକୁ ଫେରାଇ ଆଣି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଓଜନଦାର ବିଭାଗର କ୍ୟାବିନେଟ୍ ମନ୍ତ୍ରୀ କରିଥିଲେ । ଆଉ ଏବେ ବାଚସ୍ପତି ପଦ ଅଳଙ୍କୃତ କରିଛନ୍ତି । ବାଚସ୍ପତି ନିର୍ବାଚିତ ହେବା ପରେ ବିରୋଧୀ ଦଳ ପକ୍ଷରୁ ତାଙ୍କର ଗୁଣଗାନ କରାଯିବା ସହ ତାଙ୍କୁ ଉଚ୍ଚ୍ୱସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ବାଚସ୍ପତି ଭାବେ ଦାୟିତ୍ୱ ନେବାର ସପ୍ତାହେ ନ ପୂରୁଣୁ ତାଙ୍କ ଉପରେ ବିଜେପି ଦଳ ପକ୍ଷରୁ ଆରମ୍ଭ ହୋଇଛି ବ୍ୟକ୍ତିଗତ ଆକ୍ରମଣ । ଗୃହ ପରିଚାଳନାରେ ତାଙ୍କର ପକ୍ଷପାତିତାକୁ ପ୍ରଶ୍ନ କରାଯାଇଛି । ବିଜେପି ସଦସ୍ୟମାନେ ଠିକ୍ ଜାଣନ୍ତି ଯେ ବିଧାନସଭା ହେଉ କି ସଂସଦ ହେଉ, ବାଚସ୍ପତିଙ୍କଠାରୁ ନିରପେକ୍ଷତା ଆଶା କରିବାର ବେଳକାଳ ଆଉ ନାହିଁ । ସଂସଦରେ ଓମ୍ ବିର୍ଲା ହୁଅନ୍ତୁ କି ବିଧାନସଭାରେ ପ୍ରମିଳା ମଲ୍ଲିକ ହୁଅନ୍ତୁ, ଗୃହ ପରିଚାଳନାରେ ସରକାରୀ ‘ଠାର’ ପ୍ରଣିଧାନଯୋଗ୍ୟ ହୋଇଛି । ମାତ୍ର ଏହାକୁ ଆଳ କରି ରାଜ୍ୟର ବିଜେପି ନେତାମାନେ ବାଚସ୍ପତି ପଦ ମଣ୍ଡନ କରିଥିବା ଜଣେ ଦଳିତ ମହିଳାଙ୍କ କୁତ୍ସାରଟନାରେ ମାତିଛନ୍ତି ।

କେବଳ ବାଚସ୍ପତି ପ୍ରମିଳା ମଲ୍ଲିକ ନୁହଁନ୍ତି । ଆଉ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା, କୁତ୍ସାରଟନା କରାଯାଉଛି । ସେହି ମହିଳାଙ୍କ ନାଁ ଶ୍ରଦ୍ଧା । ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପର୍ଯ୍ୟନ୍ତ ପ୍ରେସମିଟ୍ କରି କିଏ ସେହି ମହିଳା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଭାଟିକାନ୍ ସିଟିକୁ ମୁଖ୍ୟମନ୍ତ୍ରୀ କାହିଁକି ସାଙ୍ଗରେ ନେଇଥିଲେ? ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ଅନୁମତି କାହିଁକି ବୋଲି ପ୍ରଶ୍ନ କରାଯାଇଛି । ବିଜେପି ସୋସିଆଲ୍ ମିଡିଆରେ ଏହି ଶ୍ରଦ୍ଧା ନାମ୍ନୀ ମହିଳାଙ୍କ ଫଟୋ ସାଙ୍ଗରେ କଟୁ ଟିପ୍ପଣୀ ଛାଇ ଯାଇଛି ।

ଉକ୍ତ ମହିଳା ଶ୍ରଦ୍ଧାଙ୍କ ସମ୍ପର୍କରେ ସାଧାରଣରେ ଚର୍ଚ୍ଚା କରିବାପାଇଁ ବିଜେପି ନେତାଙ୍କ ଉତ୍ସୁକତା ପଛରେ ଏକମାତ୍ର କାରଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ କରିବା । ଏହି ବୁଦ୍ଧି ସେମାନେ କାହାଠାରୁ ଆଣିଛନ୍ତି ତାହା ଭିନ୍ନ କଥା । ସେଥିରେ ବିଜେପିକୁ କେତେ ସଫଳତା ମିଳିବ ତାହା ସମୟ କହିବ । ମାତ୍ର ଏହାଦ୍ୱାରା ସେମାନେ ଜଣେ ମହିଳାଙ୍କୁ ଅସମ୍ମାନିତ କରୁଛନ୍ତି । ତାଙ୍କର ଚରିତ୍ରକୁ ନେଇ କାଳ୍ପନିକ ଚିତ୍ରଣ କରୁଛନ୍ତି । ଯଦି ତାଙ୍କ ବିଷୟରେ ସଠିତ ତଥ୍ୟ ଅଛି, ତେବେ ତାକୁ ପ୍ରକାଶ କରାଯାଉ । ଏଭଳି କୁତ୍ସାରଟନା କରିବା ଦ୍ୱାରା ଜଣେ ମହିଳାଙ୍କ ମର୍ଯ୍ୟାଦାକୁ କୁଠାରାଘାତ କରାଯାଉନି କି ବୋଲି ପ୍ରଶ୍ନ ଉଠୁଛି ।

ସୂଚନାଥାଉକି, ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ବିଲ୍ କୁ ଗତକାଲି ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ତାହା ଆଇନରେ ପରିଣତ ହୋଇଛି । ଏହି ଆଇନରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ମହିଳାଙ୍କୁ ଅଧିକାର ଓ ସମ୍ମାନ କ୍ଷେତ୍ରରେ ମୋଦୀ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି । ମାତ୍ର ଠିକ୍ ଏତିକିବେଳେ ଓଡ଼ିଶା ବିଜେପିର ଉପରୋକ୍ତ ଦୃଷ୍ଟିଭଙ୍ଗୀ ଦଳ ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି ।

 

Previous Post

ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡାଲି ଫିଙ୍ଗିଲେ

Next Post

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ

Next Post
ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA