ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂଗଠନ ‘ଜୟ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଅଭିଯାନର ଦ୍ୱିତୀୟ ପ୍ରୟାସରେ ଆଜି ସ୍ଥାନୀୟ ରେଡକ୍ରସ ଭବନରେ ଆୟୋଜିତ ହୋଇଥିଲା ବିଶାଳ ରକ୍ତଦାନ ଶିବିର । ଡି.ସି.ସି କ୍ଲବ୍ ର ସଦସ୍ୟ ବିକ୍ରମ ଦାସ(ବିକୁନ୍) ଙ୍କର ଜନ୍ମଦିନ ଉପଲକ୍ଷେ ଏହାର ଆୟୋଜନ କରାଯାଇଥିଲା । ଗ୍ରୀଷ୍ଣ ଋତୁରେ ରକ୍ତର ଅଭାବକୁ ଦୂର କରିବାରେ ଏହା ସହାୟକ ହୋଇପାରିବ ବୋଲି ଆୟୋଜକମାନେ ଆଶା କରିଥିଲେ ।
ରକ୍ତଦାନ ଶିବିରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୌରି ସଚିନ୍ ସେନାପତି । ସ୍ୱଇଚ୍ଛାରେ ରକ୍ତଦାନ କରିବା ସହ ଅନ୍ୟମାନେ ରକ୍ତଦାନ କରିବାକୁ ପ୍ରବର୍ତ୍ତାଇ ସାମାଜିକ ଦାୟିତ୍ୱର ସଚେତନତା ସୃଷ୍ଟି କରିଥିଲେ । ସମସ୍ତେ ମିଳିତ ହୋଇ ରକ୍ତଦାନ କଲେ ଏହି ଗ୍ରୀଷ୍ଣ ଋତୁରେ ରକ୍ତର ଅଭାବ ଦୂର କରିବାରେ ସାହାଯ୍ୟ କରିପାରିବା । ସେଥିପାଇଁ ସେ ସମସ୍ତଙ୍କୁ ରକ୍ତଦାନ କରିବା ପାଇଁ ହାତଯୋଡି ଅନୁରୋଧ କରିଥିଲେ ।








