ଭୁୁବନେଶ୍ୱର: ଦୀର୍ଘ ୭୦ ବର୍ଷ ପରେ ଭାରତ ଦେଖିଛି ଚିତାବାଘ । ଦକ୍ଷିଣ ଆଫିକ୍ରୀୟ ଦେଶ ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ୮ ଚିତାବାଘ ପହଞ୍ଚିବା ପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ହୋଇଛନ୍ତି । ଆଜି ନିଜର ୭୨ତମ ଜନ୍ମିଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚିତା ଭେଟି ଦେଇଛନ୍ତି । ଏହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।
୫ ଟି ମାଈ ଏବଂ ୩ ଟି ଅଣ୍ଡିରା ଚିତାବାଘଙ୍କୁ ନେଇ ଏକ ସ୍ୱତନ୍ତ୍ର ବୋଇଂ ବିମାନ-୭୧୭ ଗତକାଲି ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ ବାହାରିଥିଲା । ୨୦ ଘଣ୍ଟା ସମୟ ୮ ହଜାର କିଲୋମିଟର ଯାତ୍ରା କରି ଆଜି ସକାଳେ ଗ୍ୱାଲିୟର୍ ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚିତାବାଘଙ୍କୁ ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଉପସ୍ଥିତ ରହି ଏହି ଚିତାବାଘମାନଙ୍କୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବା ପରେ ଜାତୀୟ ଉଦ୍ୟାନ ଭିତରକୁ ଛାଡ଼ିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉପସ୍ଥିତ ଥିଲେ ।








