Wednesday, March 11, 2026 08:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିକଶିତ ଭାରତ ଗଠନ ‘ଭିବି ଜି ରାମ ଜି’ ବିଲ୍‌ର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

by Our Correspondent
06 Jan, 2026- 07:42 PM
in Latest News, News
1 min read
0
ବିକଶିତ ଭାରତ ଗଠନ ‘ଭିବି ଜି ରାମ ଜି’ ବିଲ୍‌ର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗ୍ୟାରେଂଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ (ଭିବି ଜି ରାମ ଜି)ବିଲ୍ ସଂସଦରେ ପାଶ୍ ହୋଇ ଆଇନ୍‌ରେ ପ୍ରଣୟନ ହୋଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଏହି ଆଇନ୍‌ର ନାମକରଣ ଜରିଆରେ ବିକଶିତ ଭାରତର ଲକ୍ଷ୍ୟକୁ ଯୋଡ଼ାଯାଇଛି। ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ସ୍ୱରୋଜଗାର ଲକ୍ଷ୍ୟକୁ ବାସ୍ତବରେ କିପରି ହାସଲ କରାଯାଇପାରିବ ତାହା ହେଉଛି ବିକଶିତ ଭାରତର ଉଦ୍ଦେଶ୍ୟ। କେବଳ ତାଙ୍କ ନାମକୁ ବ୍ୟବହାର କରି ରାଜନୈତିକ ଫାଇଦା ଉଠାଇବା ଆମର ଲକ୍ଷ୍ୟ ନୁହେଁ। ବିରୋଧୀ ଦଳଗୁଡ଼ିକ ନାନା ପ୍ରକାର ଅପପ୍ରଚାର କରୁଛନ୍ତି। ଏହାକୁ କୃଷକ ବିରୋଧୀ ଏବଂ ଗରିବ ବିରୋଧୀ ବୋଲି ସେମାନେ ଦର୍ଶାଉଛନ୍ତି। କିନ୍ତୁ କୃଷକ ଓ ଶ୍ରମିକ କଲ୍ୟାଣ ପାଇଁ ଏହି ଆଇନ୍‌ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ କୃଷକ ଓ ଗରିବଙ୍କ ରୋଜଗାର ବୃଦ୍ଧି ପାଇଁ ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନତା ପରେ ଅନେକ ଥର ପ୍ରୟାସ କରାଯାଇଛି। ୧୮୭୬ରୁ ୧୮୭୮ ମଧ୍ୟରେ ଭାରତରେ ଦୁର୍ଭିକ୍ଷ ହୋଇଥିଲା। ଏହା ପରବର୍ତୀ ଅବସ୍ଥାରେ ଇଂଗ୍ରେଜ ଶାସନ ସମୟରେ ୧୮୮୦ରେ ଦୁର୍ଭିକ୍ଷ ବୋର୍ଡ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଲୋକଙ୍କୁ ସହାୟତା ଦେବା ପାଇଁ କାମ ବାଧ୍ୟତାମୂଳକ ଥିଲା। କିନ୍ତୁ ଲୋକଙ୍କର କୌଣସି ଅଧିକାର ନ ଥିଲା। ସ୍ୱାଧୀନତା ପରେ ସମ୍ବିଧାନର ଧାରା ୪୧ ଅନୁଯାୟୀ ଦେଶର ଆର୍ôଥକ ସମ୍ବଳକୁ ଦୃଷ୍ଟିରେ ରଖି ଲୋକଙ୍କୁ କାମ ଯୋଗାଇବା ଏକ ନୈତିକ ଦାୟିତ୍ୱ ବୋଲି କେନ୍ଦ୍ର ସରକାର ସେତେବେଳେ ହୃଦୟଙ୍ଗମ କରିଥିଲେ। ମାତ୍ର ଏହାକୁ କାର୍ୟ୍ୟକାରୀ କରାଇବା ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ। ୧୯୬୦ ଏବଂ ୧୯୭୧ରେ ଗ୍ରାମୀଣ ରୋଜଗାର ପାଇଁ ନୂଆ ଯୋଜନା କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ଯଦି କାମ ଥିବ ତେବେ ସେମାନଙ୍କୁ କାମ ଯୋଗାଇ ଦିଆଯିବ। ମାତ୍ର ଲୋକଙ୍କ ପାଇଁ ଆଦୌ କର୍ମ ନିଯୁକ୍ତି ସୃଷ୍ଟି କରାଯାଉ ନ ଥିଲା। ଲୋକ କିପରି ନିୟମିତ ଭାବେ କାମ ପାଇବେ ସେମାନଙ୍କ ଆର୍ଥିକ ରୋଜଗାର ବଢ଼ିବ ସେଥିପ୍ରତି ଆଦୌ ପ୍ରାଧାନ୍ୟ ଦିଆଯାଉ ନ ଥିଲା। ଗଳାବାଟ ଥିବା କାରଣରୁ ଗରିବ ଚାଷୀ, ମୂଲିଆ ଶୋଷିତ ହେଉଥିଲେ। ସେହିପରି ପ୍ରଶାସନିକ କାର୍ୟ୍ୟନ୍ୱୟନରେ ମଧ୍ୟ ବିଫଳତା ଯୋଗୁ ଏସବୁ ଯୋଜନା ଅନେକ ସମୟରେ ଅସଫଳ ହୋଇଥିଲା। ପରବର୍ତୀ ପର୍ୟ୍ୟାୟରେ ଏଭଳି ଅନେକ ଯୋଜନା କରାଯାଇଥିଲେ ମଧ୍ୟ ତାହା ସବୁ ବିଫଳ ହୋଇଥିଲା। ଲକ୍ଷ୍ୟହୀନତା, ଦୁର୍ବଳ ବିକେନ୍ଦ୍ରୀକରଣ ଓ ଦୁର୍ନୀତି ଯୋଗୁ ବିଭିନ୍ନ ସମୟରେ ଏହିସବୁ ଯୋଜନା ସଫଳ ହୋଇପାରିନାହିଁ। ଗରିବ ଓ ଶ୍ରମିକମାନଙ୍କ ପାଇଁ ଏହା କେବେ ଫଳପ୍ରଦ ହୋଇପାରି ନ ଥିଲା।

୨୦୦୫ରେ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା(ନରେଗା) ଆରମ୍ଭ କରାଯାଇଥିଲା। ଗତ ୨୦ ବର୍ଷ ଧରି ସାରା ଦେଶରେ ଏହି ଯୋଜନାକୁ କାର୍ୟ୍ୟକାରୀ କରାଯାଉଛି।୨୦୦୯ରେ ଉକ୍ତ ଯୋଜନାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତ ଯୋଜନା(ମନରେଗା)ରେ ନାମିତ କରାଯାଇଥିଲା। ମାତ୍ର ଏହାର ମୌଳିକ ଢ଼ାଂଚାରେ କୌଣସି ପରିବର୍ତନ କରାଯାଇ ନ ଥିଲା। ଗାନ୍ଧୀଙ୍କ ନାମକୁ ବ୍ୟବହାର କରି ରାଜନୈତିକ ଫାଇଦା ଉଠାବାକୁ ୟୁପିଏ ସରକାର ଏହି ଯୋଜନା କାର୍ୟ୍ୟ କରିଥିଲା। ଏଥିରେ ୧୦୦ ଦିନର ନିଶ୍ଚିନ୍ତ କର୍ମ ନିଯୁକ୍ତି ଦେବା ପାଇଁ ନିୟମ ଥିଲେ ମଧ୍ୟ ବାସ୍ତବରେ କେବଳ ୫୦ ଦିନ କାମ ମିଳୁଥିଲା। ସେହିପରି ଯେଉଁ ଭତା ଦିଆଯାଉଥିଲା ତାହା ଅତ୍ୟନ୍ତ ନଗଣ୍ୟ ଥିଲା। ଏହି ଯୋଜନାରେ ବିଭିନ୍ନ ରାଜ୍ୟରେ ସେତେବେଳେ ଦୁର୍ନୀତି ମଧ୍ୟ ଦେଖବାକୁ ମିଳିଥିଲା। ମିଛ ମଷ୍ଟରରୋଲ୍ ଦେଖାଇ ମୃତ ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଯୋଡ଼ି ଦିଆଯାଇଥିଲା। ମଜୁରୀ ପ୍ରଦାନରେ ବ୍ୟାପକ ଅନିୟମିତା ଦେଖିବାକୁ ମିଳିଥିଲା। ୟୁପିଏ ସରକାର ସମୟରେ ଯୋଜନାବଦ୍ଧ ଭାବେ ଏସବୁ ଦୁର୍ନୀତି ହୋଇଥିଲା। ବିହାରରେ ୬୦୦୦ କୋଟି ଓ ଉତରପ୍ରଦେଶରେ ୧୦ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ି ନଥିଲା। ୨୦୧୨ ମସିହାରେ ସମ୍ବଲପୁରରେ କେତେଜଣ ମୃତବ୍ୟକ୍ତି, ରୋଗୀ ଏବଂ ବାର୍ଦ୍ଧକ୍ୟ ଭତା ପାଉଥିବା ବ୍ୟକ୍ତିଙ୍କ ନାମରେ ମଜୁରୀ ଟଙ୍କା ଉଠାଯାଇଥିଲା। ମଷ୍ଟର ରୋଲ୍‌ରେ ମିଛ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିଲା। କିଛି ରାସ୍ତା କାମ ଆଦୌ କରା ନଯାଇ ଅର୍ଥ ହଡ଼ପ କରାଯାଇଥିଲା। ମନରେଗାରେ ଋତୁକାଳୀନ ସମସ୍ୟା ଉପରେ ଆଦୌ ଗୁରୁତ୍ୱ ଦିଆଯାଉ ନ ଥିଲା। ପ୍ରଶାସନିକ ଦୂରଦୂଷ୍ଟି ଅଭାବରୁ ଯୋଜନାର ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁ ନ ଥିଲା। ଢ଼ାଂଚାଗତ ଦୁର୍ବଳତା ଓ ଅପରଗତା ପାଇଁ ଏହି ଯୋଜନା ବିଫଳ ହୋଇଥିଲା। ଏହି ଯୋଜନା ଦୁର୍ନୀତିକୁ ବ୍ୟାପକଭାବେ ପ୍ରଶୟ ଦେଉଥିଲା। ସେହିପରି ବେକାର ଭତା ପ୍ରଦାନରେ ମଧ୍ୟ ବିଫଳତା ହୋଇଥିଲା।

ଟେକ୍ନୋଲୋଜିକୁ ବ୍ୟବହାର କରି ଏସବୁ ଦୁର୍ନୀତି ରୋକିବା ଏବଂ ଯୋଜନାର ସଫଳ ରୂପାୟନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ‘ଭିବି ଜି ରାମ ଜି ବିଲ୍‌’ ପ୍ରଣୟନ କରିଛନ୍ତି। ଗ୍ରାମସ୍ୱରାଜ ଆଣିବା ପାଇଁ ଗାନ୍ଧୀଜୀଙ୍କ ଯେଉଁ ସ୍ୱପ୍ନ ଥିଲା ତାହାକୁ ଠିକ୍ ଭାବେ କାର୍ୟ୍ୟକାରୀ କରି ବିକଶିତ ଆଡ଼କୁ କିପରି ଅଗ୍ର୍ରସର ହେବା ସେନେଇ ନୂତନ ଯୋଜନାରେ ବ୍ୟବସ୍ଥା କରାଯାଇଛି। ୨୦୪୭ ଲକ୍ଷ୍ୟ ରଖି ଫ୍ରେମୱାର୍କ କରାଯାଇଛି। କର୍ମନିଯୁକ୍ତିର ଅବଧିକୁ ୧୦୦ ଦିନରୁ ବୃଦ୍ଧି କରାଯାଇ ୧୨୫ ଦିନ କରାଯାଇଛି। ଅର୍ଥାତ୍ ଗ୍ରାମାଂଚଳର ଏକ ପରିବାର ଏବେ ୧୨୫ ଦିନ ନିଯୁକ୍ତି ପାଇବାକୁ ହକ୍‌ଦାର ବୋଲି ସ୍ପଷ୍ଟ କରାଯାଇଛି। ଗ୍ରାମରେ ବିଭିନ୍ନ ଉତ୍ପାଦକୁ ବୃଦ୍ଧି କରାଇବାରେ ନୂତନ ଯୋଜନା ସହାୟକ ହୋଇପାରିବ। ଉତରପୂର୍ବ ରାଜ୍ୟଗୁଡ଼ିକ ପାଇଁ ୯୦:୧୦, କେନ୍ଦ୍ରଶାସିତ ଅଂଚଳ ପାଇଁ ୧୦୦ ପ୍ରତିଶତ ଓ ଅନ୍ୟ ରାଜ୍ୟଗୁଡ଼ିକରେ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ କରିବେ। ଫଳରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ବଢ଼ିବ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟର ଦାୟିିିିିତ୍ୱବୋଧ ବୃଦ୍ଧି ପାଇବ। ୪ ପ୍ରମୁଖ କ୍ଷେତ୍ରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା ଜଳ ସୁରକ୍ଷା ଓ ଜଳ ସମ୍ବନ୍ଧୀୟ କାର୍ୟ୍ୟଗୁଡ଼ିକୁ ପ୍ରୋତ୍ସାହନ, ମୌଳିକ ଗ୍ରାମୀଣ ଭିତିଭୂମି ସୁଦୃଢ଼ କରିବା, ଜୀବିକାର ସୁଯୋଗ ବିସ୍ତାରିତ କରିବା ଓ ପ୍ରତିକୂଳ ପାଣିପାଗଜନିତ ଘଟଣାଗୁଡ଼ିକର ମୁକାବିଲା ପାଇଁ ପ୍ରସ୍ତୁତି କରିବା। କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଷ ସମୟରେ ଓ ଅମଳ ସମୟରେ ଏହି କାମ ସମ୍ପୂର୍ଣ୍ଣ ବନ୍ଦ ରହିବ। ବର୍ଷକୁ ୬୦ ଦିନ ପର୍ୟ୍ୟନ୍ତ ଏହି ଅବଧି ରଖାଯାଇଛି। ଏହାଦ୍ୱାରା କୃଷି କ୍ଷେତ୍ରରେ ଶ୍ରମିକ ଅଭାବ ସମସ୍ୟା ଦୂରହେବ ଏବଂ ଅଯଥା ମଜୁରୀ ବଢ଼ିବା ସମସ୍ୟା ବନ୍ଦ ହେବ। ଫଳରେ ଆଉ କେହି ବି ଠକି ସେହି ସମୟରେ କାମ ହେଉଛି ବୋଲି କହି ଦୁର୍ନୀତି କରିପାରିବେ ନାହିଁ। ଏଆଇ, ଜିପିଏସ୍ ଓ ମୋବାଇଲ୍ ଜରିଆରେ ସ୍ୱଚ୍ଛତା ଅଣାଯାଇପାରିବ। କାମ ମାଗିବାର ୧୫ ଦିନ ମଧ୍ୟରେ କାମ ନ ମିଳିଲେ ଭତା ଦେବା ବାଧ୍ୟତାମୂଳକ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ନୀତିକୁ ପ୍ରସାର କରିବା ଉଦ୍ଦେଶ୍ୟରେ ଆଇନରେ ଏସବୁ ସଂସ୍କାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ରବି ନାରାୟଣ ନାୟକ, ଡ. ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ, ବିଧାୟକ ବାବୁ ସିଂ, ଆଶ୍ରିତ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଦୁର୍ଘଟଣାରେ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ମୃତ୍ୟୁ

Next Post

ଏସ୍ଆଇ ନିଯୁକ୍ତି ମାମଲା: ବଡ଼ ମୁଣ୍ଡମାନଙ୍କୁ ଖସାଇ ଦେବାକୁ 
ଉଦ୍ୟମ

Next Post
ଏସ୍ଆଇ ନିଯୁକ୍ତି ମାମଲା: ବଡ଼ ମୁଣ୍ଡମାନଙ୍କୁ ଖସାଇ ଦେବାକୁ 
ଉଦ୍ୟମ

ଏସ୍ଆଇ ନିଯୁକ୍ତି ମାମଲା: ବଡ଼ ମୁଣ୍ଡମାନଙ୍କୁ ଖସାଇ ଦେବାକୁ 
ଉଦ୍ୟମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA