Thursday, February 19, 2026 01:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବେ ଲୋକାୟୁକ୍ତ

ଲୋକାୟୁକ୍ତ ଗଠନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସୁପାରିଶ

by Our Correspondent
07 Dec, 2020- 05:15 PM
in Crime, Latest News, News
1 min read
0
ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର କଡ଼ାଗଣ୍ଡା ହିସାବ ଦେଲା ବିଜେଡ଼ି

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଗିରଫ ହୋଇ ଝାରପଡ଼ା ଜେଲ୍ ରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତିର ଲୋକାୟୁକ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି । ଲୋକାୟୁକ୍ତ ଗଠନ ପରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦୁର୍ନୀତି ପ୍ରଥମ ମାମଲା ଯାହାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିଶ କରାଯାଇଛି ।

ସାଧାରଣ ଜୀବନରେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଜନସାଧାରଣଙ୍କୁ ସ୍ୱଚ୍ଛ ଶାସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ କୁହାଯାଇଛି ।

ସୂଚନାଥାଉକି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗିରଫ ହୋଇ ଏବେ ଝାରପଡ଼ା ଜେଲ୍ ରେ ଅଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁର୍ନୀତିରେ ପୋତି ହୋଇଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଏବଂ ଟାଟା ମୋଟର୍ସର ଜାଲ୍ ଏମଡି ପରିଚୟ ଦେଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ତାଙ୍କ ପୁଅ ଆକାଶ ପାଠକ ଭିଜିଲାନସ୍ ଓ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିବା ପରେ ବିଧାୟକଙ୍କ ଭୂମିକା ସାମନାକୁ ଆସିଥିଲା । ଆକାଶଙ୍କୁ ଜ୍ୱାଇଁ କରିବାକୁ ଯାଉଥିବା ପ୍ରଦୀପ ପାଣିଗ୍ରାହୀ ଭାବୀ ସମୁଦୀ ଓ ଜ୍ୱାଇଁଙ୍କ ଦୁର୍ନୀତି ଓ ଠକେଇ କାର୍ଯ୍ୟରେ ସହଯୋଗ କରି ଆସୁଥିବା ଅଭିଯୋଗ ହୋଇଛି । ଭାବୀ ଜ୍ୱାଇଁଙ୍କ ପକ୍ଷରୁ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ବେକାର ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଜାଲ୍ ନିଯୁକ୍ତିପତ୍ର ଦେଇ ଲକ୍ଷ ଲକ୍ଷ ଟଙ୍କା ଠକିଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଧରାପଡ଼ିବା ପରେ ଗିରଫ ହୋଇଛନ୍ତି ।

ଖାଲି ସେତିକି ନୁହେଁ, ଏଇ ୪ ମାସ ଭିତରେ ବିଧାୟକଙ୍କ ଆକାଉଣ୍ଟରେ ଅଢ଼େଇ କୋଟି ଟଙ୍କା ଡିପୋଜିଟ୍ ହୋଇଛି । ଗଞ୍ଜାମ ଜିଲ୍ଲାର ଜଣାଶୁଣା ମଦ ମାଫିଆ, ବାଲି ଓ ମୋରମ୍ ମାଫିଆଙ୍କଠାରୁ ଏହି ଟଙ୍କା ଆସିଛି । ବିଧାୟକଙ୍କ ଆକାଉଣ୍ଟରେ ସେମାନେ ଏତେ ଟଙ୍କା ଡିପୋଜିଟ୍ କରିବା ପଛର ରହସ୍ୟକୁ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ ।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏକଦା ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱସ୍ତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିର ପ୍ରତିନିଧି ଭାବେ ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ । ପରବର୍ତ୍ତୀ ସମୟରେ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ତିନି ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ । ଗତ ସରକାରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଉଚ୍ଚଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ଦେଇଥିଲେ । ତେବେ କ୍ଷମତାର ଦୁରୁପଯୋଗ କରି ବିଧାୟକ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିଲେ ବୋଲି ଏବେ ଗଦା ଗଦା ଅଭିଯୋଗ ।

ନିଜ ଜିଲ୍ଲା ଗଞ୍ଜାମ କରୋନା କବଳର ଶୀର୍ଷରେ ଥିବା ବେଳେ ବିଧାୟକ ତାଙ୍କର ଭାବି ସମୁଦୀ ଓ ଜ୍ୱାଇଁଙ୍କ ସହ ଚାର୍ଟର ଫ୍ଲାଇଟ୍ ରେ ବୁଲି ଅୟସ କରୁଥିଲେ । ତାଙ୍କର ଏହି ଜନବିରୋଧୀ କାର୍ଯ୍ୟ ପାଇଁ ନଭେମ୍ବର ୨୯ ତାରିଖରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡ଼ିରୁ ବହିଷ୍କୃତ କରିଥିଲେ । ସାଇବର୍ କ୍ରାଇମ୍ ରେ ରୁଜୁ ମାମଲା ଆଧାରରେ ଡିସେମ୍ବର ୩ ତାରିଖରେ କ୍ରାଇମବ୍ରାଞ୍ଚ ସିଆଇଡି ତାଙ୍କୁ ସରକାରୀ ବାସଭବନରୁ ଉଠାଇ ନେଇ ଗିରଫ କରିଥିଲା । ତାଙ୍କ ବିରୋଧରେ ୪୧୯,୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଏବଂ ଆଇଟି ଆକ୍ଟର ଧାରା ୬୬ ସି/୬୬ ଡି ରେ ମାମଲା ରୁଜୁ ହୋଇଛି ।

Previous Post

ଚନ୍ଦ୍ରଶେଖର ଦାଶଙ୍କ ସ୍ମୃତିକଥା ସଂକଳନ ‘ଗାଁ କଥା’ର ଆଲୋଚନା ସଭା

Next Post

କାହାଣୀର ନାଁ ଆକାଶ ପାଠକ

Next Post
ସାତ ପୁରୁଷ ପାଇଁ ଲୁଟିଛନ୍ତି ଆଇଏଫଏସ୍ ବାବୁ

କାହାଣୀର ନାଁ ଆକାଶ ପାଠକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA