Tuesday, February 17, 2026 08:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

ଦଶମ, ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପାଇଁ ସ୍କୁଲ ଖୋଲିବ ୮ ରୁ

by Our Correspondent
03 Jan, 2021- 08:41 PM
in Latest News, News
1 min read
0
୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଆସନ୍ତା ଜାନୁଆରୀ ୧୧ରୁ ଖୋଲିବ । ତେବେ ସବୁ ଶ୍ରେଣୀ ନୁହେଁ, ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କେବଳ କ୍ଲାସ୍ ହେବ । ଜୁନ୍ ୧୧ ରୁ ଜୁନ୍ ୩୦ ମଧ୍ୟରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇ ଜୁଲାଇ ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

ୟୁଜି ଶେଷବର୍ଷ ଏବଂ ପିଜି ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ନିୟମିତ ଭାବେ କ୍ଲାସରୁମ୍ ପାଠପଢ଼ା ହେବ । ଅନ୍ ଲାଇନ୍ ରେ ଯାହା ବି ପାଠପଢ଼ା ହୋଇଥାଉନା କାହିଁକି, କ୍ଲାସରୁମ୍ ରେ ସିଲାବସ୍ ର ସବୁ ଚାପଟର୍ ପଢ଼ାଯିବ । ପରୀକ୍ଷା ଦିନ, ସବୁ ରବିବାର, ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ, ଫେବୃଆରୀ ୧୬ ସରସ୍ୱତୀ ପୂଜା ଏବଂ ଏପ୍ରିଲ୍ ୧ ଉକ୍ରଳ ଦିବସକୁ ଛାଡ଼ିଦେଲେ ଆଉ କୌଣସି ଛୁଟି ରହିବ ନାହିଁ ।

କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ସମସ୍ତେ ମାନିବାକୁ ବାଧ୍ୟ । କଣ୍ଟେନମେଣ୍ଟ ଜୋନ୍ ରୁ ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ କଲେଜ/ବିଶ୍ୱବିଦ୍ୟାଳୟ ଆସିବାକୁ ବାରଣ କରାଯାଇଛି । ସମସ୍ତେ ମୁହଁରେ ମାସ୍କ ପିନ୍ଧିବେ ଏବଂ ବାରମ୍ବାର ହାତ ସଫା କରି ସାନିଟାଇଜର୍ ବ୍ୟବହାର କରିବେ । କ୍ଲାସରୁମ୍, ଲାଇବ୍ରେରୀ, ଲାବୋରେଟୋରି ଆଦିରେ ୬ ଫୁଟ୍ ଦୂରତ୍ୱ ରକ୍ଷା ହେବ ।

ୟୁଜି/ ପିଜି ପିଲାଙ୍କ ପାଇଁ ହଷ୍ଟେଲ୍ ବି ଖୋଲାଯିବ । ପିଏଚଡି, ଏମ.ଫିଲ୍ ସମେତ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ବି ଖୋଲା ହେବ ହଷ୍ଟେଲ୍ । କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଜାନୁଆରୀ ୧୦ରୁ ହଷ୍ଟେଲ୍ ଖୋଲାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଆସନ୍ତା ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଗତକାଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ୍ ୨୮ ପର୍ଯ୍ୟନ୍ତ ପାଠପଢ଼ା ହେବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ । କୋଭିଡ କଟକଣା ଭିତରେ କିଭଳି ପାଠପଢ଼ା ହେବ ସେଥିନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ବା ମାର୍ଗଦର୍ଶିକା ଜାରି ହୋଇଛି ।

ମେ’ ୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମେ’ ୧୫ ତାରିଖରେ ଶେଷ ହେବ । ଚଳିତବର୍ଷ ମୋଟ ୮୦ ନମ୍ବର ପରୀକ୍ଷା ହେବ । ଏଥିରୁ ୫୦ ନମ୍ବର ଅବଜେକ୍ଟିଭ୍ ପ୍ରଶ୍ନ ଓ ଅବଶିଷ୍ଟ ୩୦ ନମ୍ବର ସବଜେକ୍ଟିଭ୍ ପ୍ରଶ୍ନ ରହିବ । ଅବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଓଏମଆର ମାଧ୍ୟମରେ ଦିଆଯିବ ।

ସେହିଭଳି ମେ’ ୧୫ ରୁ +୨ ପରୀକ୍ଷା ଆରମ୍ଭ ହେବ । ଏପ୍ରିଲ୍ ୨୯ ରୁ ମେ’ ୧୪ ପର୍ଯ୍ୟନ୍ତ +୨ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବ । ଏହାପରେ ମେ’ ୧୫ ରୁ ଜୁନ୍ ୧୧ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ହେବ ।

Previous Post

ମନ୍ତ୍ରୀଙ୍କ ଛତ୍ରଛାୟାରେ ଡବଲ୍ ମର୍ଡର୍!!

Next Post

ଦୁଇଟି କରୋନା ଟୀକାକୁ ମିଳିଲା ଅନୁମତି

Next Post
ଦୁଇଟି କରୋନା ଟୀକାକୁ ମିଳିଲା ଅନୁମତି

ଦୁଇଟି କରୋନା ଟୀକାକୁ ମିଳିଲା ଅନୁମତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA