Thursday, February 19, 2026 07:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଠକ, ଜାଲିଆ ବୋଲି ଆକାଶ ମାନିଗଲା

ଆକାଶ ଆକାଉଣ୍ଟରେ ଆଉ ୧.୪୭ କୋଟି, ଇଡି ସ୍କାନରରେ ପ୍ରଦୀପ ପାଣିଗ୍ରାହୀ

by Our Correspondent
04 Dec, 2020- 09:20 PM
in Crime, Latest News, News
1 min read
0
ଏସଆଇଟି ଛାନଭିନ୍, ଆକାଶ ଆକାଉଣ୍ଟରେ ୧୪.୭୭ କୋଟି

ଭୁୁବନେଶ୍ୱର: ୨୫ ବର୍ଷୀୟ ଆକାଶ ପାଠକ ସୁଦୁ ଜାଲିଆ ଥିଲା । ଷ୍ଟାଟସ୍ ଦେଖାଇବାକୁ ମିଛୁଟାରେ ଟାଟା ମୋଟର୍ସର ଏମଡି ପରିଚୟ ତିଆରି କରିଥିଲା । ଚାକିରି ଦେବାର ଲୋଭ ଦେଖାଇ ଲୋକଙ୍କଠାରୁ ମୋଟା ଅଙ୍କ ଆଦାୟ କରୁଥିଲା । ଜେଲ୍ ରୁ ରିମାଣ୍ଡରେ ଆସିଥିବା ଆକାଶ ଆଜି ଭିଜିଲାନସ୍ ଏସଆଇଟି ଆଗରେ ଏହା ସଫା ସଫା ମାନିଯାଇଛି । ଏସଆଇଟି ମାରାଥନ୍ ଜେରାରେ ସତକୁ ଫାଙ୍କି ପାରି ନାହାନ୍ତି ଜୁନିୟର୍ ପାଠକ । ବାପା ଅଭୟକାନ୍ତଙ୍କୁ ମଧ୍ୟ ଦିନତମାମ ଜେରା କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଏସଆଇଟି ।

ସେପଟେ ଆକାଶଙ୍କ ଆକାଉଣ୍ଟରେ ଆଉ ଦେଢ଼କୋଟି ଟଙ୍କା ସନ୍ଧାନ ପାଇଛି ଭିଜିଲାନସ୍ । ଭୁବନେଶ୍ୱର ଓ ପୁନେରେ ଥିବା ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଆକାଶଙ୍କର ୧.୪୭ କୋଟି ଜମା ଅଛି । ଏହାକୁ ମିଶାଇ ଆକାଶଙ୍କର ତିନୋଟି ଆକାଉଣ୍ଟ୍ ରୁ ଏ ପର୍ଯ୍ୟନ୍ତ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହେଲାଣି । ବାପ-ପୁଅଙ୍କ ହସ୍ତାକ୍ଷର ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି ଏବଂ ସିସିଟିଭି ଫୁଟେଜ୍ ସହ ଜବତ କାଗଜପତ୍ରର ଯାଞ୍ଚ କରାଯାଉଥିବା ଭିଜିଲାନସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିରୁ ସ୍ପଷ୍ଟ ଯେ କଳାଟଙ୍କାରେ ସାମ୍ରାଜ୍ୟ ଗଢ଼ିଥିବା ଆଇଏଫଏସ୍ ଅଫିସର ବାପାଙ୍କ କୋଟି କୋଟି ଟଙ୍କା ଆକାଶଙ୍କୁ ସନ୍ତୁଷ୍ଟ କରି ନଥିଲା । ସରକାରୀ ଟଙ୍କାକୁ ଲୁଟ୍ କରିବାର କୌଶଳ ସମ୍ଭବତଃ ବାପାଙ୍କଠାରୁ ସହଜରେ ଆହରଣ କରି ନିଜେ ବାଦଶାହା ବନିବାକୁ ମନ କରିଥିଲେ । ଯେଉଁଥିପାଇଁ ଟାଟା ମୋଟର୍ସ ଭଳି ଦେଶର ଏକ ନମ୍ବର କମ୍ପାନୀ ନାଁ ନେଇ ଜାଲିଆତିର ଜାଲ ବିଛାଇଥିଲେ । ଟାଟା ମୋଟର୍ସର ଏମଡି ବୋଲାଇ ନକଲି ନିଯୁକ୍ତିପତ୍ର ଦେଇଥିଲେ ଏବଂ ସେ ବାବଦରେ କୋଟି କୋଟି ଟଙ୍କା ଆଦାୟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ସେପଟେ ଆକାଶଙ୍କ ଜାଲିଆତି ଓ ଠକେଇ କାର୍ଯ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତିର ପ୍ରମାଣ ବି ମିଳିସାରିଛି । ତଥ୍ୟ ପ୍ରମାଣ ପାଇଲା ପରେ କ୍ରାଇମବ୍ରାଞ୍ଚ ସିଡି ଗତକାଲି ତାଙ୍କୁ ଘରୁ ଉଠାଇ ନେଇ ଗିରଫ କରିଥିଲା । ଆକାଶଙ୍କୁ ଜ୍ୱାଇଁ କରିବାକୁ ଯାଉଥିବା ବିଧାୟକ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କୁ ଟାଟାରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ଆକାଶଙ୍କ ଜାଲିଆତି ଓ ଠକେଇ କାର୍ଯ୍ୟରେ ଭାବୀ ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଭରପୁର ସହଯୋଗ କରିଥିବାରୁ ତାଙ୍କ ବିରୋଧରେ ସଙ୍ଗୀନ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ବିଜେଡ଼ିର ବହିଷ୍କୃତ ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ  ବାପ-ପୁଅଙ୍କୁ ପ୍ରଶଂସା କରି କ୍ଲିନ ଚିଟ୍ ଦେଇଥିଲେ । ଅଭୟଙ୍କୁ ରାଜ୍ୟର ବେଷ୍ଟ ଅଫିସର କହିଥିଲା ବେଳେ ଆକାଶ ଜି-ମ୍ୟାଟ୍ ଟପ୍ପର୍ ଦର୍ଶାଇ ବେଷ୍ଟ ଷ୍ଟୁଡେଣ୍ଟ ବୋଲି କହିଥିଲେ । ପ୍ରଦୀପ ଜୋର୍ ଦେଇ କହିଥିଲେ ଆକାଶ ଟାଟା ମୋଟର୍ସର ଏମଡି । ଉଚ୍ଚ ଦରମା ପାଉଛନ୍ତି । ତାଙ୍କ ଆକାଉଣ୍ଟରେ ୮ କୋଟି ଟଙ୍କା ଥିବା ସମ୍ପୂର୍ଣ୍ଣ ମିଛ । ବାପ-ପୁଅଙ୍କ ବିରୋଧରେ ଭିଜିଲାନସ୍ ଦେଉଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରଦୀପ ଚାଲେଂଜ କରିଥିଲେ । ଏହା ପ୍ରମାଣିତ ହେଲେ ବିଧାୟକ ପଦରୁ ଇସ୍ତଫା ଦେବେ ଏବଂ ରାଜ୍ୟ ଛାଡ଼ି ଚାଲିଯିବେ ବୋଲି ମଧ୍ୟ ଦମ୍ଭ ଦେଖାଇଥିଲେ ।

ତେବେ ଭାବୀ ସମୁଦୀ ଓ ଜ୍ୱାଇଁଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଥିବା ବିଧାୟକ ନିଜେ ଯେ ସେଇ ବେଆଇନ କାରବାରରେ ସଂପୃକ୍ତ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଲକଡାଉନ୍ ବେଳେ ୪ ମାସରେ ତାଙ୍କ ଆକାଉଣ୍ଟକୁ ଅଢ଼େଇ କୋଟି ଟଙ୍କା ଆସିବା ଏବଂ ଦାତାଙ୍କ ମଧ୍ୟରେ ମଦ, ବାଲି, ମୋରମ୍ ମାଫିଆ ଥିବାରୁ ପ୍ରଦୀପଙ୍କ ପାଇଁ ଅଡୁଆ ବଢ଼ିଯାଇଛି । ଜେଲ୍ ଯାଇଥିବା ପ୍ରଦୀପ ପାଣିଗ୍ରାହୀ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି । ଏଥିସହ ଆୟକର ବିଭାଗ ଏହାର ଖୋଳତାଡ଼ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି ।

Previous Post

ବନ୍ଧା ହେଲେ ପ୍ରଦୀପ ପାଣିଗ୍ରାହୀ

Next Post

ଦୁଇ ସପ୍ତାହ ସମୟ ମାଗିଲେ ଅରୁଣ ବୋଥ୍ରା

Next Post
‘ପରୀ’ ମୃତ୍ୟୁ: ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ୍

ଦୁଇ ସପ୍ତାହ ସମୟ ମାଗିଲେ ଅରୁଣ ବୋଥ୍ରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA