Wednesday, March 11, 2026 10:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ସରକାର ଜାଣିଶୁଣି ଚାଷୀମାନଙ୍କ ପାଖରୁ ଧାନ କିଣୁନାହାନ୍ତି’

ଧାନର ଅଭାବି ବିକ୍ରୀପାଇଁ ସରକାର ଚକ୍ରାନ୍ତ କରୁଛନ୍ତି: କଂଗ୍ରେସ

by Our Correspondent
06 Jan, 2026- 08:04 PM
in Latest News, News
1 min read
0
‘ସରକାର ଜାଣିଶୁଣି ଚାଷୀମାନଙ୍କ ପାଖରୁ ଧାନ କିଣୁନାହାନ୍ତି’

ଭୁବନେଶ୍ୱର: ସାରା ରାଜ୍ୟରେ ଚାଷୀ ମଣ୍ଡିରେ ଧାନ ବିକ୍ରୀ ନକରି ପାରିବାର ସମସ୍ୟା ଦିନକୁ ଦିନ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଗଲାଣି । ସରକାର ବାରମ୍ବାର ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ଯେ ସେମାନଙ୍କର ସମସ୍ତ ଧାନ ସରକାର କିଣିବେ କିନ୍ତୁ ପ୍ରକୃତ ସ୍ଥିତି ହେଉଛି ଏ ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ୧୮ ଜିଲ୍ଲାରେ ଧାନମଣ୍ଡି ଖୋଲାଯାଇ ପାରିନାହିଁ । ରାଜ୍ୟ ସରକାରଙ୍କର ସମବାୟ ମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ଯେଉଁ ଧାନବିକ୍ରୀ ନେଇ ଯେଉଁ ବୟାନବାଜି କରୁଛନ୍ତି ତାହା ସଂପୂର୍ଣ୍ଣ ମିଛ ଓ ସେମାନଙ୍କ ଭିତରେ କୌଣସି ତାଳମେଳ ନାହିଁ । ପଶ୍ଚିମ ଓଡ଼ିଶାରେ ମଣ୍ଡି ଖୋଲିବାର ୩୫ ଦିନ ପରେ ମଧ୍ୟ ପଶ୍ଚିମ ଓଡ଼ିଶାର ୪୦ ପ୍ରତିଶତ ଧାନ ମଣ୍ଡିରୁ ଏପର୍ୟ୍ୟନ୍ତ ଉଠିନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା କୋଠାର ଭାଷାରେ ଓଡ଼ିଶାରେ ଚାଲୁଥିବା ଡବଲ ଇଞ୍ଜିନ ସରକାରକୁ ସମାଲୋଚନା କରିଛନ୍ତି।

ଗତବର୍ଷ ଯେଉଁ ଚାଷୀମାନଙ୍କୁ ୧୦୦ କ୍ୟୁଂଟାଲରୁ ଧାନ ବିକ୍ରିକରିବାପାଇଁ ଟୋକନ ମିଳିଥିଲା ଏବର୍ଷ ସରକାର ସେମାନଙ୍କ ପାଖରୁ ୩୦-୪୦ କ୍ୟୁଂଟାଲ ଧାନ ଏପର୍ୟ୍ୟନ୍ତ ଉଠାଇଛନ୍ତି ବହୁ ଚାଷୀଙ୍କୁ ଏପର୍ୟ୍ୟନ୍ତ ଟୋକନ ମିଳିନାହିଁ । କିଛି ଚାଷୀମାନଙ୍କର ଟୋକନ ଲାପ୍ସ ହୋଇଯାଇଛି । ଗତ ଦୁଇଦିନ ତଳେ ରାଜ୍ୟର ସମସ୍ତ ମିଲରମାନେ ଧାନ ମଣ୍ଡିରୁ ଉଠାଇବେ ନାହିଁ ବୋଲି ରୋକଠୋକ ସରକାରଙ୍କୁ ଶୁଣାଇଛନ୍ତି । ଆଜି ପର୍ୟ୍ୟନ୍ତ ରାଜ୍ୟ ସରକାର ମିଲରମାନଙ୍କର ବିଗତ (୨୩-୨୪, ୨୪-୨୫) ଦୁଇବର୍ଷରେ ବାକିଆ ପଇସା ୩୫୦ କୋଟି ଟଙ୍କା ପୈଠ ନକଲା ପର୍ୟ୍ୟନ୍ତ ମିଲରମାନେ ଧାନ ଉଠାଇବେ ନାହିଁ । ସରକାର ଏହାର ସମାଧାନ କରିବା ପରିବର୍ତ୍ତେ ନାହିରେ ତେଲ ଦେଇ ଶୋଇଛନ୍ତି । ଚାଷୀ ଧାନଧରି ମଣ୍ଡିରେ ଶୀତଜାଡ଼ କାକରରେ ଥରୁଛି, ଆଖିରୁ ରକ୍ତ ବୁହାଉଛି । ପୁଷ ପୁନେଇ ଚାଲିଗଲା ଚାଷୀ ପଇସା ପାଇଲା ନାହିଁ ଖର୍ଚ୍ଚବାଚ କରିବାପାଇଁ ଏବଂ ଆସନ୍ତା ବର୍ଷ ଚାଷପାଇଁ ମୂଲିଆମାନଙ୍କୁ ଚୁକ୍ତି କରି ରଖି ପାରିଲାନାହିଁ । ଚାଷୀ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଉପ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ନୌଟଙ୍କି କହିବା ଅତ୍ୟନ୍ତ ସମ୍ବେଦନହୀନ ମନ୍ତବ୍ୟ ।

ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କହିଥିଲେ, ସାରା ରାଜ୍ୟରେ ଚାଷୀ ଆଜି ହନ୍ତସନ୍ତ ହେଉଛି ମଣ୍ଡି କେବେ ଖୋଲାଯିବ, ଧାନ କେବେ ଉଠାଯିବ, ତା ପାଖକୁ କେବେ ପଇସା ଆସିବ ଏ କଥାର କୌଣସି ଠୋସ ଉତ୍ତର ସରକାର ଦେଉନାହାନ୍ତି । ଗତବର୍ଷ ତୁଳନାରେ ଉପକୂଳ ଓଡ଼ିଶାରେ ଧାନମଣ୍ଡି ଖୋଲିବାରେ ୧୫ ଦିନରୁ ଅଧିକ ସମୟ ଗଡ଼ିଗଲାଣି । ମଣ୍ଡି ଖୋଲାଯିବକି ନାହିଁ କାହାକୁ ଜଣାନାହିଁ । ରାଜ୍ୟ ସରକାର ମିଲରମାନଙ୍କ ସହିତ ବସି ଆଲୋଚନା କରି ୩୫୦ କୋଟି ବକେୟା ଟଙ୍କା ଦବାର ଅସୁବିଧା କେଉଁଠି । ଏହା ତାଙ୍କର ହକ ପ୍ରାପ୍ୟ । ସରକାରଙ୍କ ପାଖରେ ପଇସାର ଅଭାବ ଅଛିକି? ଡବଲ ଇଞ୍ଜିନ ସରକାରରେ ରାଜ୍ୟର ବିକାଶ କିଭଳି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରଦେଶ କଂଗ୍ରେସ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଲେ ଯେ ରାଜ୍ୟରେ ଏକ ଅଜବ ସରକାର ଚାଲିଛି ଏବଂ ଏହାଙ୍କର ଗଜବ ନୀତି । ଖୋଦ ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଓଡ଼ିଶାକୁ ଭାରତବର୍ଷରେ ୧ ନମ୍ବର ରାଜ୍ୟ କରିବେ ଓ ଏହାର ଦାୟିତ୍ୱ ସେ ନିଜେ ନେବେ । ଡବଲ ଇଞ୍ଜିନ ସରକାର ରାଜ୍ୟରେ ହେଲେ ଡବଲ ବିକାଶ ହେବ ବୋଲି କହିଥିଲେ । କିନ୍ତୁ ଯଦି ରାଜ୍ୟର ୭୦ ଭାଗ କୃଷକ ଯଦି ତାଙ୍କ ଫସଲକୁ ବିକ୍ରୀ କରିପାରିବେ ନାହିଁ ଏବଂ ସେମାନେ ଅଭାବୀ ବିକ୍ରୀରେ ଛନ୍ଦି ହେବେ ତାହାହେଲେ ବିକାଶ କିଭଳି ହେବ? ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରୁ ଚାଉଳ ଯୋଗାଣ ବାବଦରେ ୮ ହଜାର କୋଟି ଟଙ୍କା ପାଇବାର ଥିଲେ ମଧ୍ୟ ଏପର୍ୟ୍ୟନ୍ତ କାହିଁକି କେନ୍ଦ୍ର ସରକାର ଓଡ଼ିଶାକୁ ଦେଉନାହିଁ ଏହାର ଉତ୍ତର ଆମ ରାଜ୍ୟରୁ ତିନିଜଣ କେନ୍ଦ୍ରମନ୍ତ୍ରୀ ଥାଇମଧ୍ୟ କେହିଜଣେ ତ ଦେବାକଥା । ସରକାର ବାରମ୍ବାର କହୁଛନ୍ତି ଓଡ଼ିଶା ଏକ ବଳକା ଆୟ ରାଜ୍ୟ । କିନ୍ତୁ ଏହି ରାଜ୍ୟରେ ମାତ୍ର ୩୫୦ କୋଟି ଟଙ୍କା ମିଲରମାନଙ୍କୁ ଦେଇ ଚାଷୀମାନଙ୍କର ଶୀଘ୍ର ଧାନ ଉଠାଇବାରେ ଅସୁବିଧା କଉଠି ରହିଲାବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ମିଛ କଥା କହିବା ଓ ଲୋକମାନଙ୍କୁ ବିଭ୍ରାନ୍ତି କରିବା ଛଡ଼ା ଏ ସରକାର କିଛିବି କରି ନାହିଁ କି କରିପାରିବ ନାହିଁ ।

ସମବାୟ ବିଭାଗର ଉପାଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଲେ ସରକାର ଜାଣିଶୁଣି ଧାନ କିଣୁନାହାନ୍ତି ଯାହା ଫଳରେ ଚାଷୀମାନେ ବାଧ୍ୟ ହୋଇ ଅଭାବି ବିକ୍ରୀ ଜାଲରେ ପଡ଼ିବେ । ମିଲର ମାନଙ୍କ ସହିତ ସଲାସୁତୁରା କରି କୋଟି କୋଟି ଟଙ୍କା ଚାନ୍ଦା ନେଇ ରାଜ୍ୟର ଚାଷୀମାନଙ୍କୁ ଏ ସରକାର ଜାଣିଶୁଣି ହଇରାଣ କରୁଛି । ଏ ବର୍ଷ ୭୫ କ୍ୟୁଂଟାଲରୁ ଅଧିକ ଧାନ କୌଣସି ଚାଷୀଙ୍କ ପାଖରୁ କିଣିବେ ନାହିଁ ଗୁପ୍ତ ନିଷ୍ପତ୍ତି କରିଛନ୍ତି । ଏମଏସପି ଧାନ କ୍ୟୁଂଟାଲ ପିଛା ୬୯ ଟଙ୍କା ବଢ଼ିଥିଲେ ମଧ୍ୟ ତାହା ଦିଆଯାଉ ନାହିଁ । କଟଣୀ ଛଟଣୀ ଏକ ନିୟମରେ ପରିଣତ ହୋଇସାରିଲାଣି । ସରକାର କାଳବିଳମ୍ବ ନକରି ସାରା ଓଡ଼ିଶାର ସମସ୍ତ ମଣ୍ଡି ଖୋଲନ୍ତୁ ମିଲରଙ୍କ ସମସ୍ୟା ସମାଧାନ କରନ୍ତୁ ଓ ଧାର୍ୟ୍ୟ ସମୟ ଭିତରେ ସମସ୍ତ ଧାନକୁ କିଣନ୍ତୁ ଯଦି ନ କିଣନ୍ତି ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ଚାଷୀମାନଙ୍କ ସମସ୍ୟା ନେଇ ଆନ୍ଦୋଳନ କରିବା ସହିତ ସରକାରଙ୍କୁ ଚାଲିବାକୁ ଦେବୁ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିନୋଦ ପାତ୍ର ଉପସ୍ଥିତ ଥିଲେ ।

Previous Post

ଏସ୍ଆଇ ନିଯୁକ୍ତି ମାମଲା: ବଡ଼ ମୁଣ୍ଡମାନଙ୍କୁ ଖସାଇ ଦେବାକୁ 
ଉଦ୍ୟମ

Next Post

ବିଦେଶୀ ଶିକ୍ଷାର୍ଥୀଙ୍କୁ ଆପଣାଇବାରେ କିଟ୍‍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

Next Post
ବିଦେଶୀ ଶିକ୍ଷାର୍ଥୀଙ୍କୁ ଆପଣାଇବାରେ କିଟ୍‍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ବିଦେଶୀ ଶିକ୍ଷାର୍ଥୀଙ୍କୁ ଆପଣାଇବାରେ କିଟ୍‍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA