Sunday, March 8, 2026 10:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅରବିନ୍ଦ କେଜ୍ରିୱାଲଙ୍କୁ ଉଠାଇନେଲା ଇଡି

ଦିଲ୍ଲୀ ମଦ ଦୁର୍ନୀତି ମାମଲା

by Our Correspondent
21 Mar, 2024- 10:06 PM
in Latest News, National, News
1 min read
0
ଅରବିନ୍ଦ କେଜ୍ରିୱାଲଙ୍କୁ ଉଠାଇନେଲା ଇଡି

ନୂଆଦିଲ୍ଲୀ/ଭୁବନେଶ୍ୱର: ଶେଷରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ସୁରକ୍ଷା ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ମନା କରିଦେବାର କିଛି ଘଣ୍ଟା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ଟିମ୍ ତାଙ୍କ ସରକାରୀ ବାସଭବନରେ ପଶିଥିଲା । ତାଙ୍କୁ ୨ ଘଣ୍ଟା ଧରି ପଚରାଉଚୁରା ପରେ ଗିରଫ କରାଯାଇଛି । ଗିରଫ ପରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ୍ ନିଆଯାଇଛି । ଆଜି ରାତିରେ ତାଙ୍କୁ ନିଜ ହେପାଜତରେ ରଖିବା ପରେ ଆସନ୍ତାକାଲି କୋର୍ଟରେ ହାଜର କରିବ ଇଡି । ସେପଟେ ଏହି ଗିରଫଦାରି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆଜି ରାତିଅଧରେ ଏହାର ଶୁଣାଣି ହୋଇପାରେ ।

ନିର୍ବାଚନର କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିବାରୁ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆମ୍ ଆଦମୀ ପାର୍ଟି କର୍ମୀମାନେ କେଜ୍ରିୱାଲଙ୍କ ବାସଭବନ ଆଗରେ ଗିରଫଦାରିର ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

କେଜ୍ରିୱାଲଙ୍କ ଗିରଫ ପୂର୍ବରୁ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିସୋଦିଆ, ଆପ୍ ମୁଖପାତ୍ର ସଞ୍ଜୟ ସିଂହ ଏବଂ କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଥିଲା ଇଡି । ସେପଟେ ଖଣି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା । ଏମାନେ ସମସ୍ତେ ଏବେ ଜେଲ୍ ରେ ଅଛନ୍ତି । କେଜ୍ରିୱାଲଙ୍କୁ ଏହି ମାମଲାରେ ଇଡିରେ ହାଜର ହେବା ପାଇଁ ୯ ଥର ସମନ୍ କରାଯାଇଥିଲା । ଆଜି ଅର୍ଥାତ୍ ମାର୍ଚ୍ଚ ୨୧ ତାରିଖରେ ହାଜର ପାଇଁ ଗତ ରବିବାର ଦିନ ତାଙ୍କୁ ଫ୍ରେସ୍ ସମନ୍ କରିଥିଲା ଇଡି । ମାତ୍ର ଗିରଫଦାରି ଏଡ଼ାଇବା ପାଇଁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟର ସୁରକ୍ଷା ମାଗିଥିଲେ । ମାତ୍ର ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ମନା କରିବାର କିଛି ସମୟ ପରେ ଇଡିର ଏକ ଟିମ୍ ସିଧା ତାଙ୍କ ଘରେ ପଶିଥିଲା । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ଇଡିକୁ ଅସ୍ତ୍ରକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଦମନମୂଳକ କାର୍ଯ୍ୟ ବୋଲି ଆପ୍ ସମେତ ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି ସେମାନେ କହିଛନ୍ତି । ତେବେ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।

ସୂଚନାଯୋଗ୍ୟ, ଆଜି ସକାଳେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ୍ ଖଡ଼ଗେ ଗୁରୁତର ଅଭିଯୋଗ ଆଣିଥିଲେ । କଂଗ୍ରେସ ନିର୍ବାଚନ ପ୍ରଚାରରେ ରୋକ୍ ଲଗାଇବା ପାଇଁ ଦଳର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ । ଏହା ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ ।

Previous Post

ପୁଲିସକୁ ବାଡ଼େଇ ଅଡୁଆରେ ଭର୍ତ୍ତୁହରି

Next Post

ଦାମବାବୁ ଚାଲିଗଲେ

Next Post
ଦାମବାବୁ ଚାଲିଗଲେ

ଦାମବାବୁ ଚାଲିଗଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA