Sunday, March 29, 2026 06:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଖବର.. ଯାହାଙ୍କୁ ଯେମିତି ସୁହାଇଲା !

by Our Correspondent
30 Aug, 2024- 10:02 PM
in Latest News, Media, News
1 min read
0
ଖବର.. ଯାହାଙ୍କୁ ଯେମିତି ସୁହାଇଲା !

The three-dimensional word "news"

ଭୁବନେଶ୍ୱର: ପଞ୍ଚମ ପାଳି ବିଜେଡି ସରକାର ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ୪୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ଖବରକାଗଜକୁ ୪୩୨ କୋଟି ୯୨ ଲକ୍ଷ ୯ ଶହ ଟଙ୍କା, ଟିଭି ଚାନେଲକୁ ୧୯ କୋଟି ୭୬ ଲକ୍ଷ ୯୮ ହଜାର ୮୯୬ ଟଙ୍କା ଓ ୱେବ୍ ମିଡିଆକୁ ୨୭ ଲକ୍ଷ ୨ ହଜାର ଟଙ୍କା ଦିଆଯାଇଛି । ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତଥ୍ୟ ରଖିଛନ୍ତି । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୭ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବାବଦରେ ୩୩ କୋଟି ୭୧ ଲକ୍ଷ ୪୯ ହଜାର ୧୦୬ ଟଙ୍କା ଖର୍ଚ୍ଚ ହୋଇଛି । ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ ଓ ଅନ୍ୟମାନଙ୍କ ଫଟୋ ସହ ବିଶେଷ ଆଲେଖ୍ୟ ବା ଆଡଭଟୋରାଲ୍(ପେଡ୍ ନ୍ୟୁଜ୍)ବାବଦରେ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା ।

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କର ଏହି ତଥ୍ୟ କିନ୍ତୁ ଲୋକଙ୍କ ପାଖକୁ ଭିନ୍ନ ରୂପରେ ଯାଇଛି । କାରଣ ଗତକାଲି ବିଭିନ୍ନ ଟିଭି ଚାନେଲ୍ କେବଳ ପାଣ୍ଡିଆନଙ୍କ ନାଁ ନେଇ ଦିନ ତମାମ ଖବର କରିଥିଲେ । ପାଣ୍ଡିଆନଙ୍କ ଫଟୋ ବିଜ୍ଞାପନ ପାଇଁ ସରକାର ୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଲୋକଙ୍କୁ ଜଣାଇଲେ । ଏକ ନମ୍ବର ଟିଭି ଚାନେଲରେ ଏହା ବ୍ରେକିଂ ଖବର ହୋଇ ଆସିଲା ପରେ ତାକୁ ଦେଖାଦେଖି ଅନ୍ୟସବୁ ଟିଭି ଚାନେଲ ସେଇ ଏକା କଥା ଶୁଣାଇଲେ । ଟିଭି ପରଦାରେ ନାମଜାଦା ରାଜନୈତିକ ସମୀକ୍ଷକ ମଧ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ନ ଦେଖି ମନଇଚ୍ଛା ଗପିଲେ । ପାଣ୍ଡିଆନଙ୍କ ଫଟୋ ବିଜ୍ଞାପନ ପାଇଁ ୧୫ କୋଟି ଖର୍ଚ୍ଚ କ୍ୟାପସନ୍ ରେ ଅଧଘଣ୍ଟିଆ ସ୍ୱତନ୍ତ୍ର ଡିବେଟ୍ ହେଲା । ପ୍ରାୟ ସବୁ ଟିଭିରୁ ଏହି ଖବର ଦେଖୁଥିବା ଦର୍ଶକଙ୍କୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ପ୍ରକୃତ ତଥ୍ୟ ଜାଣିବାର ସୁଯୋଗ ବା ଅବକାଶ ରହିଲା ନାହିଁ ।

ଏକ ନମ୍ବର ଟିଭିରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କର ଉତ୍ତରକୁ କେବଳ ଏମିତି କଦର୍ଥ କରାଗଲାନି । ଗତକାଲି ପ୍ରାଇମ୍ ଟାଇମ୍ ରେ ଆଉ ଏକ ଫେକ୍ ନୁ୍ୟଜ୍ ମଧ୍ୟ ପ୍ରସାରଣ କରାଯାଇଥିଲା । ଖବରଟି ଥିଲା କୋଲକତା ଡାକ୍ତରୀ ଛାତ୍ର ରେପ୍ ଆଣ୍ଡ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ସମ୍ପର୍କରେ । ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସହ ତାଙ୍କର କୁଆଡ଼େ ଘନିଷ୍ଠ ସମ୍ପର୍କ ଥିଲା ଏବଂ ଉଭୟଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଫଟୋ ଏହି ଟିଭି ହାତରେ ପଡ଼ିଥିବା ଦାବି କରାଯାଇ ଏକ୍ସକ୍ଲୁସିଭ୍ ଖବର ପ୍ରସାରଣ କରାଗଲା । ଏକ ବାର୍ଥଡେ ପାର୍ଟିରେ ସନ୍ଦୀପ ଓ ସଞ୍ଜୟ ଏକାଠି ମିଶି କେକ୍ କାଟୁଥିବା କୁହାଯାଇଥିଲା ।

ମାତ୍ର ଏହି ଖବରଟି ସମ୍ପୂର୍ଣ୍ଣ ଫେକ୍ ବୋଲି ଜଣାପଡ଼ିଛି । ଅଲଟ୍ ନ୍ୟୁଜ୍ ର କୋ-ଫାଉଣ୍ଡର ମହମ୍ମଦ ଜୁବେର ଫ୍ୟାକ୍ଟ ଚେକ୍ କରି ଏହା ଭୁଲ୍ ବୋଲି ଟୁଇଟ୍ କରିଛନ୍ତି । ଓଟିଭି ପ୍ରସାରଣ କରିଥିବା ଏହି ୭ ମିନିଟ୍ ର ଭିଜୁଆଲ୍ ରେ ଯାହାକୁ କୋଲକତା ଲଜ୍ଜା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ବୋଲି କୁହାଯାଉଛି ସିଏ ପ୍ରକୃତରେ ସଞ୍ଜୟ ରାୟ ନୁହଁନ୍ତି ବୋଲି ସେ ତଥ୍ୟ ପ୍ରମାଣ ସହ ଦର୍ଶାଇଛନ୍ତି । ସେହି ବ୍ୟକ୍ତିଜଣଙ୍କ ହେଉଛନ୍ତି ପ୍ରସୁନ୍ ଚାଟାର୍ଜୀ । ଫଟୋଟି ତାଙ୍କ ଜନ୍ମଦିନରେ ସନ୍ଦୀପ ଘୋଷଙ୍କ ସହ ମିଶି ସେ  କେକ୍ କାଟୁଛନ୍ତି ।

କେବଳ ମହମ୍ମଦ ଜୁବେର ନୁହଁନ୍ତି, ସୋସିଆଲ୍ ମିଡିଆରେ ଏହାର ସତ୍ୟାସତ୍ୟ ସାମନାକୁ ଆସିଛି । ମାତ୍ର ଏତେବଡ଼ ସମ୍ବେଦନଶୀଳ ଘଟଣାରେ ଓଡ଼ିଶାର ଏକ ନମ୍ବର ଟିଭି ତଥ୍ୟ ଓ ଫଟୋ ଯାଞ୍ଚ ନ କରି ଏଭଳି ଖବର ପ୍ରସାରଣ କରିବା ପଛରେ କ’ଣ ଉଦ୍ଦେଶ୍ୟ ଥାଇପାରେ ତାହା ଜାଣିବା ଲୋକ ଠିକ୍ ବୁଝିସାରିଛନ୍ତି ।

ବିଜେପି ଶାସିତ ୟୁପିର ନାବାଳିକା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ହେଉ କି ମଣିପୁର ନରସଂହାର ଏବଂ ମହିଳାଙ୍କ ଉପରେ ଲୋମହର୍ଷଣକାରୀ ଅତ୍ୟାଚାର ଖବରକୁ ଏହି ଟିଭି କୋଲକତା ବୀଭତ୍ସ ଘଟଣା ଭଳି ଗୁରୁତ୍ୱ ନ ଦେବା ପଛରେ ରାଜନୀତିର ବାତ୍ସ୍ନା ବାରିଛନ୍ତି ଅନେକ ବୁଦ୍ଧିଜୀବୀ । ମିଥ୍ୟା ଖବର ଦେଇ ଲୋକଙ୍କୁ ଭ୍ରମିତ କରିବାର ଏଭଳି ଅପଚେଷ୍ଟାକୁ ସେମାନେ କଡ଼ା ନିନ୍ଦା କରିଛନ୍ତି ।

ଶେଷରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା । ଆମ ରାଜ୍ୟରେ ଗତ ୫ ବର୍ଷରେ ବିଭିନ୍ନ ଖବରକାଗଜ, ଟିଭି ଚାନେଲର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକଙ୍କ ଆମୋଦପ୍ରମୋଦ ପାଇଁ ସରକାରୀ ତହବିଲରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ମୋହନ ସରକାର ତାହାର ତଥ୍ୟ ଟିକେ ଜଣାଇଦେଲେ ଭଲ ହୁଅନ୍ତା । କାରଣ ସାମ୍ବାଦିକଙ୍କୁ ଖୁସି କରି ସେମାନଙ୍କ ଦ୍ୱାରା ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ ବଡ଼ିମା ପ୍ରଚାର କରିବାକୁ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ସମସ୍ତେ ଜାଣିଥିଲେ । ନିଜ ନିଜ ସଂସ୍ଥାରେ କାଟତି ରଖିଥିବା ନିର୍ଦ୍ଦିଷ୍ଟ ସମ୍ପାଦକ ଏବଂ ସାମ୍ବାଦିକଙ୍କୁ ସରକାର ଗେହ୍ଲାପୁଅ କରି କୋଳରେ ବସାଇଥିବା ମଧ୍ୟ କାହାରିକୁ ଅଛପା ନ ଥିଲା ।

ଗଞ୍ଜାମ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଭୁବନେଶ୍ୱରରୁ ପ୍ଲିଜର୍ ଟ୍ରିପ୍ ହେଉ ବା ଭୁବନେଶ୍ୱରରୁ ବିମାନରେ ଉଡ଼ି ରାଉରକେଲାର ନୂଆ ବିର୍ସା ମୁଣ୍ଡା ଷ୍ଟାଡ଼ିୟମ୍ ରେ ବିଶ୍ୱକପ୍ ହକିର ମଜା ନେଇ ପଞ୍ଚ ତାରକା ହୋଟେଲରେ ରହଣୀ ହେଉ ଅଥବା ଗୋପାଳପୁର ମେ ଫେୟାର ହୋଟେଲ୍ ରେ ଆରାମ୍ କରି ପାହାନ୍ତା ପ୍ରହରରେ ସି-ବିଚ୍ ରେ ପାଣ୍ଡିଆନଙ୍କ ସହ ଆଳାପ ହେଉ । ପାଣ୍ଡିଆନଙ୍କ ପାଖରେ ବସି ତାଙ୍କର ଆଶୀର୍ବାଦ ପାଇବାକୁ କିଛି ବରିଷ୍ଠ ବ୍ୟାକୁଳ ହେଉଥିଲେ ନା ନାଇଁ? ପ୍ରଚାର ଗାଡ଼ି ଭିତରୁ ପାଣ୍ଡିଆନ୍ ଙ୍କ ବରାଦୀ ସାକ୍ଷାତକାର ନେବା ପାଇଁ ମିଡିଆ ହାଉସ୍ ରେ ଭୀଷଣ କସରତ୍ ହେଉଥିଲା ନା ନାଇଁ? ଗୋଟିଏ ପ୍ରମୁଖ ଟିଭି ଚାନେଲ୍ ର ସମ୍ପାଦକ ଭଲରେ ଧାଡିଟିଏ କହିପାରୁ ନ ଥିଲେ ମଧ୍ୟ ପାଣ୍ଡିଆନଙ୍କ ଶୁଭଦୃଷ୍ଟି ପାଇବା ଲୋଭରେ ଇଣ୍ଟରଭ୍ୟୁ ପାଇଁ ନିଜେ ମାଇକ୍ ଧରି ଧାଇଁଥିଲେ ନାଁ ନାଇଁ?

ଏହିସବୁ କାର୍ଯ୍ୟକ୍ରମ ପାଇଁ ସରକାରୀ ତହବିଲରୁ ନିଶ୍ଚିତ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହୋଇଥିଲା । ଯାହା ଗଣମାଧ୍ୟମ ସଂସ୍ଥାକୁ ଦିଆଯାଇଥିବା ବିଜ୍ଞାପନ ଅର୍ଥରେ ସାମିଲ ନଥିଲା । ହାତଗଣତି ସାମ୍ବାଦିକଙ୍କୁ ଏହି ଯୋଜନାରେ ଖୁସି କରାଯାଉଥିଲା! ବିଭିନ୍ନ ସମୟରେ ସୋସିଆଲ୍ ମିଡିଆରେ ଏହି ପ୍ଲିଜର୍ ଟ୍ରିପ୍ ଫଟୋଗୁଡ଼ିକ ଖୁବ ଭାଇରାଲ୍ ମଧ୍ୟ ହୋଇଥିଲା ।

ଉଳ୍ଲେଖଥାଉକି, ପୂର୍ବ ବିଜେଡି ସରକାରଙ୍କ ପ୍ରଚାର ଧାରାକୁ ନୂଆ ବିଜେପି ସରକାର ମଧ୍ୟ ଆଗ୍ରହର ସହ ଆପଣେଇଛନ୍ତି । କାମ ଆରମ୍ଭ ନହେଉଣୁ ସରକାରଙ୍କର ବ୍ୟାପକ ପ୍ରଚାର ଆରମ୍ଭ ହୋଇଯାଇଛି । ପ୍ରାୟ ପ୍ରତିଦିନ ଖବରକାଗଜରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଫାଳ ଫାଳ ବିଜ୍ଞାପନ ବାହାରୁଛି । ଲାଗୁଛି, ସତେ ଯେମିତି ନବୀନ ସରକାରଙ୍କ ପ୍ରଚାରକୁ ମୋହନ ସରକାର ବର୍ଷକରେ କାଟିଦେବାର ପଣ କରିଛନ୍ତି ।

ତେବେ ସେ ଯାହା ହେଉ, ରୋଚକ କଥାଟି ହେଉଛି ବିଜେଡି ତୁଷ୍ଟିକରଣ ଯୋଜନାର ହିତାଧିକାରୀ ସଂପୃକ୍ତ ଗଣମାଧ୍ୟମ ବ୍ୟକ୍ତିମାନେ ସରକାର ବଦଳିବା ମାତ୍ରେ ନିଜର ପଟ ପରିବର୍ତ୍ତନ କରିଦେଇଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭଦୃଷ୍ଟିରେ ରହିବା ପାଇଁ ସେମାନଙ୍କର ବ୍ୟଗ୍ରତା ଇତିମଧ୍ୟରେ ସାକାର ହୋଇଯାଇଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିବା ଜଣେ ଚାନେଲ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ପୋଜ୍ ଦେଉଥିବା ବେଳେ ତାଙ୍କର କାକୁସ୍ତିଆ ଭାବ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ସେହି ବର୍ଗର ସାମ୍ବାଦିକମାନେ ମଧ୍ୟ ନୂଆ ସରକାରଙ୍କ ଗେହ୍ଲାପୁଅ ହୋଇଗଲେଣି ବୋଲି ଟୁପୁରୁଟାପର ଚାଲିଛି ।

ତେଣୁ ଖବରରେ ନିରପେକ୍ଷତା କଥା ଛାଡ଼ନ୍ତୁ । ଗଣମାଧ୍ୟମରେ ଖବର ପ୍ରସାରଣ ସ୍ୱାର୍ଥସର୍ବସ୍ୱ ହୋଇସାରିଛି । ଦୁର୍ଭାଗ୍ୟର କଥା ହେଉଛି, ନିଜର ସ୍ୱାର୍ଥ ହାସଲ ପାଇଁ ଯିଏ ଯେତିକି ଖବରକୁ ବୁଲାଇପାରିଲା କି ଚାପିପାରିଲା ତାଙ୍କର ଟିଆରପି ସେତିକି ବଢ଼ିଲା । ଏଥିରୁ ବୁଝିବାକୁ ହେବ ଯେ ଆଜିକାଲି ସେଭଳି ଖବରର ଆଦର ବୋଧହୁଏ ବଢ଼ିଯାଇଛି । ସମ୍ଭବତଃ ଲୋକମାନେ ଭୁଲ୍ ଖବର ଦେଖି ମଜ୍ଜା ପାଉଛନ୍ତି । ଯାହା ମିଡିଆ ସଂସ୍ଥାକୁ ସୁହାଉଛି ।

ନଚେତ୍ ଓଡ଼ିଆ ଅସ୍ମିତା ପାଇଁ କାନ୍ଦୁଥିବା ପ୍ରମୁଖ ଟିଭି କି ଖବରକାଗଜଗୁଡ଼ିକ ଜଣେ ଓଡିଆ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗ ଭୁଲିଯାଇ ନ ଥାନ୍ତେ । ବର୍ତ୍ତମାନର ରାଜ୍ୟପାଳଙ୍କ କ୍ଷମତା ବିଷୟରେ ଅବଗତ ଥିବା ଆମ ମିଡିଆ ସଂସ୍ଥାମାନେ ଏହି ଘଟଣା ଉପରେ ଚୁପ୍ ରହିବା ଦୁଃଖର ବିଷୟ ।

କେବଳ ଏହି ଘଟଣା ନୁହେଁ, ପ୍ରତିଦିନ ଏମିତି ଶହ ଶହ ଘଟଣା ଘଟୁଛି । ଗଣମାଧ୍ୟମରୁ ନ୍ୟାୟ ପାଇବାର ଆଶା ଲୋକଙ୍କର ତୁଟି ତୁଟି ଯାଉଛି । ସାଧାରଣ ଜନତା ବି ବୁଝିଲେଣି ଗଣମାଧ୍ୟମଠାରୁ ନିରପେକ୍ଷତା ଆଶା କରିବା ଭାଲୁ ଲାଙ୍ଗୁଳ ଧରିବା ସହ ସମାନ । କାରଣ ବର୍ଷା ଯୁଆଡ଼େ ଛତା ସିଆଡ଼େ ନ୍ୟାୟକୁ ଅଧିକାଂଶ ଗଣମାଧ୍ୟମ ଆଦରି ନେଇଛନ୍ତି ।

Previous Post

ବୈଜୟନ୍ତଙ୍କୁ ଡକାଏତ କହି ଧୋଇଲେ ସୁଲତା

Next Post

ସୁଲତାଙ୍କ ପାଇଁ ବାହାରିଲା ବିଜେଡି

Next Post
ସୁଲତାଙ୍କ ପାଇଁ ବାହାରିଲା ବିଜେଡି

ସୁଲତାଙ୍କ ପାଇଁ ବାହାରିଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA