Saturday, April 4, 2026 02:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପ୍ରସ୍ତୁତି

ଭ୍ୟାକସିନ୍ ଆଡଭାଇଜରି କମିଟିର ପ୍ରଥମ ବୈଠକ

by Our Correspondent
28 May, 2021- 10:09 PM
in Latest News, News
1 min read
0
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପ୍ରସ୍ତୁତି

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କ ପାଇଁ ବେଶୀ ବିପଦ ସୃଷ୍ଟି କରିପାରେ । ବିଶେଷଜ୍ଞମାନଙ୍କ ଏହି ଆକଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏବେଠାରୁ ସଜାଗ ହୋଇଛନ୍ତି । ଡାକ୍ତର କେ.ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ଭ୍ୟାକସିନ୍ ଆଡଭାଇଜୋରି କମିଟିର ଆଜି ପ୍ରଥମ ବୈଠକରେ ଏହା ଉପରେ ଆଲୋଚନା ହୋଇଛି ।

ଆଗାମୀ ଲହର ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ସେଥିପାଇଁ ଆମଙ୍କୁ ଭଲ ଭାବେ ପ୍ରସ୍ତୁତ ହେବାକୁ ପଡ଼ିବ । ହସ୍ପିଟାଲ୍ ରେ ପିଲାମାନଙ୍କ ଯତ୍ନ ନେବା ଏକ ବଡ଼ ଚାଲେଂଜ କାର୍ଯ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଭର୍ଚୁଆଲ୍ ପ୍ଲାଟଫର୍ମରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ପରାମର୍ଶ ଲୋଡିଥିଲେ । ସମ୍ଭାବ୍ୟ ଭବିଷ୍ୟତ ଲହରକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ କିଭଳି ସୁଦୃଢ଼ୀକରଣ କରାଯାଇପାରିବ ପରାମର୍ଶ ମାଗିଥିଲେ । କରୋନାକୁ ପରାସ୍ତ କରିବା ପାଇଁ ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଫାଇନ୍ ଟ୍ୟୁନ୍ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିଲେ ।

ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁଁ ଅନେକ ପରିବାର, ସମ୍ପ୍ରଦାୟ ଏବଂ ସର୍ବୋପରି ଅର୍ଥନୀତି ଧୂଳିସାତ ହୋଇଯାଇଛି । ବର୍ଷେ ପରେ ବି ସ୍ଥିତିରେ ସୁଧାର ଆସିପାରିନାହିଁ । ଜୀବନ ବଞ୍ଚାଇବା ପାଇଁ ଲକଡାଉନ୍ ର ଆବଶ୍ୟକତା ଥିଲେ ମଧ୍ୟ ଲୋକଙ୍କ ଜୀବିକା ମାଡ଼ ଖାଇଛି । ଅନେକ ପରିବାର ଓ ବ୍ୟବସାୟୀଙ୍କ ଉପରେ ଆର୍ଥିକ ଚାପ ଅସହ୍ୟ ହୋଇଛି । ଏହି ପରିସ୍ଥିତିର କିଭଳି ସାମନା କରାଯିବ ବିଶେଷଜ୍ଞମାନେ ପରାମର୍ଶ ଦେବା ଆବଶ୍ୟକ ।

ଓଡ଼ିଶାରେ କୋଭିଡ୍ ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, କିଛି ଜିଲ୍ଲାକୁ ଛାଡ଼ିଦେଲେ ସାରା ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ୍ ପାଉଛି । ଦ୍ୱିତୀୟ ଲହର ହ୍ରାସ୍ ପାଇବାକୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଆମେ ଟିକାକରଣକୁ ଗୁରୁତ୍ୱ ଦେଉଛୁ । ସମସ୍ତ ସମ୍ବଳକୁ ଟିକାକରଣରେ ଉପଯୋଗ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କମିଟି ଅଧ୍ୟକ୍ଷ ଡାକ୍ତର .କେ.ଶ୍ରୀନାଥ ରେଡ୍ଡୀ ବିଶେଷଜ୍ଞ ଡାକ୍ତରମାନଙ୍କ ମତାମତ ଅନୁଯାୟୀ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଗୁଆ ଯୋଜନା କରିବାକୁ ପରାମର୍ଶ ଦେଇଥିଲେ ।

ଡାକ୍ତର ରମାକାନ୍ତ ପଣ୍ଡା କହିଥିଲେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଯଥେଷ୍ଟ ଅଭିଜ୍ଞତା ଅଛି । ଫ୍ଲୁ ଭଳି କରୋନା ଭାଇରସ୍ ଦୀର୍ଘ ଦିନ ରହିପାରେ । ଏହାର ମୁକାବିଲା ପାଇଁ ଟିକାକରଣ ଏକମାତ୍ର ବିକଳ୍ପ । ଏଥିସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରାଯିବା ସପକ୍ଷରେ ସେ ମତ ରଖିଥିଲେ ।

ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମାଗଣାରେ ଟିକା ଯୋଗାଇଦେବା ନିଷ୍ପତ୍ତିକୁ ଡାକ୍ତର ଦେବୀ ସେଟ୍ଟୀ ପ୍ରଶଂସା କରିଥିଲେ । ଲକଡାଉନ୍ ଠାରୁ ଟିକାକରଣ ବହୁତ ଗୁଣରେ ଭଲ । ବୟସ ଗ୍ରୁପ୍ କୁ ପ୍ରାଧାନ୍ୟ ନ ଦେଇ ଲୋକଙ୍କ ପେଶାକୁ ଟିକାକରଣରେ ପ୍ରାଧାନ୍ୟ ଦେବାକୁ ସେ ପରାମର୍ଶ ଦେଇଥିଲେ ।

ପ୍ରଫେସର ଭେଙ୍କଟ ରାଓ, ଡାକ୍ତର ଲଳିତ କାନ୍ତ, ଡାକ୍ତର ମୃଦୁଳା ଫାଡକେ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ଡାକ୍ତର ଅଜୟ ପରିଡ଼ା ପ୍ରମୁଖ ସେମାନଙ୍କର ଉପସ୍ଥାପନ ରଖିବା ସହ ଟିକାକରଣ ଉପରେ ଗୁରୁତ୍ୱ ଦେଇଥିଲେ ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କରୋନା ବିରୋଧରେ ଓଡ଼ିଶାର ଲଢ଼େଇ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଦତ୍ତେଶ୍ୱର ହୋତା, ଡାକ୍ତର ସଂଘମିତ୍ରା ପତି, ଡାକ୍ତର ଏମ.ଆର.ପଟ୍ଟନାୟକ,ଡାକ୍ତର ସିବିକେ ମହାନ୍ତି(ଆବାହକ) ଯୋଗଦେଇ ସେମାନଙ୍କ ପରାମର୍ଶ ରଖିଥିଲେ ।

Previous Post

ଓଡ଼ିଶାକୁ ୫୦୦ କୋଟି ବାତ୍ୟା ସହାୟତା

Next Post

ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଆଉ ନାହାନ୍ତି

Next Post
ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଆଉ ନାହାନ୍ତି

ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଆଉ ନାହାନ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA