Thursday, February 19, 2026 02:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଚନ୍ଦ୍ରଶେଖର ଦାଶଙ୍କ ସ୍ମୃତିକଥା ସଂକଳନ ‘ଗାଁ କଥା’ର ଆଲୋଚନା ସଭା

by Our Correspondent
06 Dec, 2020- 09:28 PM
in News
1 min read
0
ଚନ୍ଦ୍ରଶେଖର ଦାଶଙ୍କ ସ୍ମୃତିକଥା ସଂକଳନ ‘ଗାଁ କଥା’ର ଆଲୋଚନା ସଭା

????????????????????????????????????

ଭୁବନେଶ୍ବର: ବିସ୍ମୃତ ଗ୍ରାମ୍ୟ ଜୀବନର ଏକ ନିରୁତା ପ୍ରତିବେଦନ ହେଉଛି ଚନ୍ଦ୍ରଶେଖର ଦାଶଙ୍କ ‘ଗାଁ କଥା’ ପୁସ୍ତକ। ଗାଁକୁ ଭୋଗିଥିବା ପ୍ରତିଟି ମଣିଷ ଏ ପୁସ୍ତକ ମାଧ୍ୟମରେ ସ୍ମୃତିର ଆଇନାରେ ନିଜର ଅତୀତକୁ ଫେରିପାଇବେ ବୋଲି କହିଛନ୍ତି ପ୍ରସିଦ୍ଧ କଥାଶିଳ୍ପୀ ଡ. ଗୌରହରି ଦାସ। ‘ଗାଁ କଥା’ ପୁସ୍ତକ ଆଲୋଚନା ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଡ. ଦାସ ବହିର ଭାଷା ଓ ବର୍ଣ୍ଣନା ଶୈଳୀର ବେଶ୍‌ ପ୍ରଶଂସା କରିଥିଲେ।

ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପ୍ରକାଶିତ ‘ଗାଁ କଥା’ରେ ଲେଖକଙ୍କ ଚରିତ୍ର ଚୟନ, ଆଲେଖଗୁଡ଼ିକର ଭାଷା ଓ ବର୍ଣ୍ଣନା ଶୈଳୀ ବେଶ୍‌ ସାବଲୀଳ ବୋଲି ଡ. ଦାସ ମତ ଦେଇଥିଲେ। ଗମ୍ଭୀର କଥାଟିଏ ବଖାଣିବା ବେଳେ ଚନ୍ଦ୍ରଶେଖର ଦାଶଙ୍କ ଚଟୁଳ ହାସ୍ୟରସ ପ୍ରୟୋଗ ଏ ବହିଟିକୁ ଅଧିକ ପାଠକୀୟ ଶ୍ରଦ୍ଧା ଆଣିଦେବ ବୋଲି ମୁଖ୍ୟଅତିଥି ଆଶାବ୍ୟକ୍ତ କରିଥିଲେ।

ଚନ୍ଦ୍ରଶେଖର ଦାଶ ନିଜର ଲେଖକୀୟ ବକ୍ତବ୍ୟ ରଖି କହିଥିଲେ ଯେ ସେ ନିଜର ସ୍ମୃତିକଥାକୁ ନେଇ ପୁସ୍ତକ କରିବାର ସ୍ବପ୍ନ କେବେ ବି ଦେଖି ନ ଥିଲେ। ସାମାଜିକ ଗଣମାଧ୍ୟମରେ ନିଜର ଅତୀତର ଅନୁଭବ ସବୁ ବଖାଣିବା ସମୟରେ ଶୁଭେଚ୍ଛୁ ଓ ସହୋଦରଙ୍କ ଠାରୁ ଉତ୍ସାହ ପାଇଥିଲେ। ପରବର୍ତ୍ତୀ ସମୟରେ ଏହାକୁ ପୁସ୍ତକ ଆକାରରେ ପ୍ରକାଶନ ପାଇଁ ଶ୍ରଦ୍ଧାନୁବଦ୍ଧ ପାଠକମାନେ ପ୍ରଚୋଦିତ କରିଥିଲେ ବୋଲି ଶ୍ରୀ ଦାଶ କହିଥିଲେ।

ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏ ଆଲୋଚନା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ କଥାକାର ତଥା ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ମୁଖ୍ୟ ଆୟକ ଆୟୁକ୍ତ ପ୍ରଣବ ପ୍ରକାଶ ଦାସ, ଲେଖକ ତଥା ଏସେଲ୍‌ ମାଇନିଂ ସିଇଓ ଅଶୋକ କୁମାର ବଳ, ମୁଖ୍ୟ ରାଜ୍ୟ ସୂଚନା ଆୟୁକ୍ତ ସୁନୀଲ କୁମାର ମିଶ୍ର, ଅନୁଗୁଳ-ସୁକିନ୍ଦା ରେଳବାଇ ପରିଚାଳନା ନିର୍ଦ୍ଦେଶକ ଦିଲୀପ ସାମନ୍ତରାୟ, ବୀମା ଅମ୍ବୁଡ୍‌ସମ୍ୟାନ ସୁରେଶ ଚନ୍ଦ୍ର ପଣ୍ଡା, ସ୍ତମ୍ଭକାର ମନୋରଂଜନ ପାଣିଗ୍ରାହୀ, ତ୍ରୈଲୋକ୍ୟ ଜେନା, କବି ଶରତ କୁମାର ଦାଶ, ଡ ହିମାଂଶୁ ମହାପାତ୍ର, ଡ. ଯତୀନ୍ଦ୍ର କୁମାର ନାୟକ, ରମେଶ ଚନ୍ଦ୍ର ଖାଡ଼ଙ୍ଗା, ଶିବପଦ ସ୍ବାଇଁ, ଅଭୟ ଚରଣ ରାଉତ, ଯୁଗଳ କିଶୋର ମିଶ୍ର, ସଚ୍ଚିଦାନନ୍ଦ ମିଶ୍ର, ସୂର୍ଯ୍ୟ ଦାସ, ଅଶ୍ବିନୀ ବେହେରା, ଭାସ୍କର ଚନ୍ଦ୍ର ରଥ, ପୀୟୁଷ ପଟ୍ଟନାୟକ ଓ ଅସିତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ‘ଗାଁ କଥା’ ବହି ଉପରେ ବକ୍ତବ୍ୟ ରଖିଥିଲେ।

ଗାଁ କଥା ପୁସ୍ତକଟି ଭୁବନେଶ୍ବର ପୁରୁଣା ବସଷ୍ଟାଣ୍ଡ ଶିବଶକ୍ତି ଓ ମହାନ୍ତି ପୁସ୍ତକାଳୟ ସମେତ ଆମାଜନ୍‌ରେ ଉପଲବ୍ଧ ବୋଲି ପ୍ରକାଶକ ସୂଚନା ଦେଇଥିଲେ।

Previous Post

ଭାଙ୍ଗୁନି ପାଠକ ବାପ-ପୁଅଙ୍କ ମୁହଁଫୁଟାଣି

Next Post

ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବେ ଲୋକାୟୁକ୍ତ

Next Post
ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର କଡ଼ାଗଣ୍ଡା ହିସାବ ଦେଲା ବିଜେଡ଼ି

ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବେ ଲୋକାୟୁକ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA