Thursday, February 19, 2026 01:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଦୁଇ ସପ୍ତାହ ସମୟ ମାଗିଲେ ଅରୁଣ ବୋଥ୍ରା

ଯଦୁପୁର ପରୀ ଗାଁରେ ବିଜେପି, କଂଗ୍ରେସ ପ୍ରତିନିଧି ଦଳ

by Our Correspondent
05 Dec, 2020- 10:02 PM
in Crime, Latest News, News
1 min read
0
‘ପରୀ’ ମୃତ୍ୟୁ: ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ୍

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର କୁନିଝିଅ ପରୀକୁ କିଏ ମାରିଛି ତାକୁ ଖୋଜି ବାହାର କରିବା ଦାୟିତ୍ୱ ଏବେ କ୍ରାଇମବ୍ରାଞ୍ଚ ଏସଆଇଟି ହାତରେ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏହାର ଛାନଭିନ୍ ଜାରି ରଖିଛନ୍ତି । ପରୀର ବାପାମାଆଙ୍କୁ ଭେଟି ସମସ୍ତ ବିବରଣୀ ସଂଗ୍ରହ କରିଛନ୍ତି । ଗାଁର ଶହେରୁ ଉଦ୍ଧ୍ୱର୍ ଲୋକଙ୍କୁ ଭେଟି ଘଟଣା ସମ୍ପର୍କରେ ପଚରାଉଚୁରା କରିସାରିଲେଣି । ଗତକାଲି ଓ ଆଜି ଶ୍ରୀ ବୋଥ୍ରା ସନ୍ଦିଗ୍ଧ ଅଭିଯୁକ୍ତ ବାବୁଲି ନାୟକ ଓ ତାଙ୍କ ଡ୍ରାଇଭରଙ୍କୁ ପଚରାଉଚୁରା କରିଛନ୍ତି ।

ତଦନ୍ତର ଅଗ୍ରଗତି ନେଇ ଗଣମାଧ୍ୟମ ପ୍ରଶ୍ନରେ ବୋଥ୍ରା କହିଛନ୍ତି, ଏସଆଇଟି ତଦନ୍ତର ଆଜିକୁ ୫ ଦିନ ହୋଇଛି । ମୋ ଉପରେ ସମସ୍ତଙ୍କର ଭରସା ଅଛି । ଆମ ଟିମ୍ ଆଗକୁ ବଢ଼ୁଛି । ଦୁଇ ସପ୍ତାହ ସମୟ ତ ଦିଅନ୍ତୁ । ଅତଏବ ପରୀକୁ କିଏ ଏବଂ କାହିଁକି ମାରିଛି ତାହାର ସବୁ ତଥ୍ୟ ପ୍ରମାଣ ଦୁଇ ସପ୍ତାହ ଭିତରେ ବାହାର କରିଦେବେ, ସେହି ଆତ୍ମବିଶ୍ୱାସ ଦେଖାଇଛନ୍ତି ବୋଥ୍ରା ।

ତେବେ ଏସଆଇଟିର ତଦନ୍ତର ନିଷ୍କର୍ସକୁ ଅପେକ୍ଷା କରିନାହାନ୍ତି ବିରୋଧୀ ଦଳ । ପରୀ ହତ୍ୟା ପଛରେ ସ୍ଥାନୀୟ ବିଜେଡ଼ି ନେତା ବାବୁଲି ନାୟକଙ୍କ ସଂପୃକ୍ତି ଅଛି ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସେମାନଙ୍କର ଅଭିଯୋଗ । ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ସେମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଡାକରାରେ ବିଜେପି ସାରା ରାଜ୍ୟରେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଦଳର ଜାତୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ପରୀ ମୃତ୍ୟୁ ମାମଲାକୁ ଦିଲ୍ଲୀ ନେଇଛନ୍ତି । ବିଧାନସଭା ସରିବା ପରଦିନ ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ନେତୃତ୍ୱରେ ବିଧାୟକ ଦଳ ଯଦୁପୁର ଯାଇ ପରୀ ବାପାମାଆଙ୍କୁ ଭେଟିଥିବା ବେଳେ ଆଜି ସମ୍ବିତଙ୍କ ନେତୃତ୍ୱରେ ଆଉ ଏକ ଟିମ୍ ପରୀ ଗାଁକୁ ଯାଇ ପରୀ ବାପାମାଆଙ୍କୁ ଭେଟିଥିଲେ । ମାମଲା ସିବିଆଇକୁ ଦେବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ଦୋହରାଇଛନ୍ତି ସମ୍ବିତ ।

ସେହିଭଳି କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଯଦୁପୁର ଯାଇ ପରୀ ବାପାମାଆଙ୍କୁ ଭେଟିଥିଲେ । ପରୀ ହତ୍ୟାକାରୀକୁ ଖୋଜି ବାହାର କରି ଫାଶୀ ଦେବା ପାଇଁ ଡ. ଚେଲ୍ଲାକୁମାର ଦାବି କରିଛନ୍ତି ।

ତେବେ ପରୀ ମୃତ୍ୟୁକୁ ନେଇ ବିଜେପି ଓ କଂଗ୍ରେସର ହୀନ ରାଜନୀତିକୁ ସମାଲୋଚନା କରିଛି ବିଜେଡ଼ି । ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ସମ୍ବିତ ପାତ୍ର ଓ ଚେଲ୍ଲାକୁମାର କେଉଁଠି ଥିଲେ ବୋଲି ବିଜେଡ଼ି ମୁଖପାତ୍ର ଡ. ଲେଲିନ୍ ମହାନ୍ତି ପ୍ରଶ୍ନ କରିଛନ୍ତି । ପରୀକୁ ନ୍ୟାୟ ଦେବା ପାଇଁ ସରକାର ବଦ୍ଧପରିକର । ଏସଆଇଟି ତଦନ୍ତ ଚାଲିଛି, ପରୀକୁ ନିଶ୍ଚିତ ନ୍ୟାୟ ମିଳିବ । ପରୀକୁ ରାଜନୀତି କୁଟାଖିଅ କରା ନଯାଉ । ଏହି ପ୍ରସଙ୍ଗରେ ରାଜନୈତିକ ଦଳ ରାଜନୀତି ନ କରନ୍ତୁ ବୋଲି ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।

ସୂଚନାଥାଉକି, ପରୀ ଅପହରଣ ଓ ମୃତ୍ୟୁକୁ ୪ ମାସ ବିତିଯାଇଥିଲେ ମଧ୍ୟ ଅପରାଧୀକୁ ଧରିବାରେ ନୟାଗଡ଼ ପୁଲିସ ବିଫଳ ହୋଇଛି । ଇତିମଧ୍ୟରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(ଏନପିସିଆର) ଏହି ମାମଲାକୁ ଗମ୍ଭୀରତା ସହ ନେଇଛନ୍ତି । ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ଡିସେମ୍ବର ୯ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଆୟୋଗ ଅଧ୍ୟକ୍ଷ ପ୍ରୟଙ୍କ କାନୁନଗୋ ଗତକାଲି ଟୁଇଟ୍ କରି ସୂଚନା ଦେଇଛନ୍ତି ।

Previous Post

ଠକ, ଜାଲିଆ ବୋଲି ଆକାଶ ମାନିଗଲା

Next Post

ଭାଙ୍ଗୁନି ପାଠକ ବାପ-ପୁଅଙ୍କ ମୁହଁଫୁଟାଣି

Next Post
ଜେଲ୍ ଗଲେ କୁଖ୍ୟାତ ଲୁଟେରା ବାପପୁଅ

ଭାଙ୍ଗୁନି ପାଠକ ବାପ-ପୁଅଙ୍କ ମୁହଁଫୁଟାଣି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA