ଭୁବନେଶ୍ୱର: ଆଜି ଜନତା ମୈଦାନ ଠାରେ ଭୁବନେଶ୍ୱର ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଅନୁଷ୍ଠାନର “ସମ୍ପନ୍ନ ଓଡ଼ିଶା, ସ୍ୱର୍ଣ୍ଣିମ ଓଡ଼ିଶା” ଅଭିଯାନର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ବ୍ରହ୍ମକୁମାରୀ ଅନୁଷ୍ଠାନର ଏହି ପଚାଶ ବର୍ଷର ଯାତ୍ରା କେବଳ ସମୟର ଯାତ୍ରା ନହେଁ, ଏହା ମାନବତାର ଜାଗରଣ, ଆଧ୍ୟାତ୍ମିକ ଉନ୍ନତି ଏବଂ ଦିବ୍ୟ ସେବାର ଯାତ୍ରା ।








