Sunday, April 5, 2026 03:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଫେରିଲା ଆକ୍ସନ୍: କାମ ଦେଲାନି ପ୍ରଭାବଶାଳୀଙ୍କ ପ୍ରଭାବ

'ମିଡ ଡେ ଓଡ଼ିଶା' ପ୍ରଭାବ

by Our Correspondent
21 Nov, 2024- 03:02 PM
in Latest News, News
1 min read
0
ଫେରିଲା ଆକ୍ସନ୍: କାମ ଦେଲାନି ପ୍ରଭାବଶାଳୀଙ୍କ ପ୍ରଭାବ

ଭୁୁବନେଶ୍ୱର: ଶିଳ୍ପ ପ୍ରତିଷ୍ଠା ପାଇଁ ଲିଜ୍ ସୂତ୍ରରେ ସରକାରଙ୍କଠୁ ଜାଗା ଆସିଲା । ତହସିଲଦାରଙ୍କୁ ଧରି ଏହି ସରକାରୀ ଜାଗାକୁ ସ୍ଥିତିବାନ୍ କରି ଦିଆଗଲା । କିସମ ଘରବାରିକୁ ବଦଳିଗଲା । ପାୱାର ଅଫ୍ ଆଟର୍ଣ୍ଣିଂ ଜରିଆରେ ମାଲିକାନା ହାସଲ ହୋଇଗଲା । ଏବେ, ବିଏମସି/ବିଡିଏର ଅନୁମୋଦନରେ ସେଠି ନିର୍ମାଣ ଚାଲିଛି ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପ । ଏହି ବେଆଇନ କାର୍ଯ୍ୟ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇ ତାକୁ ପ୍ରତ୍ୟାହାର କରିବା ପରେ ପୁଣି କାର୍ଯ୍ୟାନୁଷ୍ଠାନକୁ ଫେରିଲେଣି । ଅଥଚ କୌଣସି ଓଡ଼ିଆ ଖବରକାଗଜ ଏବଂ ଟିଭିରେ ଏହି ଖବର ନାହିଁ । ସଂପୃକ୍ତ ବ୍ୟକ୍ତିଙ୍କ ଅଖଣ୍ଡ ପ୍ରଭାବରେ ପ୍ରମୁଖ ଗଣମାଧ୍ୟମର ସ୍ୱର ଚପିଯାଇଛି । ତଥାକଥିତ କିଛି ସାମାଜିକ କର୍ମୀ ଉକ୍ତ ବେଆଇନ କାର୍ଯ୍ୟର ସରକାରୀ ଦସ୍ତାବିଜ୍ ଧରିଥିଲେ ମଧ୍ୟ ଆଖି ଖୋଲୁନି କି ପାଟି ଖୋଲୁନି । ସେମାନଙ୍କ ଆଖି ସେହି ପାଣ୍ଡିଆନ୍ ଙ୍କ ପାଖରେ ଅଟକି ରହିଛି । ଏକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବେ ‘ମିଡ ଡେ ଓଡ଼ିଶା’ ପ୍ରଥମେ ଏହି ଖବର ସାମନାକୁ ଆଣିଥିଲା ଏବଂ ଲଗାତର ଖବର ପ୍ରକାଶ କରି ଆସୁଛି ।

ଭୁବନେଶ୍ୱର ପଟିଆରେ ୫ ଏକର ସରକାରୀ ଲିଜ୍ ଜାଗାକୁ ସ୍ଥିତିବାନ କରାଇ ସେଥିରେ ବିଶାଳ ଆପାର୍ଟମେଣ୍ଟ ନିର୍ମାଣ କରୁଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇପାରିନାହାନ୍ତି ରାଜ୍ୟ ସରକାର । ଉକ୍ତ ଜାଗାର ଆରଓଆର ସଂଶୋଧନ କରି ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୧ ତାରିଖରେ ଜାରି ନିର୍ଦ୍ଦେଶନାମାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅକ୍ଟୋବର ୧୦ ତାରିଖରେ ପ୍ରତ୍ୟାହାର କରିଥିଲେ । ମାତ୍ର ସରକାର ପୁଣି ପୂର୍ବ ନିଷ୍ପତ୍ତିକୁ ଫେରିଛନ୍ତି । ଉକ୍ତ ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଇତିମଧ୍ୟରେ ରାଜସ୍ୱ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।

ରାଜସ୍ୱ ବିଭାଗର ଅତିରିକ୍ତ ସଚିବଙ୍କ ଦସ୍ତଖତରେ ଏହି ଚିଠିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଇଛି ଯେ ପଟିଆର ନିର୍ଦ୍ଦିଷ୍ଟ ସରକାରୀ ଲିଜ୍ ଜାଗାକୁ ବେଆଇନ ଭାବେ ସ୍ଥିତିବାନ୍ କରାଯାଇଛି । ଚାଷଜମିରୁ ଏହାକୁ ଘରବାଡ଼ି କିସମ୍ କୁ ବଦଳାଯାଇଛି । ତତ୍କାଳୀନ ଭୁବନେଶ୍ୱର ତହସିଲଦାର ସରକାରୀ ଲିଜ୍ ସର୍ତ୍ତକୁ ଅନୁଧ୍ୟାନ ନ କରି ଉପ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଏହି ଭୁଲ୍ କାମ କରିଛନ୍ତି । ଏହାର ସମସ୍ତ ଦିଗକୁ ବିଚାର କରି ନିମ୍ନଲିଖିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

(୧) ଲିଜ୍ ରାଜିନାମା ତୁରନ୍ତ ବାତିଲ କର

(୨) ଖୋର୍ଦ୍ଧା ଜିଲ୍ଲାପାଳ ସଦଳବଳେ ଉକ୍ତ ଜାଗାରେ ନିର୍ମିତ ବିଲଡିଂ, ଗଚ୍ଛିତ ନିର୍ମାଣ ସାମଗ୍ରୀ ସମେତ ସମ୍ପୂର୍ଣ୍ଣ ଜାଗା ନିଜ ଦଖଲକୁ ଆଣନ୍ତୁ ।

(୩) ତତ୍କାଳୀନ ତହସିଲଦାର ଏବଂ ଉପଜିଲ୍ଲାପାଳ କରିଥିବା ବେଆଇନ କାର୍ଯ୍ୟ ପାଇଁ ସେମାନଙ୍କ ବିରୋଧରେ ପ୍ରୋସିଡିଂ କରାଯାଉ । ଦୁହିଁଙ୍କ ବିରୋଧରେ ଡିସପ୍ଲିନାରି ପ୍ରୋସିଡଂ ମଧ୍ୟ ଗ୍ରହଣ କରାଯାଉ ।

(୪) ସଂପୃକ୍ତ ଫାଇଲ୍ କୁ ତୁରନ୍ତ ସିଜ୍ କରାଯାଉ ଏବଂ ତକ୍ରାଳୀନ ତହସିଲଦାର ଏବଂ ଉପଜିଲ୍ଲାପାଳଙ୍କ ବିରୋଧରେ ଅପରାଧିକ ମାମଲା ପାଇଁ ଏତଲା ରୁଜୁ କରାଯାଉ ।

(୫) ଆବଶ୍ୟକସ୍ଥଳେ, ହାଇକୋର୍ଟଙ୍କ ପାଖରେ ଏକ କାଭେଟ୍ ଫାଇଲ୍ କରାଯାଉ । ଏହାଦ୍ୱାରା ସରକାରଙ୍କ ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲିଜଧାରୀ ରିଟ୍ ଆବେଦନ କରିପାରିବେ ନାହିଁ ।

ସୂଚନାଥାଉକି, ସେପ୍ଟେମ୍ବର୨୧ ତାରିଖରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗରୁ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଉପଜିଲ୍ଲାପାଳ ଏବଂ ଭୁବନେଶ୍ୱର ତହସିଲଦାରଙ୍କୁ ଏକ ଚିଠି ହୋଇଥିଲା । ପଟିଆରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲିଜ୍ ସୂତ୍ରରେ ଦିଆଯାଇଥିବା ୫ ଏକରର ସରକାରୀ ଜାଗାକୁ ସ୍ଥିତିବାନ୍ କରାଯାଇ ସେଠାରେ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପ ନିର୍ମାଣ କରାଯାଉଥିବାରୁ ସାଧାରଣ ପ୍ରଶାସନ ବିଭାଗ ଆକ୍ସନ୍ ମୁଡ୍ କୁ ଆସିଥିଲା । ଏହି ଜାଗାର ଆରଓଆର ସଂଶୋଧନ କରି ସ୍ଥିତିବାନ ଷ୍ଟାଟସ୍ ହଟାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା ।

ମାତ୍ର ତତକ୍ଷଣାତ୍ ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଜାଗା ଲିଜଧାରୀ ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ପ୍ରୋପ୍ରାଇଟର ତେଜପାଲ୍ ସିଂ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା କେସ୍ ଲଢ଼ିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଡକ୍ଟର ଜଷ୍ଟିସ୍ ଏସ.କେ.ପାଣିଗ୍ରାହୀ ସେପ୍ଟେମ୍ବର୨୫ ତାରିଖରେ ତାଙ୍କର ନିଷ୍ପତ୍ତି ଶୁଣାଇଥିଲେ । ଉକ୍ତ ଜାଗାରେ ବିଏମସି/ବିଡିଏର ପ୍ଲାନ୍ ଅନୁମୋଦନ ବାତିଲ ଏବଂ ଆରଓଆର ସଂଶୋଧନ କରି ସ୍ଥିତିବାନ ଷ୍ଟାଟସ୍ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ହାଇକୋର୍ଟ ରୋକ୍ ଲଗାଇଥିଲେ । ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟାନୁଷ୍ଠାନ ଚିଠିକୁ ପ୍ରିନସିପୁଲ୍ସ ଅଫ ନ୍ୟାଚୁରାଲ୍ ଜଷ୍ଟିସ୍ ର ଉଲ୍ଲଂଘନ ବୋଲି ହାଇକୋର୍ଟ ବିଚାର କରିଥିଲେ ।

ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ଚାହିଁଥିଲେ ସୁପ୍ରିମକୋର୍ଟରେ ଚାଲେଂଜ କରିପାରିଥାନ୍ତେ । ମାତ୍ର ତାହା ନ କରି ଓଲଟି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଆଳ କରି କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତିରୁ ଓହରି ଯାଇଥିଲେ । ଅକ୍ଟୋବର ୧୦ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ପକ୍ଷରୁ ଭୁବନେଶ୍ୱର ତହସିଲଦାରଙ୍କୁ ଏକ ଚିଠି କରାଯାଇ ସଂପୃକ୍ତ ଜାଗାର ଆରଓଆର ସଂଶୋଧନ କରି ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଦିଆଯାଇଥିବା ପୂର୍ବ ଆଦେଶକୁ ପ୍ରତ୍ୟାହାର କରାଯାଇଥିଲା ।

ଏହି ବେଆଇନ କାରବାରର ଘଟଣାକ୍ରମ ଆଉ ଥରେ ପାଠକଙ୍କୁ ଜଣାଇ ଦେଉଛୁ ।

ପଟିଆ ମୌଜାରେ ୫ ଏକରର ଜାଗାକୁ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ତେଜପାଲ୍ ସିଂଙ୍କୁ ୯୯ ବର୍ଷିଆ ଲିଜ୍ ସୂତ୍ରରେ ଦେଇଥିଲେ । ୧୭.୧୨.୧୯୭୯ରେ ଭୁବନେଶ୍ୱର ତହସିଲଦାରଙ୍କ ଦ୍ୱାରା ଏହି ଲିଜ୍ ଡିଡ୍ ରେଜିଷ୍ଟ୍ରି ହୋଇଥିଲା ।

ମାତ୍ର ପରବର୍ତ୍ତୀ ସମୟରେ ତେଜପାଲ୍ ସିଂ, ପ୍ରୋପ୍ରାଇଟର ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ନାଁରେ ୪୭୪/୫ ଖାତା ନମ୍ବର ପ୍ରସ୍ତୁତ କରାଯାଇ ସଂପୃକ୍ତ ଜାଗାର ଷ୍ଟାଟସ୍ ସ୍ଥିତିବାନ କରିଦିଆଗଲା । ତକ୍ରାଳୀନ ଭୁବନେଶ୍ୱର ତହସିଲଦାର ହାତକାଟି ସରକାରୀ ଜାଗାକୁ ସ୍ଥିତିବାନରେ ବଦଳେଇଦେଲେ ।

୨୦୨୨ ମସିହାରେ ଏହି ଜାଗାକୁ ‘ଘରବାରି’ କିସମ କରି ଦିଆଗଲା । ଓଏଲଆର ଆକ୍ଟର, ୧୯୬୦ର ଧାରା ୮-ଏରେ ଏହାର ସରକାରୀ ଆଦେଶ ପ୍ରକାଶ ପାଇଲା । ଅତଏବ, ୫ ଏକର ଜଙ୍ଗଲ କିସମର ମୂଳ ସରକାରୀ ଜାଗାଟି ସ୍ଥିତିବାନ ପାଲଟି ଘରବାରି କିସମକୁ ବଦଳିଗଲା ।

ପଲଟ୍ରୋନିକ୍ ଆଲାଏଡ ଇଣ୍ଡଷ୍ଟ୍ରିଜ୍ ପ୍ରୋପାଇଟର୍ ତେଜପାଲ୍ ସିଂଙ୍କ ନାଁରେ ଥିବା ଏହି ଜାଗା ପାୱାର ଅଫ୍ ଆଟର୍ଣ୍ଣିଂ ବଳରେ ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅକ୍ତିଆରକୁ ଶେଷରେ ଚାଲି ଆସିଲା । ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ସେଠାରେ ବିଶାଳ ଗୃହ ନିର୍ମାଣ ପ୍ରକଳ୍ପ ନିର୍ମାଣ ଚାଲିଛି । ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଦିଆଯାଇଥିବା ଏକ ଲିଜହୋଲ୍ଡ ଜାଗା ଉପରେ ରେସିଡେନସିଆଲ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବିଏମସି/ବିଡିଏ ଅନୁମତି ଦେଇଛନ୍ତି ।

‘ମିଡ ଡେ ଓଡ଼ିଶା’ରେ ପ୍ରଥମେ ଏହି ଖବର ପ୍ରକାଶ ପାଇଥିଲା । ଯାହା ଆପଣ ଦେଖିପାରିବେ ।

କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି?

କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି?

Previous Post

ଇତିହାସ ସୃଷ୍ଟି କଲା କିଟ୍‍ ଲ’ ସ୍କୁଲ୍‍

Next Post

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

Next Post
ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19177 shares
    Share 7671 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA