Sunday, February 22, 2026 04:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କୁ ଭବ୍ୟ ସ୍ୱାଗତ; ବିମାନବନ୍ଦରରୁ ନବୀନ ନିବାସ ଜନସମୁଦ୍ର

ଜୟ ନବୀନ ଧ୍ୱନିରେ କମ୍ପିଲା ପରିବେଶ

by Our Correspondent
06 Sep, 2022- 02:02 PM
in Latest News, News
1 min read
0
ନବୀନଙ୍କୁ ଭବ୍ୟ ସ୍ୱାଗତ; ବିମାନବନ୍ଦରରୁ ନବୀନ ନିବାସ ଜନସମୁଦ୍ର

ଭୁବନେଶ୍ୱର: ନୂଆଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ନେଇ ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ପ୍ରିୟ ନେତାଙ୍କୁ ନିଜ ମାଟିରେ ସ୍ୱାଗତ କରିବା ପାଇଁ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଅସମ୍ଭବ ଉତ୍ସାହ ଦେଖିବାକୁ ମିଳିଥିଲା । ବିମାନବନ୍ଦରରୁ ପାଛୋଟି ଆଣିବା ପାଇଁ ସେଠାରେ ପ୍ରବଳ ଭିଡ଼ ହୋଇଥିଲା । ବିମାନବନ୍ଦରରୁ ନବୀନ ନିବାସ ଯାଏ ସମଗ୍ର ଅଞ୍ଚଳ ଜନସମୁଦ୍ର ପାଲଟିଥିଲା । ପାରମ୍ପରିକ ନାଚଗୀତ ବାଦ୍ୟଯନ୍ତ୍ରରେ କମ୍ପିଥିଲା ଅଞ୍ଚଳ । ମୁଖ୍ୟମନ୍ତ୍ରୀ ହାତ ହଲାଇ ଶୁଭେଚ୍ଛା ଗ୍ରହଣ କରୁଥିଲା ବେଳେ ସେଠାରେ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଝଲକ ପାଇବା ପାଇଁ ପାଗଳ ହୋଇଯାଇଥିଲେ ହଜାର ହଜାର କର୍ମୀ ।

ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଘଣ୍ଟାଏ ବିଳମ୍ବରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଥିଲେ । ଦିନ ୧୨.୧୫ ରେ ପୁରୁଣା ବିମାନବନ୍ଦର ଟର୍ମିନାଲ୍ ରୁ ନବୀନ ବାହାରକୁ ଆସିବା ବେଳେ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ତାଙ୍କୁ ପାଛୋଟି ଆଣିଥିଲେ । ବାହାରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲା ହାଇଟେକ୍ ବସ ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରରେ ବ୍ୟବହାର ହୋଇଥିଲା । ନବୀନ ସେହି ବସ୍ ରେ ବସି ଆଗକୁ ବଢ଼ିଥିଲେ । ବିଜୁ ପଟ୍ଟନାୟକ ଛକରେ ବସ୍ ରହିଥିଲା ଏବଂ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବସ୍ ନବୀନ ନିବାସ ଅଭିମୁଖେ ଗଢ଼ିଥିଲା । ଜୟ ନବୀନ ଧ୍ୱନି ସହ ହଜାର ହଜାର କର୍ମୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ବସ୍ ଛାତ ଉପରୁ ହାତ ହଲାଇ ସମସ୍ତଙ୍କ ଶୁଭେଚ୍ଛା ଗ୍ରହଣ କରୁଥିଲେ ।

ମଝିରେ ମଝିରେ କର୍ମୀଙ୍କୁ ସମ୍ବୋଧିତ କରୁଥିଲେ ମୁଖ୍ୟମନ୍ତ୍ରୀ । ବର୍ଷା ସତ୍ତ୍ୱେ ଆପଣମାନେ ଏତେ ସଂଖ୍ୟାରେ ଏଠାକୁ ଆସିଥିବାରୁ ଧନ୍ୟବାଦ । ମୋର ଏହି ସମ୍ମାନ ପାଇବାରେ ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ନବୀନ ନିବାସ ପାଖରେ ଏହି ବିଶାଳ ପଟୁଆର ପହଞ୍ଚିଥିଲା ଅପରାହ୍ନ ୧. ୧୫ ମିନିଟ୍ ରେ । ବର୍ଷା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ପଟୁଆର ଯାତ୍ରାରେ ସାମିଲ ହେବା ପାଇଁ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଟିକେ ଦଖିବା ପାଇଁ କର୍ମୀମାନଙ୍କର ବ୍ୟାକୁଳତା ବାରି ହୋଇଯାଉଥିଲା ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଜେଡି ପକ୍ଷରୁ ଆୟୋଜିତ ସ୍ୱାଗତ ପର୍ବରେ ସାମିଲ ହେବାକୁ ୩୦ଟି ଯାକ ଜିଲ୍ଲାରୁ ଲକ୍ଷାଧିକ କର୍ମୀ ଭୁବନେଶ୍ୱର ଆସିଥିଲେ । ସେମାନଙ୍କୁ ନେଇ ଆସିଥିବା ବସ୍ ଏବଂ ଅନ୍ୟାନ୍ୟ ଗାଡ଼ି ମଟରଗୁଡ଼ିକ ଆଜି ସକାଳ ୮ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚି ଯାଇଥିଲା । ଭୁବନେଶ୍ୱର ସହରର ଚତୁଃପାଶ୍ୱର୍ରେ ଗାଡିଗୁଡ଼ିକର ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ଜାଗା ରଖାଯାଇଥିଲା । ସେଠାରୁ କର୍ମୀମାନେ ଚାଲି ଚାଲି ବିମାନବନ୍ଦର ଆସିଥିଲେ ।

ଏତେ ସଂଖ୍ୟକ ବିଜେଡି କର୍ମୀଙ୍କ ଆଗମନ ଯୋଗୁଁ ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ମୁଖ୍ୟରାସ୍ତାଗୁଡ଼ିକ ଜାମ୍ ହୋଇଯାଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହାକୁ ସମ୍ଭାଳିବା କାଠିକର ହୋଇଥିଲା । କିଛି ଘଣ୍ଟା ଧରି ସହରବାସୀ ନାହିଁ ନ ଥିବା ସମସ୍ୟା ଭୋଗିଥିଲେ । କିଛି ଜାଗାରେ ଆମ୍ବୁଲାନସ୍ ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ବିଜେଡିର ଏହି ବିଶାଳ ଆୟୋଜନ ଉତ୍ସବର ମାହୋଲ୍ ସୃଷ୍ଟି କରିଥିଲା । ୨୦୦୮ ରେ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ ହେବା ପରେ ଆୟୋଜିତ ସମ୍ବର୍ଦ୍ଧନା ଆକାରଠାରୁ ଏହା ଆହୁରି ବଡ଼ ଲାଗୁଥିଲା । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ଆଳରେ ବିଜେଡିର ଏହା ଶକ୍ତି ପ୍ରଦର୍ଶନ ଥିଲା ବୋଲି କୁହାଯାଉଛି । ବିଜେପି ଏହାକୁ ସମାଲୋଚନା କରିଛି ।

Previous Post

ନୂଆ ପ୍ରଭାରୀଙ୍କ ଆଗମନରେ ବିଜେପି ଶିବିର ଚଳଚଞ୍ଚଳ

Next Post

ତିନି ମାସର ଖସଡ଼ା ପ୍ରସ୍ତୁତ

Next Post
ତିନି ମାସର ଖସଡ଼ା ପ୍ରସ୍ତୁତ

ତିନି ମାସର ଖସଡ଼ା ପ୍ରସ୍ତୁତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA