Wednesday, March 4, 2026 08:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧନ୍ୟବାଦ ସାର୍! ଆପଣଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ନଥାନ୍ତା!!

ନବୀନଙ୍କୁ ସଫଳତାର ଶ୍ରେୟ ଦେଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍

by Our Correspondent
05 Aug, 2021- 09:03 PM
in Latest News, News, Sports
1 min read
0
ଧନ୍ୟବାଦ ସାର୍! ଆପଣଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ନଥାନ୍ତା!!

ଭୁବନେଶ୍ୱର: ଦୀର୍ଘ ଚାରି ଦଶନ୍ଧୀ ପରେ ଭାରତୀୟ ହକି ତା’ର ପୂର୍ବ ଗୌରବ ଫେରାଇ ଆଣିଥିବାରୁ ସବୁଆଡ଼େ ଖୁସିର ମାହୋଲ୍ । ଭାରତୀୟ ଟିମ୍ କୁ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଭାରତୀୟ ହକ ଟିମ୍ ର ଏହି ସଫଳତାର ପ୍ରମୁଖ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଆସି ତାଙ୍କୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି ।

ନବୀନ ପଟ୍ଟନାୟକଙ୍କ ପୃଷ୍ଠପୋଷକତା ଓ ନିଷ୍ଠାପର ଉଦ୍ୟମ ସୋସିଆଲ୍ ମିଡ଼ିଆରେ ଟ୍ରେଣ୍ଡିଂ ହେଉଥିବା ବେଳେ ଜାତୀୟ ଗଣମାଧ୍ୟମ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଖୋଦ୍ ହକି ଟିମ୍ ଅଧିନାୟକ ମନପ୍ରୀତ୍ ସିଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି । ଧନ୍ୟବାଦ ସାର୍, ଆପଣଙ୍କ ସହଯୋଗ, ପ୍ରେରଣା ଓ ଦୂରଦୃଷ୍ଟି ବିନା ଏହି ସ୍ୱପ୍ନ ସମ୍ଭବ ହୋଇ ନ ଥାନ୍ତା ବୋଲି ନବୀନଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତରେ କହିଛନ୍ତି ମନପ୍ରୀତ୍ ।

ରାଜନୀତିରେ ସଫଳତାର ଶୀର୍ଷରେ ଥାଇ ବି ହକିରେ ବିଶେଷ ରୁଚି ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣା ଓ ସହଯୋଗ ଭାରତୀୟ ହକି ଟିମ୍ ପାଇଁ କିଭଳି ଆଶିର୍ବାଦ ପାଲଟିଲା ତାହା ଏହା ପ୍ରମାଣିତ କରିଛି ।

୪ ବର୍ଷ ତଳେ ଟିମ୍ ଇଣ୍ଡିଆର ପ୍ରାୟୋଜନରୁ ସାହାରା ଇଣ୍ଡିଆ ଓହରିଯିବା ପରେ ବେସାହାରା ହୋଇଯାଇଥିଲା ଟିମ୍ । ହକିର ଦୁର୍ବଳ ଅବସ୍ଥା ଯୋଗୁଁ ପ୍ରାୟୋଜକ ସଂସ୍ଥା ମିଳି ନ ଥିଲେ । ଆଉ ଏହି ସମୟରେ ଟିମ୍ ଇଣ୍ଡିଆର ହାତ ଧରିବାକୁ ଆଗେଇ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ବର୍ଷ ପାଇଁ ଭାରତୀୟ ହକି ଟିମ୍ ର ଦାୟିତ୍ୱ ନେଇ ହକି ଇଣ୍ଡିଆ ସହ ୧୫୦ କୋଟି ଟଙ୍କାର ଚୁକ୍ତି କରିଥିଲେ ।

୨୦୧୮ ରେ ହକି ୱାଲର୍ଡ ଲିଗ୍ ଏବଂ କଳିଙ୍ଗ ଷ୍ଟାଡିୟମ୍ ରେ ପୁରୁଷ ବିଶ୍ୱକପ୍ ର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ବେଶ୍ ପ୍ରଶଂସା ଗୋଟାଇଥିଲେ । ପରବର୍ତ୍ତୀ ସମୟରେ ୨୦୧୯ ଏଫଆଇଏଚ ମେନସ୍ ସିରିଜ୍ ଫାଇନାଲସ୍ ତଥା ଅଲିମ୍ପିକ ହକି କ୍ୱାଲିଫାଏର୍ସ ଏବଂ ୨୦୨୦ ଏଫଆଇଏଚ ପ୍ରୋ ଲିଗ୍ ହକି ଟୁର୍ଣ୍ଣାମେଣ୍ଟର ଆୟୋଜକ ଥିଲେ ରାଜ୍ୟ ସରକାର । ୨୦୧୮ ପୁରୁଷ ବିଶ୍ୱକପ୍ ର ସଫଳତା ଯୋଗୁଁ ୨୦୨୩ ବିଶ୍ୱକପ୍ ର ଆୟୋଜନ ଓଡ଼ିଶାକୁ ମିଳିଛି । ଭୁବନେଶ୍ୱର ଓ ରାଉରକେଲାରେ ଏହା ଅନୁଷ୍ଠିତ ହେବ ।

ସେ ଯାହା ହେଉ, ଆଜି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଭାରତୀୟ ହକି ଦଳ । ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଭାରତୀୟ ଟିମ୍ କୁ ଶୁଭେଚ୍ଛା ଜଣାଇଥିଲେ । ଦେଶ ପାଇଁ ଗୌରବର ମୁହୁର୍ତ୍ତରେ ସେମାନଙ୍କ ଖୁସିକୁ ସେୟାର କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାରତୀୟ ଟିମ୍ ସଦସ୍ୟଙ୍କ ସହ ଭିଡିଓ ବାର୍ତ୍ତଳାପ କରି ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ ।

ଓଡ଼ିଶାର ଦୁଇ ଖେଳାଳୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ଯୋଡି ହୋଇଥିଲେ । ଅମିତ ଓ ବୀରେନ୍ଦ୍ରଙ୍କ ବାପା ଓ ମା’ ଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ ସେମାନଙ୍କ ପୁଅ ପାଇଁ ରାଜ୍ୟ ଗର୍ବିତ ବୋଲି କହିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Previous Post

୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ଭାରତ ଚମକିଲା

Next Post

୧୬ ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

Next Post
୧୬ ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

୧୬ ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA