Saturday, February 21, 2026 03:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଜିଲ୍ଲାପାଳଙ୍କୁ ଦଣ୍ଡ ନା ପୁରସ୍କାର !

ମାଲକାନଗିରିରୁ ଭୁବନେଶ୍ୱରକୁ ବଦଳି

by Our Correspondent
17 Nov, 2020- 08:15 AM
in Crime, Latest News, News
1 min read
0
ଜିଲ୍ଲାପାଳଙ୍କୁ ଦଣ୍ଡ ନା ପୁରସ୍କାର !

ଭୁୁବନେଶ୍ୱର: ନିଜର ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍ ଙ୍କୁ ରାଜ୍ୟ ସରକାର ସେଠାରୁ ହଟାଇ ଭୁବନେଶ୍ୱର ସଚିବାଳୟକୁ ବଦଳି କରିଛନ୍ତି । ମନୀଷଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଉପଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେଠାରେ ଥିବା ୱାଇ ବିଜୟଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ଶ୍ରୀ ଅଗ୍ରୱାଲ୍ ସଙ୍ଗୀନ ମାମଲାରେ ଛନ୍ଦି ହୋଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଓ ୩୪ ଧାରାରେ ମାମଲା ରୁଜୁ କରାଯାଇଛି । ଏହି ସଙ୍ଗୀନ ଦଫା କହୁଛି, ଜିଲ୍ଲାପାଳ ତାଙ୍କର ବ୍ୟକ୍ତିଗତ ସହାୟକଙ୍କୁ ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । ସାକ୍ଷ୍ୟପ୍ରମାଣ ନଷ୍ଟ କରିଛନ୍ତି । ପ୍ରକୃତରେ ସେ ଦୋଷୀ ନା ନିଦେ୍ର୍ଦାଷ କୋର୍ଟ ଏହାର ବିଚାର କରିବେ । କିନ୍ତୁ ସେ ପର୍ଯ୍ୟନ୍ତ ଜିଲ୍ଲାପାଳ ଏହି ମାମଲାରେ ଅଭିଯୁକ୍ତ ।

ଗତବର୍ଷ ଡିସେମ୍ବରରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ । ପୁଲିସ ତାଙ୍କୁ ଖୋଜାଖୋଜି କଲାପରେ ନ ମିଳିବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ତେବେ ଡିସେମ୍ବର ୨୮ ତାରିଖରେ ତାଙ୍କ ଶବ ମାଲକାନଗିରି ସତୀଗୁଡ଼ା ଡ୍ୟାମ୍ ରୁ ଉଦ୍ଧାର କରାଯାଇଥିଲା । ଦେବନାରାୟଣଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପତ୍ନୀ ଅଭିଯୋଗ ଆଣିଥିଲେ । ଏଥିରେ ଖୋଦ୍ ଜିଲ୍ଲାପାଳ ଓ ଅନ୍ୟ ତିନି କର୍ମଚାରୀ ସଂପୃକ୍ତ ବୋଲି ସେ ସିଧାସଳଖ ଅଭିଯୋଗ ଆଣି ସ୍ଥାନୀୟ ଏସଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୀର୍ଘ ୧୧ ମାସ ପରେ କୋର୍ଟ ଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଜିଲ୍ଲାପାଳ ଓ ୩ କର୍ମଚାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି ।

ତେବେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତ ଜିଲ୍ଲାପାଳଙ୍କୁ ସରକାର ମାଲକାନଗିରିରୁ ବଦଳି କରି ଭୁବନେଶ୍ୱର ସଚିବାଳୟରେ ଅବସ୍ଥାପିତ କରିବା ଭୃକୁଞ୍ଚନ ସୃଷ୍ଟି କରିଛି । ଏହା ଦଣ୍ଡ ନା ପୁରସ୍କାର ବୋଲି ପ୍ରଶ୍ନ ଉଠିଛି । ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି ସମାନ ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳଙ୍କୁ ଚାକିରିରୁ ସସପେଣ୍ଡ କରିବା ବଦଳରେ ଭୁବନେଶ୍ୱରକୁ ବଦଳି କରି ଆଣିବା ତାଙ୍କ ପାଇଁ ପୁରସ୍କାର ବୋଲି ବିଜେପି ଓ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି । ଶ୍ରୀ ଅଗ୍ରୱାଲ୍ ଙ୍କୁ ଚାକିରିରୁ ବିଦା କରି ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି ।

Previous Post

୭୮୮ କର୍ମଚାରୀଙ୍କ ଅବୈଧ ନିଯୁକ୍ତିକୁ ୨୨ ବର୍ଷ

Next Post

ବାଚାଳ ଭଦ୍ରମହିଳା! ନେତାଙ୍କୁ ବଡ କରି ମହାପ୍ରଭୁଙ୍କୁ ତଳେ ପକାଇଲେ

Next Post
ବାଚାଳ ଭଦ୍ରମହିଳା! ନେତାଙ୍କୁ ବଡ କରି ମହାପ୍ରଭୁଙ୍କୁ ତଳେ ପକାଇଲେ

ବାଚାଳ ଭଦ୍ରମହିଳା! ନେତାଙ୍କୁ ବଡ କରି ମହାପ୍ରଭୁଙ୍କୁ ତଳେ ପକାଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA