ଭୁୁବନେଶ୍ୱର: ଭେଟେରାନ୍ ମିହିର ଦାସଙ୍କ ବିୟୋଗ ଓଡ଼ିଆ ସିନେ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଆରପାରିକୁ ଚାଲିଯାଇଥିବା ଏହି ମହାନ୍ ପ୍ରତିଭାଙ୍କୁ କେବଳ କଳାଜଗତ ନୁହେଁ, ସମଗ୍ର ରାଜ୍ୟବାସୀ ଝୁରି ହେଉଛନ୍ତି । ତାଙ୍କ ଅଭିନୟର ଛାପ ଗୁଡ଼ିକୁ ସ୍ମୃତିରେ ସାଇତିବା ବେଳେ ଗୁମୁରି ଗୁମୁରି କାନ୍ଦୁଛନ୍ତି ମିହିର ପ୍ରେମୀ କଳାକାର ଏବଂ ଅଜସ୍ର ଦର୍ଶକ । ତେବେ ଏହି ଶ୍ରେଷ୍ଠ କଳାକାରଙ୍କ ଶ୍ରେଷ୍ଠ କୃତୀ ଯେ ଅଲୋଡ଼ା ତାହା ସହଜରେ ବିଶ୍ୱାସ କରିହେଉନାହିଁ । ମାତ୍ର ତାହା ହିଁ ସତ୍ୟ ।








