Wednesday, March 4, 2026 08:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୋଟିଏ ଟଙ୍କାର ସୁନାକଳସ ଦାନ

ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

by Our Correspondent
23 Jan, 2023- 03:18 PM
in Latest News, News
1 min read
0
କୋଟିଏ ଟଙ୍କାର ସୁନାକଳସ ଦାନ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅମାପ ସମ୍ପତ୍ତି ବିଷୟରେ ସମସ୍ତଙ୍କୁ ଜଣା । ଏତେ ସମ୍ପତ୍ତି ଯେ ବିଧାୟକଙ୍କୁ କିଣି ମୁଖ୍ୟମନ୍ତ୍ରୀ ହୋଇଯିବାର ସାମର୍ଥ୍ୟ ରଖିଥିବା ତାଙ୍କ ସମର୍ଥକମହଲ ବିଶ୍ୱାସ କରନ୍ତି । ତେବେ ସେ ଯାହା ହେଉ, ଏବେ ତାଙ୍କୁ ନେଇ ଏକ ରୋଚକ ଖବର ଆସିଛି । ମହାରାଷ୍ଟ୍ରର ଶିଙ୍ଗନାପୁର ମନ୍ଦିରକୁ ଯାଇ ଶନି ଅଭିଷେକ କରିବା ସହ ୧ କେଜି ୭୦୦ ଗ୍ରାମର ସୁନା ଓ ୫ କେଜି ରୂପାରେ ନିର୍ମିତ କଳସ ଦାନ କରିଛନ୍ତି । ଯାହାର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲା ଅନ୍ତର୍ଗତ ଶନି ଶିଙ୍ଗନାପୁରରେ ଥିବା ଭଗବାନ ଶନିଙ୍କ ପୀଠରେ ଗତ ଶନିବାର ଅମାବାସ୍ୟା ଦିନ ଶନିଦେବଙ୍କ ପାଦ ତଳେ ଜଣେ ଓଡ଼ିଆ ଭକ୍ତ ଏହି ସୁନାକଳସ ଦାନ କରିଛନ୍ତି । ନାମ ଗୋପନ ରଖିବାକୁ ମନ୍ଦିର ପ୍ରଶାସନକୁ ସେ ଅନୁରୋଧ କରିଥିଲେ । ତେଣୁ ମନ୍ଦିର ପ୍ରଶାସନ ଏହି ନାମକୁ ସାର୍ବଜନୀନ କରିନାହାନ୍ତି । ତେବେ ବାହାରକୁ ଆସିଥିବା କିଛି ଫଟୋ ଓ ଏକ ଭିଡିଓ କ୍ଲିପ୍ ମନ୍ତ୍ରୀ ନବ ଦାସଙ୍କୁ ଧରା ପକାଇ ଦେଇଛି ।

ଏହି ଫଟୋ ଓ ଭିଡିଓରେ ନବ ଦାସ, ତାଙ୍କ ପତ୍ନୀ ଏବଂ ଝିଅ ଶନିଦେବଙ୍କ ପାଖରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି । କଳା ଧୋତି ଗାମୁଛା ପରିହିତ ନବ ବାବୁ ଶନିଦେବଙ୍କ ପାଦ ତଳେ ସୁନାର କଳସ ଅର୍ପଣ କରୁଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓରୁ ସୁନା କଳସ ଦାନ କରିଥିବା ବ୍ୟକ୍ତିଜଣଙ୍କ ମନ୍ତ୍ରୀ ନବ ଦାସ ବୋଲି ବୁଝାପଡୁଛି । ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ଏ ବାବଦରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ପୌଷ ମାସ ଶନିବାରରେ ପଡ଼ିଥିବା ପୌଷ ଶନି ଅମାବାସ୍ୟା ଏକ ଦୁର୍ଲ୍ଲଭ ଦିନ ବୋଲି ଭକ୍ତମାନଙ୍କର ବିଶ୍ୱାସ । ଏହି ଦିନରେ ପ୍ରଭୁଙ୍କ ଶନିଙ୍କ ଦର୍ଶନ ପାଇଁ ଶିଙ୍ଗନାପୁରକୁ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ସଂଧ୍ୟା ଆଳତୀ ସମୟରେ ଶନିଦେବଙ୍କ ନିକଟରେ ରୀତିନୀତି ଅନୁଯାୟୀ ସୁନା କଳସ ଅର୍ପଣ କରାଯାଇଥିଲା । କଳସରେ ଶ୍ରୀ ଶନେଶ୍ୱରାୟ ନମଃ ଉଲ୍ଲେଖ ରହିବା ସହ ଶନିଦେବଙ୍କ ମନ୍ତ୍ର ଖୋଦିତ ହୋଇଛି । ଏ ପର୍ଯ୍ୟନ୍ତ ଏହି ମନ୍ଦିରକୁ ମିଳିଥିବା ସବୁଠୁ ବଡ଼ ଦାନ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସ କୋଭିଡ୍ କାଳରେ ଏକାକାଳୀନ ୮୦ଟି ଟ୍ରକ୍ କିଣି ଚର୍ଚ୍ଚାକୁ ଆସିଥିଲେ । ତେବେ ସୁନା କଳସ ଦାନ ନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।

 

Previous Post

ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

Next Post

ଦୁଇ ଦିବ୍ୟାଙ୍ଗଙ୍କ ଜୀବନ କାହାଣୀ…

Next Post
ଦୁଇ ଦିବ୍ୟାଙ୍ଗଙ୍କ ଜୀବନ କାହାଣୀ…

ଦୁଇ ଦିବ୍ୟାଙ୍ଗଙ୍କ ଜୀବନ କାହାଣୀ...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA