Tuesday, February 17, 2026 03:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦିଲ୍ଲୀରୁ ଆଣିବା ସମ୍ଭବ ହେଲା ସୂର୍ଯ୍ୟକାନ୍ତଙ୍କ ପାର୍ଥିବ ଶରୀର

'ଓଡ଼ିଶା-ମୋ ପରିବାର' ସହଯୋଗକୁ ପ୍ରଶଂସା

by Our Correspondent
19 Dec, 2020- 09:45 PM
in Latest News, News
1 min read
0
ଦିଲ୍ଲୀରୁ ଆଣିବା ସମ୍ଭବ ହେଲା ସୂର୍ଯ୍ୟକାନ୍ତଙ୍କ ପାର୍ଥିବ ଶରୀର

ଭୁୁବନେଶ୍ୱର: ରାଜ୍ୟ ଓ ରାଜ୍ୟ ବାହାରେ ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆଙ୍କ ପାଖରେ ପହଞ୍ଚି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଉଥିବା ‘ଓଡ଼ିଶା-ମୋ ପରିବାର’ ର ଅଭିଯାନରେ ଆଉ ଏକ ମାନବିକତାର କାହାଣୀ ଯୋଡି ହୋଇଛି । ଦିଲ୍ଲୀ ଏମସ୍ ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣେ ଓଡ଼ିଆ ମେଧାବୀ ଛାତ୍ରଙ୍କ ମରଶରୀର ଜନ୍ମମାଟିକୁ ଫେରାଇ ଆଣିବା ପରିବାର ପକ୍ଷେ ଅସମ୍ଭବ ଥିଲା ବେଳେ ‘ଓଡିଶା-ମୋ ପରିବାର’ ସହଯୋଗରେ ତାହା ସମ୍ଭବ ହୋଇପାରିଛି । ଆଜି ଦିଲ୍ଲୀରୁ ମୃତ ଛାତ୍ରଙ୍କ ଶରୀର ବିମାନରେ ଅଣାଗଲା ପରେ ଜନ୍ମମାଟି ଜଗତସିଂହପୁର ଜିଲ୍ଲାରେ ସତ୍କାର କରାଯାଇଛି ।

ଏମସ୍ ରେ ପ୍ରାଣ ହରାଇଥିବା ଏହି ମେଧାବୀ ଛାତ୍ରଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ଗ୍ରାମର ୨୫ ବର୍ଷୀୟ ସୂର୍ଯ୍ୟକାନ୍ତ ସ୍ୱାଇଁ । ହୃଦରୋଗରେ ଆକ୍ରାନ୍ତ ହୋଇ ଗତ ୧୪ ତାରିଖରେ ଭୁବନେଶ୍ୱର ଏମସ୍ ରେ ଭର୍ତ୍ତି ହୋଇଥିଲେ । ହେଲେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯିବାରୁ ଗତ ୧୬ ତାରିଖରେ ତାଙ୍କୁ ଦିଲ୍ଲୀ ଏମସ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଆର୍ଥିକ ଦୃଷ୍ଟିରୁ ସୂର୍ଯ୍ୟକାନ୍ତଙ୍କ ପାର୍ଥିବ ଶରୀର ଘରକୁ ଆଣିବା ତାଙ୍କ ପରିବାର ପକ୍ଷରେ ସମ୍ଭବ ନ ଥିଲା । ଅସହାୟ ସୂର୍ଯ୍ୟକାନ୍ତଙ୍କ ଭାଇ ଦିଲ୍ଲୀସ୍ଥିତ ଓଡ଼ିଆ ମହାମଞ୍ଚର ମୁଖ୍ୟ ଗୋବର୍ଦ୍ଧନ ଧଳଙ୍କୁ ଯୋଗାଯୋଗ କରି ସାହାଯ୍ୟ ଲୋଡିଥିଲେ । ଶ୍ରୀ ଧଳ ତୁରନ୍ତ ‘ଓଡ଼ିଶା-ମୋ ପରିବାର’ କୁ ଏହା ଅବଗତ କରାଇଥିଲେ । ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ଫେରାଇ ଆଣିବାକୁ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତାର ବ୍ୟବସ୍ଥା କରାଯାଇଥିଲା । ‘ଓଡ଼ିଶା-ମୋ ପରିବାର’ ସମେତ ଓଡ଼ିଆ ମହାମଞ୍ଚର ମୁଖ୍ୟ ଶ୍ରୀ ଧଳ ଓ ମନୋଜ ନାୟକଙ୍କ ମିଳିତ ଉଦ୍ୟମରେ ବିମାନରେ ଆସିଥିବା ଶବ ଆଜି ସକାଳ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିଥିଲା ।

‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ନିଜେ ବିମାନବନ୍ଦରରେ ଉପସ୍ଥିତ ରହି ପାର୍ଥିବ ଶରୀର ଗ୍ରହଣ କରିବା ପରେ ତାଙ୍କ ଜନ୍ମମାଟିକୁ ପଠାଇବାର ବନ୍ଦୋବସ୍ତ କରିଥିଲେ । ଏହି ମହତ୍ କାର୍ଯ୍ୟ ଲାଗି ମୃତକଙ୍କ ପରିବାରବର୍ଗ ‘ଓଡ଼ିଶା-ମୋ ପରିବାର’ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Previous Post

ପୁରୀ ଐତିହ୍ୟ କରିଡରର କାର୍ଯ୍ୟ ସମୀକ୍ଷା

Next Post

ଭୁବନେଶ୍ୱରରେ ମୋଣ୍ଟେକାର୍ଲୋ ଦ୍ୱିତୀୟ ଏକ୍ସକ୍ଲୁସିଭ୍ ଷ୍ଟୋର୍

Next Post
ଭୁବନେଶ୍ୱରରେ ମୋଣ୍ଟେକାର୍ଲୋ ଦ୍ୱିତୀୟ ଏକ୍ସକ୍ଲୁସିଭ୍ ଷ୍ଟୋର୍

ଭୁବନେଶ୍ୱରରେ ମୋଣ୍ଟେକାର୍ଲୋ ଦ୍ୱିତୀୟ ଏକ୍ସକ୍ଲୁସିଭ୍ ଷ୍ଟୋର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA