Monday, February 23, 2026 10:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଉତ୍ସର୍ଗ

by Our Correspondent
04 Sep, 2022- 01:42 PM
in Latest News, News
1 min read
0
ନବୀନ ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ନୂଆଦିଲ୍ଲୀ/ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଲାଇଫଟାଇମ୍ ଆଚିଭମେଣ୍ଟ ବା ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ୍ ଭି ରମଣା ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଜଷ୍ଟିସ୍ ରମଣା ତାଙ୍କ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କର ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ, ଦେଶର ସେ ଜଣେ ବହୁଗୁଣ ସମ୍ପନ୍ନ ରାଜନେତା । ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିବାର ସୌଭାଗ୍ୟ ହାସଲ କରିଛନ୍ତି । କେବଳ ରାଜନେତା ନୁହଁନ୍ତି, ସେ ଜଣେ ଭଲ ଲେଖକ ମଧ୍ୟ । ସାହିତ୍ୟ ଓ ସଂସ୍କୃତି ଉପରେ ତାଙ୍କର ଗଭୀର ରୁଚି ରହିଛି । ତାଙ୍କର ଜନସେବାମୂଳକ କାର୍ଯ୍ୟକ୍ରମ ପ୍ରଶଂସନୀୟ ।

ଗଣତନ୍ତ୍ରର ସୁରକ୍ଷା ପାଇଁ ନବୀନଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଜଷ୍ଟିସ୍ ରମଣା କହିଥିଲେ, କିଛି ମାସ ତଳେ ଅନୁଷ୍ଠିତ ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀରେ ନବୀନ ତାଙ୍କ ଅସୁସ୍ଥତା ସତ୍ତ୍ୱେ ଦୀର୍ଘ ସମୟ ଧରି ଉପସ୍ଥିତ ଥିଲେ । ବିଚାର ବିଭାଗର ଦୃଢ଼ୀକରଣ ପାଇଁ ଯାହା ଆବଶ୍ୟକ ସେଥିରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଉତ୍ସବରେ ଅଧ୍ୟକ୍ଷତା କରି ଜଷ୍ଟିସ୍ ଏ.କେ.ପଟ୍ଟନାୟକ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନକୁ ଏକ ମଡେଲ୍ ଭାବେ ଅଭିହିତ କରିଥିଲେ । ମହିଳା ସଶକ୍ତୀକରଣଠାରୁ ଆରମ୍ଭ କରି ଖାଦ୍ୟ ଉତ୍ପାଦନ, କାଳିଆ ଯୋଜନା, ଟ୍ୟାପ୍ ଯୋଗେ ସମସ୍ତଙ୍କୁ ପିଇବା ପାଣି, ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାରେ ଲୋକମାନେ କିଭଳି ଉପକୃତ ହେଉଛନ୍ତି ତାହା ସେ ନିଜେ ଓଡ଼ିଶା ବୁଲି ଦେଖିଛନ୍ତି ବୋଲି କହିଥିଲେ । ନବୀନଙ୍କ ସରଳତା, ବିଶ୍ୱନୀୟତା ଓ ଲୋକପ୍ରିୟତା ତାଙ୍କୁ ରାଜନୀତିର ଶୀର୍ଷରେ ରଖିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

ସ୍ୱାଗତ ଭାଷଣରେ ଜଷ୍ଟିସ୍ ପଟ୍ଟନାୟକ କହିଥିଲେ, ନବୀନ ପଟ୍ଟନାୟକ ଲାଜକୁଳା ସ୍ୱଭାବର । ପୁରସ୍କାର ପାଇଁ କେବେ ଲାଳାୟିତ ନୁହଁନ୍ତି । ରାଜ୍ୟବାସୀଙ୍କ ସମସ୍ୟା ସମାଧାନରେ ସେ ସବୁବେଳେ ବ୍ରତୀ ଥାଆନ୍ତି । ରାଜ୍ୟ ସ୍ୱାର୍ଥ ପାଇଁ ସଦାସର୍ବଦା ନିୟୋଜିତ ନବୀନ ବାବୁ ସମୟ ବାହାର କରି ଏହି ସମାରୋହରେ ଯୋଗଦେଇଥିବାରୁ କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।

ଏହି ପୁରସ୍କାର ପାଇଁ ନିଜକୁ ସମ୍ମାନିତ ମନେ କରୁଛି ବୋଲି ନବୀନ ତାଙ୍କ ଭାଷଣରେ କହିବା ସହ ସମ୍ମାନକୁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଉତ୍ସର୍ଗ କରୁଥିବା କହିଥିଲେ । ମହାପ୍ରଭୁ ଜଗନ୍ନାଥ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କ ଆର୍ଶୀବାଦ ତାଙ୍କ ଉପରେ ରହିଛି । ଏହା ତାଙ୍କୁ କାମ କରିବା ପାଇଁ ପ୍ରେରଣା ଦେଉଛି । ଦୀର୍ଘ ୨୨ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, ମିଶନ ଶକ୍ତିରେ ମହିଳାଙ୍କ ସଶକ୍ତିକରଣକୁ ନେଇ ମୁଁ ଗର୍ବିତ । ରାଜ୍ୟକୁ ୪ ଥର କୃଷି କର୍ମଣ ପୁରସ୍କାର ମିଳିଛି । ଚାଷୀଙ୍କ ଆୟକୁ ଦୁଇଗୁଣ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଶିଳ୍ପ ଓ ଆଲୁମିନିୟମ ନିର୍ମାଣରେ ଓଡ଼ିଶା ଆଗୁଆ । ଏଭଳି ଭାବେ ତାଙ୍କ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।

କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଦର୍ଶାଯାଇଛି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ରୂପାନ୍ତରଣ ଯାତ୍ରା ଆରମ୍ଭ ହୋଇଥିଲା ଓ ଦୁଇ ଦଶନ୍ଧିରେ ରାଜ୍ୟରେ ଦ୍ରୁତ ବିକାଶ ସମ୍ଭବ ହୋଇପାରିଛି । ନିଜର ସରଳତା, ଦରଦୀ ହୃଦୟ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିଛନ୍ତି । ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବାକୁ ଯୋଗ୍ୟତମ ବୋଲି ଆଜିର ସମାରୋହରେ ମତପ୍ରକାଶ ପାଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ପ୍ରଦାନ କରିବା ପରେ ଜଷ୍ଟିସ୍ ରମଣା ‘ଭାରତୀୟ ବିଚାର ବ୍ୟବସ୍ଥାରେ ମୋର ଅନୁଭୂତି’ ଶୀର୍ଷକ ବକ୍ତୃତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜଷ୍ଟିସ୍ ଏ.କେ.ସୁକ୍ରି, ଡକ୍ଟର ବିନୋଦ ସେଟ୍ଟୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।

ସୂଚନାଥାଉକି, ୧୯୮୭ ମସିହାରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଚାରପତି, କୂଟନୀତିଜ୍ଞ, ସାମ୍ବାଦିକ ଓ ଶିକ୍ଷାବିତମାନଙ୍କ ମିଳିତ ଉଦ୍ୟମରେ ‘କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି’ ଗଠନ କରାଯାଇଥିଲା । ପୂର୍ବରୁ ସୋସାଇଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.ଗୁଜୁରାଲ୍, ବରିଷ୍ଠ ଆଇନଜୀବୀ ରାମ ଜେଠମାଲିନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି ।

“ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଦିଲ୍ଲୀଠାରୁ ଓଡ଼ିଶା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଭବନ ଯିବାର କାର୍ଯ୍ୟକ୍ରମ ଅଛି । ସେଠାରେ ପ୍ରବାସୀ ଓଡ଼ିଆ ତଥା ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,
ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଏହାର ଆୟୋଜନ ହୋଇଛି । ବିଜେଡ଼ି ଯୁବ ଓ ଛାତ୍ର ସଂଗଠନର ବହୁ କର୍ମକର୍ତ୍ତା ସେଠାକୁ ଯାଇଛନ୍ତି । ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଲା ପରେ ତାଙ୍କ ପାଇଁ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି ।

Previous Post

ହତ୍ୟା ଅଭିଯୋଗ ଆଣିଲେ ମା, ଭାଇ

Next Post

ସଫଳ କାହାଣୀର ନାୟକ ନବୀନ

Next Post
ସଫଳ କାହାଣୀର ନାୟକ ନବୀନ

ସଫଳ କାହାଣୀର ନାୟକ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA