Monday, February 16, 2026 09:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି ପ୍ରତିଷ୍ଠା ଦିବସ: ନବୀନଙ୍କ ଫୋକସ୍ ରେ ‘ମହିଳା’

'ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ'

by Our Correspondent
26 Dec, 2020- 02:05 PM
in Latest News, News, Politics
1 min read
0
ବିଜେଡ଼ି ପ୍ରତିଷ୍ଠା ଦିବସ: ନବୀନଙ୍କ ଫୋକସ୍ ରେ ‘ମହିଳା’

ଭୁବନେଶ୍ୱର: ବିଜୁ ଜନତା ଦଳର ଫୋକସ୍ ରେ ମହିଳା । ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସରେ ମହିଳାମାନଙ୍କ ବିକାଶ ଉପରେ ପ୍ରାଥମିକତା ଦେଇଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି , ମା’ ମାନେ ହେଉଛନ୍ତି ସମାଜ ଚକର ଅଖ । ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ିପାରିବ ନାହିଁ । ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡ଼ିଶା ଗଠନ କରିପାରିବ । ଏ ଦିଗରେ ବିଜୁ ଜନତା ଜନତା ଦଳ ସବୁବେଳେ ଆଗରେ ରହିଛି ଏବଂ ରହିବ । ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଏବଂ ଜାତୀୟସ୍ତରରେ ଲଢ଼େଇ ଜାରି ରହିବ। 

ଆଜି ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ମୁଁ ସବୁବେଳେ କହିଆସିଛି । ୧୯୯୨ ରେ ବିଜୁବାବୁ ମହିଳାମାନଙ୍କ ପାଇଁ ପଞ୍ଚାୟତ, ପୌରସଂସ୍ଥା ଏବଂ ସରକାରୀ ଚାକିରୀରେ ୩୩% ସ୍ଥାନ ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ । ବିଜୁବାବୁଙ୍କ ଆଦର୍ଶରେ ଚାଲିଥିବା ଆମ ସରକାର ପଞ୍ଚାୟତ ଓ ପୌରସଂସ୍ଥାମାନଙ୍କରେ ମା ମାନଙ୍କ ପାଇଁ ୫୦% ସଂରକ୍ଷଣ କରିଛନ୍ତି । କେବଳ ସେତିକି ନୁହେଁ, ପାର୍ଲିଆମେଣ୍ଟ ଓ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ବିଜେଡ଼ି ଲଢ଼େଇ କରୁଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ବିଜେଡ଼ି ଦେଶର ଏକମାତ୍ର ଦଳ ଯିଏ କି ୨୦୧୯ ସାଧାରଣ ନିର୍ବାଚନରେ ୩୩% ମହିଳାଙ୍କୁ ଟିକେଟ ଦେଇଥିଲା ।

ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ଦଳକୁ କଟାକ୍ଷ କରିଛନ୍ତି ନବୀନ । ନିର୍ବାଚନ ଆସିଲେ ଜାତୀୟ ଦଳମାନେ ସେମାନଙ୍କ ଇସ୍ତାହାରରେ ମହିଳା ସଂରକ୍ଷଣ ବିଷୟରେ ବଡ଼ ବଡ଼ କଥା କହୁଛନ୍ତି । କିନ୍ତୁ ନିର୍ବାଚନ ସରିଗଲେ ଆରାମରେ ସେକଥା ଭୁଲିଯାଉଛନ୍ତି । ତେବେ ଆମର ଅଦେ୍ର୍ଧକ ଜନସଂଖ୍ୟାକୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିପାରିବା ନାହିଁ । ରାଜନୀତିରେ ସେମାନଙ୍କୁ ନ୍ୟାଯ୍ୟ ଅଧିକାର ଓ ସ୍ଥାନ ମିଳିବା ଅପରିହାର୍ଯ୍ୟ । ବିଜେଡ଼ି ଗୋଟେ ଆଞ୍ଚଳିକ ଦଳ ହେଲେ ମଧ୍ୟ ପାର୍ଲିଆମେଣ୍ଟ ଓ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବାକୁ ତା’ର ସ୍ୱରକୁ ଆହୁରି ଜୋରଦାର କରିବ ।

ବିଜେଡ଼ି ଏବେଠାରୁ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାର ପ୍ରତି ଅଧିବେଶନରେ ମହିଳା ସଂରକ୍ଷଣ ବିଷୟ ଜାତୀୟ ଦଳମାନଙ୍କୁ ମନେ ପକାଇଦେବ । ପ୍ରତ୍ୟେକ ସ୍ତରରେ ଏ ବିଷୟ ଉଠାଯିବ । ଭାରତର ସବୁ ମହିଳାଙ୍କ ନିକଟରେ ଏ ଆହ୍ୱାନ ପହଞ୍ଚାଯିବ । ଗାଁ ଗାଁରେ ଘରେ ଘରେ ମା ମାନଙ୍କୁ ସଚେତନ କରାଯିବ । ଏହାକୁ ଏକ ଆନ୍ଦୋଳନର ରୂପ ଦେବୁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଲକ୍ଷ୍ମୀପୁରାଣର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମାଜରେ ନାରୀର ଗୁରୁତ୍ୱ କେତେ ତାହା ଆମ ଲକ୍ଷ୍ମୀପୁରାଣରେ କୁହାଯାଇଛି । ନିଜେ ମହାପ୍ରଭୁ ମଧ୍ୟ ଏହା ସ୍ୱୀକାର କରିଛନ୍ତି । ଆମ ଓଡ଼ିଶାରେ ୮୦ ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହେଲେଣି । ସେମାନେ ବିଭିନ୍ନ କ୍ଷେତ୍ରରେ ଯେପରି ଦକ୍ଷତାର ସହ ସେମାନଙ୍କ ଦାୟିତ୍ୱ ତୁଲାଉଛନ୍ତି ନ ଦେଖିଲେ ବିଶ୍ୱାସ କରିହେବ ନାହିଁ ।

ମହିଳାମାନଙ୍କ ସଶକ୍ତିକରଣ ହେଉଛି ଦେଶର ସଶକ୍ତିକରଣ । ମହିଳାଙ୍କ ସଶକ୍ତ ବିନା କୌଣସି ଘର, ସମାଜ, ରାଜ୍ୟ କି ଦେଶ ଆଗେଇ ପାରିବ ନାହିଁ । ଆମକୁ ଯଦି ବିଶ୍ୱର ଆଗୁଆ ଦେଶମାନଙ୍କ ସହ ପ୍ରତିଯୋଗିତା କରିବାକୁ ପଡ଼େ ତେବେ ଆମକୁ ଆମ ମା ମାନଙ୍କୁ ସେମାନଙ୍କ ହକ୍ ଦେବାକୁ ପଡ଼ିବ । ଏ ଦିଗରେ ବିଜୁ ଜନତା ଦଳ ସବୁବେଳେ ଆଗରେ ରହିଛି ଏବଂ ରହିବ ।

ବିଜୁବାବୁଙ୍କ ଆଦର୍ଶରେ ଗଠିତ ତଥା ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ଦଳ ବିଜେଡ଼ି ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀଙ୍କ ପରିଶ୍ରମ ଯୋଗୁଁ, ଆଜି ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ସାମାଜିକ ଆନ୍ଦୋଳନର ଆତ୍ମା ହେଉଛନ୍ତି ଆମର ମା ମାନେ । ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡ଼ିଶା ଗଠନ କରିପାରିବ । ତେଣୁ ଆମ ସମାଜ ଓ ରାଜ୍ୟ ପାଇଁ ମା ମାନେ ଚାହୁଁଥିବା ପରିବର୍ତ୍ତନକୁ ସାକାର କରିବା ପାଇଁ ଏହି ସାମାଜିକ ଆନ୍ଦୋଳନରେ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ମା ମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ବିଜେଡ଼ି ଉଭୟ ରାଜ୍ୟ ଏବଂ ଜାତୀୟସ୍ତରରେ ଲଢ଼େଇ ଜାରି ରଖିବ ବୋଲି ଘୋଷଣା କରିଛନ୍ତି ।

ନିଜ ସ୍ୱାର୍ଥ ନୁହେଁ, ରାଜ୍ୟ ସ୍ୱାର୍ଥ ଆଗ: ପ୍ରଣବ ପ୍ରକାଶ

ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ତାଙ୍କ ଭାଷଣରେ ରାଜ୍ୟର ବିକାଶ ଆଗକୁ ବଢ଼ାଇବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ର ସୁରକ୍ଷା ପାଇଁ କର୍ମୀମାନେ ନିରବଚ୍ଛିନ୍ନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କର ସବୁଠାରୁ ବଡ଼ ଶତ୍ରୁ ହେଉଛି ଦୁର୍ନୀତି । ଦୁର୍ନୀତିଠାରୁ କିଭଳି ଦୂରେଇ ରହିବାକୁ ହୁଏ, ତାହା ମୁଖ୍ୟମନ୍ତ୍ରୀ ନିଜର ସରଳ ଜୀବନଚର୍ଯ୍ୟାରେ ପ୍ରତିଫଳିତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏହାକୁ ଉତ୍ତରଦାୟିତ୍ୱ ଭାବେ ଗ୍ରହଣ କରି ଆଗକୁ ବଢ଼ାଇବାକୁ ପଡ଼ିବ ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ୱାର୍ଥହୀନ ଓ ତ୍ୟାଗର ମନ୍ତ୍ରକୁ ଆମେ ଜୀବନର ବ୍ରତ ଭାବେ ଗ୍ରହଣ କରିବାକୁ ପଡ଼ିବ । ନିକଟରେ ଅନୁଷ୍ଠିତ ଦଳର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀଙ୍କ ମତକୁ ଗୁରୁତ୍ୱ ଦେଇଛନ୍ତି । ଦଳର ପ୍ରସ୍ତାବକୁ ସରକାରୀସ୍ତରରେ କାର୍ଯ୍ୟକାରୀ କରିବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଓ ପ୍ରତିବଦ୍ଧତାକୁ ଆଗେଇ ନେବାକୁ ନେତା ଓ କର୍ମୀଙ୍କୁ ଆହ୍ୱାନ ଜଣାଇଥିଲେ ପ୍ରଣବ ପ୍ରକାଶ ।

ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସମାରୋହରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ସାଂସଦ, ଅମର ପଟ୍ଟନାୟକ, ଡ. ସସ୍ମିତ୍ ପାତ୍ର, ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ, ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ) ମାନସ ମଙ୍ଗରାଜ ପ୍ରମୁଖ ଭାଷଣ ଦେଇଥିଲେ ।

ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯାଇଛି ।

Previous Post

୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର

Next Post

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ: ଡିଜିପି

Next Post
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ: ଡିଜିପି

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ: ଡିଜିପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA