Tuesday, February 17, 2026 06:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାବାସୀ ହେଉଛନ୍ତି ଆମର ବସ୍: ମୁଖ୍ୟମନ୍ତ୍ରୀ

ଯୁବ ବିଜେଡ଼ି କାର୍ଯ୍ୟକାରିଣୀରେ ନବୀନ କହିଲେ ମନର କଥା

by Our Correspondent
18 Dec, 2020- 06:31 PM
in Latest News, News, Politics
1 min read
0
ଓଡ଼ିଶାବାସୀ ହେଉଛନ୍ତି ଆମର ବସ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର କଂଗ୍ରେସ ସରକାର ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ଚାଲୁଥିଲା । ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ୱର ନିର୍ଦ୍ଦେଶରେ କାମ କରୁଛନ୍ତି । ତେବେ ବିଜେଡ଼ି ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି । ଆମର ଦିଲ୍ଲୀରେ କେହି ବସ୍ ନାହାନ୍ତି । ଓଡ଼ିଶାବାସୀ ହେଉଛନ୍ତି ଆମର ବସ୍ । ଆମେ କେବଳ ଓଡ଼ିଶାବାସୀ ଓ ସେମାନଙ୍କ ଅଧିକାର ପାଇଁ କାମ କରୁଛୁ ।

ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ଏହି ମନ୍ତବ୍ୟ ରଖିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବଶକ୍ତି ହେଉଛି ରାଷ୍ଟ୍ରର ସବୁଠାରୁ ବଡ଼ ଶକ୍ତି । ତେଣୁ ଆପଣମାନଙ୍କ ଜରିଆରେ ଓଡ଼ିଶାର ଯୁବବନ୍ଧୁମାନଙ୍କୁ ମୋ ମନକଥା କହୁଛି କହି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଏହି ଅବସରରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ସ୍ୱତନ୍ତ୍ରତା ବର୍ଣ୍ଣନା କରି ଏହାର ସୁରକ୍ଷା ପାଇଁ ଦଳର ସଂକଳ୍ପ ଦୋହରାଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପିକୁ ତେର୍ଚ୍ଛାବାଣ ମାରି ଜାତୀୟ ଦଳର ଚରିତ୍ର ବଖାଣିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଲା ନିର୍ବାଚନ ଜିତିବା । କ୍ଷମତା ଅଧିକାର କରିବା ଏବଂ କେନ୍ଦ୍ରରେ ସରକାର ଗଢ଼ିବା । ଜତୀୟ ଦଳର ରାଜ୍ୟ ନେତୃତ୍ୱର ମୁଖ୍ୟ ଲକ୍ଷ୍ୟ ହେଲା, ଜାତୀୟ ନେତୃତ୍ୱକୁ ଖୁସି କରି ମନ୍ତ୍ରୀ ହେବା କି କିଛି ପଦପଦବୀ ପାଇବା । ଇତିହାସ କହୁଛି, ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି ମେନଷ୍ଟ୍ରିମିଂ ଏଜେଣ୍ଡା । କେବଳ ଏହା ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ । ଏଥିପାଇଁ ସେମାନଙ୍କର ଗୋଟିଏ ନୀତି ହେଉଛି ଗୋଟିଏ ଭାଷା-ହିନ୍ଦୀ ଏବଂ ଗୋଟିଏ ସଂସ୍କୃତି । ଏଥିରୁ ବଡ଼ ବଡ଼ ରାଜ୍ୟମାନେ ଲାଭବାନ ହୁଅନ୍ତି । ଜାତୀୟ ଦଳମାନେ ଜାତୀୟସ୍ତରରେ ନିଜ ସ୍ୱାର୍ଥ ପାଇଁ ରାଜ୍ୟମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ସହିତ ସାଲିସ୍ କରିଥାନ୍ତି ।

ମାତ୍ର ଆମ ପାଇଁ ଆମ ଭାଷା ଓଡ଼ିଆ, ହିନ୍ଦୀଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମ ପାଇଁ ମହାନଦୀ ଅନ୍ୟ ନଦୀଠାରୁ ଅଧିକ ପବିତ୍ର । ଆମ ପାଇଁ ଓଡ଼ିଶୀ ସଙ୍ଗୀତ ହେଉଛି ଶାସ୍ତ୍ରୀୟ ସଙ୍ଗୀତ । ଆମ ପାଇଁ କୋଶଳୀ ଓ ହୋ ଭାଷା ହେଉଛି ପ୍ରମୁଖ ଭାଷା । ଆମ ପାଇଁ ଆଦିବାସୀମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି । ଆମ ପାଇଁ ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ୱସ୍ତରୀୟ ।

କିନ୍ତୁ ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ । ଆମର ସ୍ୱତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳରେ ଥିବା ରାଜ୍ୟ ନେତାମାନଙ୍କର ସ୍ୱର ନାହିଁ । ଉଭୟ କଂଗ୍ରେସ ଓ ବିଜେପି ସେମାନଙ୍କ ମାନିଫାଷ୍ଟୋରେ ସ୍ପେଶାଲ୍ କାଟାଗୋରି ଷ୍ଟାଟସ୍ କୁ ଏକ ନମ୍ବରରେ ରଖିଥିଲେ । କିନ୍ତୁ ନିର୍ବାଚନ ପରେ ଏହି ଦାବିକୁ ସହଜରେ ଭୁଲିଗଲେ । ଓଡ଼ିଶାର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ବିଜେଡ଼ି ଲଢ଼େଇ ଜାରି ରଖିଛି ଏବଂ ଆଗକୁ ରହିବ । ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ବ୍ୟବହାର ବିଷୟ ସବୁବେଳେ ଉଠାଇବ । ଓଡ଼ିଶାର ସ୍ୱତନ୍ତ୍ର ପରିଚୟର ସୁରକ୍ଷା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସ୍ୱତନ୍ତ୍ର । ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ୱତନ୍ତ୍ର । ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମର ଜୀବନ ଧାରା । ମହାନଦୀ ଆମ ଜୀବନ ରେଖା । ମହାନଦୀର ପାଣି ପ୍ରତି ଓଡ଼ିଆଙ୍କ ଦେହରେ ଆଶିର୍ବାଦ ହୋଇ ବହିଚାଲିଛି । ଆମ ଓଡ଼ିଶା ପ୍ରଚୁର ଖଣିଜ ସମ୍ପଦରେ ଭରପୂର । ଆମର ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି । ଓଡ଼ିଶାର ଏହି ସ୍ୱତନ୍ତ୍ରତାର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷମାନେ ଅନେକ ତ୍ୟାଗ କରିଛନ୍ତି । ଆମ ପାଇଁ ଲଢ଼େଇ କରି ସ୍ୱତନ୍ତ୍ର ରାଜ୍ୟ ଦେଇଛନ୍ତି ।

ବିଜେଡ଼ି ଏକ ଆଞ୍ଚଳିକ ଦଳ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠନ ସମୟର ଆଶା ଓ ଆଦର୍ଶର ପ୍ରତୀକ ହୋଇଯାଇଛି । ମୋର ଏହି ବାର୍ତ୍ତା କେବଳ ଆପଣମାନଙ୍କ ପାଇଁ ନୁହେଁ । ଏହା ସାରା ଓଡ଼ିଶାର ଯୁବ ସମାଜ ପାଇଁ । ସାରା ଓଡ଼ିଶାର ଭବିଷ୍ୟତ ପୀଢ଼ି ପାଇଁ । ମୋ କଥା ଭଲ ଭାବରେ ମନେ ରଖନ୍ତୁ । କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡ଼ିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ । କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ । ନଚେତ୍, ଜାତୀୟ ଦଳମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ ।

ଯୁବ କର୍ମକର୍ତ୍ତାଙ୍କ ପାଇଁ ନବୀନ ନିବାସ ଦ୍ୱାର ଖୋଲିଲା

ଆଜି ଯୁବ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଏବଂ ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂରେ ଏଥିରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ୱାବଧାନରେ ଏହାର ଆୟୋଜନ ହୋଇଥିଲା । ନେତୃତ୍ୱ ନେଉଥିଲେ ଯୁବ ବିଜେଡ଼ି ସଭାପତି ବିଧାୟକ ବ୍ୟୋମକେଶ ରାୟ ଏବଂ ଯୁବ ବ୍ୟାପାର ଦାୟିତ୍ୱରେ ଥିବା ବିଧାୟକ ପ୍ରଣବ ବଳବନ୍ତରାୟ । ସମୁଦାୟ ୧୪୮ କାର୍ଯ୍ୟକର୍ତ୍ତା ଏଥିରେ ଯୋଗ ଦେଇଥିଲେ । କାର୍ଯ୍ୟକାରିଣୀ ଶେଷରେ ସମସ୍ତଙ୍କୁ ନବୀନ ନିବାସରେ ଭେଟିବାର ସୁଯୋଗ ଦେଇଥିଲେ ନବୀନ । କରୋନା ସମୟରେ ପ୍ରଥମ ଥର ପାଇଁ ଯୁବ ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ପାଇଁ ନବୀନ ନିବାସ ଦ୍ୱାର ଖୋଲିଥିଲା ।

Previous Post

କିଟ୍ କୁ କ୍ୟୁସିଆଇ-ଡିଏଲ୍‍ ଶାହ କ୍ୱାଲିଟି ପୁରସ୍କାର

Next Post

ପୁରୀ ଐତିହ୍ୟ କରିଡରର କାର୍ଯ୍ୟ ସମୀକ୍ଷା

Next Post
ପୁରୀ ଐତିହ୍ୟ କରିଡରର କାର୍ଯ୍ୟ ସମୀକ୍ଷା

ପୁରୀ ଐତିହ୍ୟ କରିଡରର କାର୍ଯ୍ୟ ସମୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA