Tuesday, February 17, 2026 08:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେନ୍ଦ୍ର ଅବହେଳା ବିରୋଧରେ ପୁଣି ଯୁଦ୍ଧ ଡାକରା

ବିଜେଡ଼ି କାର୍ଯ୍ୟକାରିଣୀ ବୈଠକରେ ୯ ପ୍ରସ୍ତାବ ପାରିତ

by Our Correspondent
20 Dec, 2020- 11:11 PM
in Latest News, News, Politics
1 min read
0
କେନ୍ଦ୍ର ଅବହେଳା ବିରୋଧରେ ପୁଣି ଯୁଦ୍ଧ ଡାକରା

ଭୁବନେଶ୍ୱର: କେନ୍ଦ୍ର ଅବହେଳା ପ୍ରସଙ୍ଗରେ ପୁଣି ସ୍ୱର ଉଠାଇବ ବିଜେଡ଼ି । ଦେଢ଼ବର୍ଷ ଧରି ରହି ଏ ପ୍ରସଙ୍ଗରେ ଏକ ପ୍ରକାର ନିରବ ରହିଥିବା ଦଳ ଏବେ ପୁଣିଥରେ ଯୁଦ୍ଧ ଡାକରା ଦେଇଛି । ଆଜି ଅନୁଷ୍ଠିତ ବିଜେଡ଼ି ନୂଆ ରାଜ୍ୟ କାର୍ଯ୍ୟକାରିଣୀର ପ୍ରଥମ ବୈଠକରେ ଏହା ମୁଖ୍ୟ ପ୍ରସଙ୍ଗ ହୋଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁଯାୟୀ ଏମଏସପି ଧାର୍ଯ୍ୟ ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଦଳ ନିଷ୍ପତ୍ତି ନେଇଛି ।

ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡ଼ି ହେଉଛି ଲୋକଙ୍କ ଦଳ, ଲୋକଙ୍କ ସେବାରେ ସମର୍ପିତ । ପ୍ରତିଦିନ ଲୋକଙ୍କ କାମ କରିବାକୁ କର୍ମକର୍ତ୍ତାଙ୍କୁ ନବୀନ ଆହ୍ୱାନ ଦେଇଥିଲେ ।

ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କ ସ୍ୱାଗତ ଭାଷଣରେ କହିଥିଲେ, ଦଳର ସଭ୍ୟ ସଂଖ୍ୟା ୧ କୋଟି ଟପିସାରିଛି । ତୃଣମୂଳସ୍ତରରେ ବିଜେଡ଼ିକୁ ଅଧିକ ସଂଗଠିତ କରାଯାଉଛି । ଦଳ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରତିଦିନ ସାଧାରଣ ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ଆଜି ମୁଣ୍ଡ ଟେକି ଛିଡ଼ା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଛବିକୁ କଦାପି ମଳିନ କରିବାକୁ ଦିଆଯିବ ନାହିଁ ଏବଂ ସାରା ରାଜ୍ୟରେ ବିଜେଡ଼ି ତଥା ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପହଞ୍ଚାଇବାକୁ ପ୍ରଣବ ସଂକଳ୍ପ ଦେଇଥିଲେ ।

ବୈଠକରେ ଦଳର ସମ୍ବିଧାନରେ କିଛି ସଂଶୋଧନ କରାଯାଇଥିଲା । ଦଳର କର୍ମକର୍ତ୍ତା ନିଯୁକ୍ତିରେ ସୀମାରେଖାକୁ ଉଠାଇ ଦିଆଯାଇଛି । ସଭାପତିଙ୍କ ଉପରେ ଏହାର ପୂର୍ଣ୍ଣ ସ୍ୱାଧୀନତା ଛଡ଼ାଯାଇଛି । ଏଥିସହ ୯ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି ।

କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ: କେନ୍ଦ୍ର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶର ବାଧକ । ଏସବୁ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଦିଗଦର୍ଶନ ପାଇଁ ରାଜ୍ୟର ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିଛି ଏବଂ ଆଗକୁ ଜାରି ରହିବ ।

ପ୍ରାକୃତିକ ଦୁର୍ବିପାକ: ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ରାଜ୍ୟକୁ ବାରମ୍ବାର ଆଘାତ ଦେଇଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏହାକୁ ସଠିକ ଭାବେ ମୁକାବିଲା କରିପାରିଛନ୍ତି । ତେବେ ଏ ଦିଗରେ କେନ୍ଦ୍ର ସରକାରଙ୍କ ଅବହେଳା ବରଦାସ୍ତ କରାଯିବ ନାହିଁ ।

କୃଷି ଓ କୃଷକଙ୍କୁ ଅଗ୍ରାଧିକାର: କୃଷି ଓ କୃଷକଙ୍କ ଅଗ୍ରାଧିକାର ତଥା ସାମଗ୍ରିକ ବିକାଶ ପାଇଁ ବିଜେଡ଼ି ସଦାସର୍ବଦା କାର୍ଯ୍ୟ କରି ଆସିଛି । ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁସାରେ ଏମଏସପି ପାଇଁ ଲଢ଼େଇ ଜାରି ରହିବ ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା: ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାଇଁ ସମ୍ପୂର୍ଣ୍ଣ ହକଦାର । କିନ୍ତୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ସତ୍ତ୍ୱେ ବାରମ୍ବାର ପ୍ରତାରଣା କରୁଛି । ତେଣୁ ଆଗକୁ କିଭଳି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବ ସେଥିପାଇଁ ଲଢ଼େଇ ଜାରି ରହିବ ।

ମହିଳା ସଶକ୍ତିକରଣ: ମହିଳାମାନଙ୍କୁ ସଶକ୍ତ କରିବା ଅଭିଯାନ ଜାରି ରହିବ । ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ୩୩% ସଂରକ୍ଷଣ ପାଇଁ ଦାବି ହୋଇଛି । ଏହି ସ୍ୱର ଆହୁରି ଶାଣିତ ହେବ ।

ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା: ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ଦଳ ସଂକଳ୍ପବଦ୍ଧ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦାବି ଜାରି ରହିବ ।

ଓଡ଼ିଶାର ବରପୁତ୍ରମାନଙ୍କ ଗାଁ ହେବ ଆଦର୍ଶ ଗ୍ରାମ: ଓଡ଼ିଶାର ବରପୁତ୍ରମାନଙ୍କ ଗାଁମାନଙ୍କୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗଙ୍କ ପୂର୍ଣ୍ଣ ସଶକ୍ତିକରଣ: ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପୂର୍ଣ୍ଣ ସଶକ୍ତିକରଣ ପାଇଁ ପ୍ରସ୍ତାବ ହୋଇଛି । ଦଳର ବିଭିନ୍ନ ସାମ୍ମୁଖ୍ୟ ତରଫରୁ ମଧ୍ୟ ସେମାନଙ୍କୁ ସଶକ୍ତ କରିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି ।

ପଛୁଆ ବର୍ଗର ବିକାଶ: ରାଜ୍ୟରେ କିଭଳି ପଛୁଆ ବର୍ଗଙ୍କ ବିକାଶ ହୋଇପାରିବ ସେଥିପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି ।

ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଆସନ୍ତାକାଲି ବିଜେଡ଼ି ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମୀର

କେନ୍ଦ୍ର ବିରୋଧରେ ସ୍ୱର ଉଠାଇଥିବା ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । କହିଛନ୍ତି, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ କେନ୍ଦ୍ର ପଦକ୍ଷେପ ନେଇଛି । ମାତ୍ର କେନ୍ଦ୍ରର ପ୍ରତିବଦ୍ଧତାକୁ ଭୁଲ ଦର୍ଶାଇବା ପାଇଁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମିଛ କହୁଛନ୍ତି ।

ଦୁଇ ଦଶନ୍ଧି ଧରି ଶାସନକ କରୁଥିଲେ ବି ରାଜ୍ୟର ବିକାଶ ହୋଇନି । ବରଂ ମୋଦି ସରକାରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଓ ଅନୁଦାନ ଦିଆଯାଇଛି । ସେଥିପାଇଁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଗୁରୁତ୍ୱ ରଖୁନାହିଁ ।

ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଓ ଅସ୍ମିତା କଥା କହୁଥିଲା ବେଳେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ୨୦ ବର୍ଷ ନେଲେ । ସତ୍ୟବାଦୀରେ ଭିତ୍ତିପ୍ରସ୍ତର ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ କେବେ ହେବ ଏବଂ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କେବେ ହେବ ବୋଲି ପ୍ରଶ୍ନ କରିଛନ୍ତି ସମୀର ।

Previous Post

ଧରାପଡିଲା ‘ପରୀ’ ହତ୍ୟାକାରୀ

Next Post

ଲୋକପ୍ରତିନିଧି, ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ

Next Post
ଲୋକପ୍ରତିନିଧି, ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ

ଲୋକପ୍ରତିନିଧି, ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA