Wednesday, February 18, 2026 08:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଥା ରଖିଲେ ମୁଖ୍ୟମନ୍ତ୍ରୀ: ଲିଙ୍ଗରାଜ ମନ୍ଦିର ପାଇଁ ହେଲା ସ୍ୱତନ୍ତ୍ର ଆଇନ

ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରୀ

by Our Correspondent
14 Dec, 2020- 06:49 PM
in Latest News, News
1 min read
0
କଥା ରଖିଲେ ମୁଖ୍ୟମନ୍ତ୍ରୀ: ଲିଙ୍ଗରାଜ ମନ୍ଦିର ପାଇଁ ହେଲା ସ୍ୱତନ୍ତ୍ର ଆଇନ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଢ଼ାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଅଧ୍ୟାଦେଶ ଜରିଆରେ ଏହି ନୂଆ ଆଇନର ବ୍ୟବସ୍ଥା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ଅଧ୍ୟାଦେଶକୁ ମଂଜୁର ମିଳିଛି ।

ଶ୍ରୀମନ୍ଦିର ପରିଚାଳନା ପାଇଁ ଯେଭଳି ବ୍ୟବସ୍ଥା ରହିଛି ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଅନୁରୂପ ବ୍ୟବସ୍ଥା ରହିବ । ପୂର୍ବରୁ ଦେବୋତ୍ତର ବିଭାଗ ଅଧିନରେ ଥିଲା ଲିଙ୍ଗରାଜ ମନ୍ଦିରର ପରିଚାଳନା ଦାୟିତ୍ୱ । ମାତ୍ର ଏବେ ସରକାରଙ୍କ ଦ୍ୱାରା ନିଯୁକ୍ତ ମନ୍ଦିର ପ୍ରଶାସକ ଏହାର ମୁଖ୍ୟ ଦାୟିତ୍ୱରେ ରହିବେ । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ୱ ଓ କ୍ଷମତା, ମନ୍ଦିର ସମ୍ପତ୍ତି ସୁରକ୍ଷା ଆଦି ବିସ୍ତୃତ ବ୍ୟବସ୍ଥା ରହିଛି । ଅଧ୍ୟାଦେଶ ଜରିଆରେ ଲାଗୁ ଏହି ଆଇନ ପରବର୍ତ୍ତୀ ସମୟରେ ବିଧାନସଭାର ସ୍ୱୀକୃତି ଲାଭ କରିବ ।

ସୂଚନାଯୋଗ୍ୟ, ଗତ ୨ ତାରିଖରେ ଏକାମ୍ରକ୍ଷେତ୍ରର ବିକାଶ କାର୍ଯ୍ୟ ଅନୁଧ୍ୟାନ କରିବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରିବାକୁ ମୁଖ୍ୟମନ୍ତ୍ରୀ କଥା ଦେଇଯାଇଥିଲେ । ତେବେ ବିଧାନସଭା ବନ୍ଦ ଥିବାରୁ ମାତ୍ର ୧୨ ଦିନ ମଧ୍ୟରେ ଏହାକୁ ଅଧ୍ୟାଦେଶ ବଳରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିଛନ୍ତି ।

ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ଅଧ୍ୟାଦେଶକୁ କ୍ୟାବିନେଟ୍ ମୋହର ମିଳିବା ପରେ ସମଗ୍ର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଥିବାରୁ ସେବାୟତମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ନୂଆ ଆଇନ ଫଳରେ ଲିଙ୍ଗରାଜ ମନ୍ଦିରରେ ପୂର୍ବ ତୁଳନାରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ । ସେବା ଶୃଙ୍ଖଳିତ ହେବ ଏବଂ ସେବାୟତଙ୍କ ରୋଜଗାର ବଢ଼ିବ ବୋଲି ସେମାନେ କହିଛନ୍ତି । ନିଷ୍ପତ୍ତିକୁ ସ୍ୱାଗତ କରି ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି ।

ପୁରୀ, ଯାଜପୁରରେ ମେଡିକାଲ୍ କଲେଜ

କ୍ୟାବିନେଟ୍ ରେ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୁରୀ ଓ ଯାଜପୁରରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ । ପୁରୀରେ ୨୨୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ୬୫୦ ସିଟ୍ ବିଶିଷ୍ଟ ମେଡିକାଲ୍ କଲେଜ ଏବଂ ଯାଜପୁରରେ ୪୨୬ କୋଟି ୫୧ ଲକ୍ଷ ୩୧ ହଜାର ଟଙ୍କା ଖର୍ଚ୍ଚରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ହେବ ।

ଉଭୟ ମେଡିକାଲ୍ କଲେଜ ଓ ଭିତ୍ତିିଭୂମି ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏଲ ଆଣ୍ଡ ଟି ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି ।

ମେଡିକାଲ୍ କଲେଜ ପ୍ରତିଷ୍ଠା ନିଷ୍ପତ୍ତ ଆସିଲା ପରେ ପୁରୀ ଓ ଯାଜପୁରରେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି । ଉଭୟ ସ୍ଥାନରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି ।

Previous Post

ନାବାଳିକା ଗଣଦୁଷ୍କର୍ମ: ଅଭିଯୁକ୍ତ ଓଟିଭିର ୪ କର୍ମଚାରୀ ଗିରଫ

Next Post

ଜାନୁଆରୀ ୨ରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସମ୍ମିଳନୀ

Next Post
ଜାନୁଆରୀ ୨ରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସମ୍ମିଳନୀ

ଜାନୁଆରୀ ୨ରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA