Monday, February 16, 2026 04:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଶୀତ କାକରରେ ପଡ଼ିଥିବା ମଣିଷଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ଉଦ୍ୟମ

ଭୁବନେଶ୍ୱର ଓ କଟକରେ 'ଓଡ଼ିଶା ମୋ ପରିବାର' ର ସ୍ୱତନ୍ତ୍ର ଅଭିଯାନ

by Our Correspondent
27 Dec, 2020- 10:59 PM
in News
1 min read
0

ଭୁବନେଶ୍ୱର: ଖୋଲା ଆକାଶ ତଳେ ପ୍ରବଳ ଶୀତ କାକରରେ ରାତି କାଟୁଥିବା ଗରିବ ଅସହାୟ ମଣିଷ ପାଖରେ ଛିଡ଼ା ହୋଇଛି ‘ଓଡ଼ିଶା ମୋ ପରିବାର’ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଏଥିପାଇଁ ଶନିବାର ରାତିରେ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା । ଟ୍ୱିନ୍ ସିଟିର ରାସ୍ତାକଡ଼, ଫୁଟପାଥ ଓ ରେଳଷ୍ଟେସନ୍ ରେ ଜୀବନ ସହ ଯୁଝୁଥିବା ଏହି ମଣିଷଙ୍କ କଷ୍ଟ ଲାଘବ କରି ମୁହଁରେ ହସ ଫୁଟାଇବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ଏହି ନିଆରା ଅଭିଯାନ ଜରିଆରେ ୨୦୦ରୁ ଅଧିକ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ଉପକୃତ କରାଯାଇପାରିଛି ।

ଶନିବାର ବିଳମ୍ବିତ ରାତିରେ ଉଭୟ ଭୁବନେଶ୍ୱର ଓ କଟକ ସହରରେ ଏକା ସମୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ନିଜେ ଏହାର ନେତୃତ୍ୱ ନେଇଥିଲେ । ଭୁବନେଶ୍ୱରର ରେଳଷ୍ଟେସନ୍, ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ରାଜମହଲ ଓଭରବ୍ରିଜ୍ ତଳେ ବିନା କମ୍ବଳରେ ଛୋଟ ପିଲାଙ୍କୁ ଧରି ରାତି କାଟୁଥିବା ମଣିଷଙ୍କ ପାଖରେ ପହଞ୍ଚି ସେମାନଙ୍କୁ କମ୍ବଳ ଓ ଶୀତବସ୍ତ୍ର ବଣ୍ଟନ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କ ସହ ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବନେତା ରୁଦ୍ର ସାମନ୍ତରାୟ, ବିରଞ୍ଚି ନାରାୟଣ ମହାସୁପକାର, ମୀରା ପରିଡ଼ା ପ୍ରମୁଖ ସାମିଲ ଥିଲେ ।

ସେହିଭଳି କଟକରେ ବାଦାମବାଡି ବସଷ୍ଟାଣ୍ଡ, ରେଳଷ୍ଟେସନ, କାଳୀ ମନ୍ଦିର ଏବଂ ସାଇମନ୍ଦିର ସାମ୍ନାରେ ଗରିବ ଅସହାୟଙ୍କ ପାଖରେ ପହଞ୍ଚି ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏବଂ ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ୱାଳ ଏହାର ନେତୃତ୍ୱ ନେଇଥିଲେ ।

ଏହି ମହତ୍ କାର୍ଯ୍ୟ ପାଇଁ ଓଡ଼ିଶା ମୋ ପରିବାର ଟିମ୍ ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ପ୍ରବଳ ଶୀତକୁ ଖାତିର ନ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ସେମାନେ ଅଭିଯାନରେ ନିଜକୁ ସାମିଲ କରିଥିଲେ ।

ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରହିବ । ଦୁର୍ଦ୍ଦଶାରେ ଜୀବନ କାଟୁଥିବା ଗରିବ ଓ ଅସହାୟ ମଣିଷଙ୍କ ପାଖରେ ଛିଡ଼ା ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ମୋ ପରିବାର ଟିମ୍ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ବୋଲି ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Previous Post

ସାମ୍ବାଦିକଙ୍କୁ ମାଡ଼: କଟା ଘା ରେ ଚୂନ ବୋଳିଲେ ବିଜେପି ନେତ୍ରୀ

Next Post

ସରକାରୀ ସ୍କୁଲ୍ ପିଲାଙ୍କ ପାଇଁ ଡାକ୍ତରୀ,ଇଂଜିନିୟରିଂରେ ସଂରକ୍ଷଣ

Next Post
ସରକାରୀ ସ୍କୁଲ୍ ପିଲାଙ୍କ ପାଇଁ ଡାକ୍ତରୀ,ଇଂଜିନିୟରିଂରେ ସଂରକ୍ଷଣ

ସରକାରୀ ସ୍କୁଲ୍ ପିଲାଙ୍କ ପାଇଁ ଡାକ୍ତରୀ,ଇଂଜିନିୟରିଂରେ ସଂରକ୍ଷଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA