Wednesday, February 18, 2026 03:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଜଘନ୍ୟ: ‘ପରୀ’କୁ ରେପ୍ ଆଣ୍ଡ ମର୍ଡର୍!

ଏସଆଇଟି ହେପାଜତରେ ହତ୍ୟାକାରୀ

by Our Correspondent
16 Dec, 2020- 07:38 PM
in Crime, Latest News, News
1 min read
0
ଜଘନ୍ୟ: ‘ପରୀ’କୁ ରେପ୍ ଆଣ୍ଡ ମର୍ଡର୍!

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ଗାଁର ୫ ବର୍ଷର କୁନିଝିଅ ‘ପରୀ’ମର୍ଡର ହେବା ପୂର୍ବରୁ ରେପ୍ ର ଶିକାର ହୋଇଥିଲା । ଏହି ଜଘନ୍ୟ କାଣ୍ଡ ଭିଆଇଥିବା ଅପରାଧୀ ପାଖରେ ପହଞ୍ଚିସାରିଛି କ୍ରାଇମବ୍ରାଞ୍ଚ ଏସଆଇଟି । ମାତ୍ର ୧୫ ଦିନର ଛାନଭିନ୍ ରେ ପରୀ ହତ୍ୟା ଘଟଣାର ପର୍ଦ୍ଦଫାସ୍ କରିବାରେ ସଫଳ ହୋଇଛନ୍ତି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ । ଆଜି ହାଇକୋର୍ଟରେ ଏସଆଇଟି ପକ୍ଷରୁ ଜଉମୁଦା ଲଫାପାରେ ଦାଖଲ ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ପରୀ ରେପ୍ ଆଣ୍ଡ୍ ମର୍ଡର୍ ର ଚାଞ୍ଚଲ୍ୟକର ତଥ୍ୟ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ କିଛି ତଦନ୍ତ ବାକି ଥିବାରୁ ଏହାକୁ ସାର୍ବଜନୀନ କରାଯାଇନାହିଁ ।

ସୂଚନା ଅନୁଯାୟୀ, ପରୀକୁ ରେପ୍ ଆଣ୍ଡ ମର୍ଡର କରିଥିବା ଏହି ନରରାକ୍ଷସ ସେହି ଯଦୁପୁର ଗାଁର । ତାର ବୟସ ୧୫ ରୁ ୨୫ ବର୍ଷ ବୋଲି କୁହାଯାଉଛି । ଏସଆଇଟି ମୁଖ୍ୟ ଶ୍ରୀ ବୋଥ୍ରା ସଂପୃକ୍ତ ଅପରାଧୀକୁ ଧରି ତାଠାରୁ ସବୁ ସତ ଓଗାଳିଛନ୍ତି । ଯେଉଁ ଆଖାରେ ପରୀର ଶବକୁ ପୂରେଇ ଫିଙ୍ଗାଯାଇଥିଲା ସେହି ଅଖା ପରୀକୁ ଦୁଷ୍କର୍ମ କରାଯାଇଥିବା ଜଣାଇ ଦେଇଥିଲା । ହତ୍ୟାକାରୀଠାରୁ ଅଧିକ ତଥ୍ୟ ଓଗାଳୁଛି ଏସଆଇଟି । ଏହି ଜଘନ୍ୟ କାଣ୍ଡ ପଛରେ ଆଉ କାହାରି ସଂପୃକ୍ତି ଅଛି ନା ନାହିଁ ତାହାର ଛାନଭିନ୍ କରାଯାଉଛି । ଖୁବ୍ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପୂରା ଘଟଣାର ପର୍ଦ୍ଦାଫାସ୍ କରିବେ ବୋଥ୍ରା ।

ନୟାଗଡ଼ଠାରୁ ମାତ୍ର ୩ କିମି ଦୂର ଯଦୁପୁର ଗାଁର ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ଜୁଲାଇ ୧୪ ତାରିଖ ମଧ୍ୟାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ଜୁଲାଇ ୨୩ ତାରିଖରେ ତାଙ୍କ ବାରିପଟ ପୋଖରୀ କୂଳରୁ ଅଖାରେ ବନ୍ଧା ହୋଇଥିବା ଏକ ଶବ ମିଳିଥିଲା । ଉକ୍ତ ଶବର ଶରୀରରେ ମାଂସ ନ ଥିଲା । କେବଳ ହାଡ଼ ଥିଲା । ଏହା ନିଖୋଜ ପରୀର ବୋଲି ଚିହ୍ନଟ ହୋଇଥିଲା । ନୟାଗଡ଼ ପୁଲିସ ଏହି ମାମଲାର ତଦନ୍ତ କରିଥିଲେ ମଧ୍ୟ ନିଜର ଅପରାଗତା ଦେଖାଇଥିଲା । ଉପର ଠାଉରିଆ ତଦନ୍ତ ଯୋଗୁଁ ଅପରାଧର ବିନ୍ଦୁ ବିସର୍ଗ ପାଇ ନ ଥିଲା ।

ପରୀ ହତ୍ୟାକାରୀକୁ ଧରିବାରେ ନୟାଗଡ଼ ପୁଲିସର ବିଫଳତା ଓ ଝିଅ ପାଇଁ ନ୍ୟାୟ ଭିକ୍ଷା କରି ନଭେମ୍ବର ୨୪ ତାରିଖରେ ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ ପରୀର ବାପା ଓ ମାଆ । ସ୍ଥାନୀୟ ବିଜେଡ଼ି ନେତା ବାବୁଲି ନାୟକକୁ ଅଭିଯୁକ୍ତ ବୋଲି ସେମାନେ ସିଧାସଳଖ ଅଭିଯୋଗ କରିଥିଲେ । ବିଧାନସଭା ଓ ବିଧାନସଭା ବାହାରେ ଏହାକୁ ନେଇ କମ୍ପନ ସୃଷ୍ଟି ହୋଇଥିଲା । ଅଭିଯୁକ୍ତକୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଧରି ବିଜେପି ଓ କଂଗ୍ରେସ ତମ୍ବି ତୋଫାନ ସୃଷ୍ଟି କରିଥିଲେ ।

ତେବେ ମାମଲାର ଗମ୍ଭୀରତାକୁ ବିଚାର କରି ରାଜ୍ୟ ସରକାର ନଭେମ୍ବର ୨୮ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଏସଆଇଟି ଟିମ୍ କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ । ଏହି ଟିମ୍ ରେ ଅଛନ୍ତି କ୍ରାଇମବ୍ରାଞ୍ଚ ଏସପି ଆର.କେ.ଦୋରା, ଏଏସପି ଆର.ସି.ଥମ୍ବ, ଇନସପେକ୍ଟର ନରେନ୍ଦ୍ର କୁମାର ବେହେରା ଏବଂ ଇନସପେକ୍ଟର ମମତାରାଣୀ ପଣ୍ଡା । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ନଭେମ୍ବର ୨୯ ତାରିଖରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲା ।

ଏସଆଇଟି ପ୍ରାଥମିକ ତଦନ୍ତ ରିପୋର୍ଟକୁ ବିଶ୍ୱାସ କରାଗଲେ ପରୀ ହତ୍ୟା ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ସମ୍ଭବତଃ ସଂପୃକ୍ତି ନାହିଁ । ହତ୍ୟାକାରୀର ବୟସ ୧୫ରୁ ୨୫ ବର୍ଷ ମଧ୍ୟରେ ବୋଲି କୁହାଯାଉଥିବାରୁ ଜଣେ କଲେଜ ଛାତ୍ରଙ୍କ ଉପରକୁ ସମସ୍ତଙ୍କ ନଜର ଯାଇଛି । ସଂପୃକ୍ତ କଲେଜ ଛାତ୍ରକୁ ଏସଆଇଟି ଟିମ୍ ପ୍ରଥମରୁ ସନ୍ଦେହ କରି ପଚରାଉଚୁରା କରିଥିଲେ ।

Previous Post

କଂଗ୍ରେସ ନେତାଙ୍କ ଚାପରେ ନଇଁଲା ବାଙ୍କୀ ପ୍ରଶାସନ

Next Post

ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ

Next Post
ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ

ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA