Sunday, April 5, 2026 05:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାସ୍ତାରେ ଅଟକି ଲୋକଙ୍କ ପାଖକୁ ଚାଲିଲେ

by Our Correspondent
25 Jul, 2023- 06:41 PM
in Latest News, News
1 min read
0
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ଆଜିକୁ ବର୍ଷେ ପୂରିଛି । ଆଉ ଏଭଳି ଦିନରେ ନିଜ ମାଟିରେ ପାଦ ରଖିଛନ୍ତି ମହାମହିମ ରାଷ୍ଟ୍ରପତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆସନ୍ତାକାଲି କଟକରେ ରାଷ୍ଟ୍ରପତିଙ୍କର ଏକାଧିକ କାର୍ଯ୍ୟକ୍ରମ ଥିବା ବେଳେ ୨୭ ତାରିଖରେ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଅଛି ।

ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସଂଧ୍ୟା ୬ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ମୁରଲୀଧର ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ରାଷ୍ଟ୍ରପତି ସିଧା ରାଜଭବନ ଅଭିମୁଖେ ବାହାରିଥିଲେ ।

ବିମାନବନ୍ଦରରୁ ବାହାରିଲା ବେଳେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଥିବା ଆଦିବାସୀ ସାଂସ୍କୃତିକ ଦଳ ପାଖରେ ରାଷ୍ଟ୍ରପତି ହଠାତ୍ ଅଟକି ଯାଇଥିଲେ । ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ସେମାନଙ୍କ ପାଖକୁ ଯାଇଥିଲେ । ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିବା ପିଲାଙ୍କ ସହ ରାଷ୍ଟ୍ରପତି ହାତ ମିଳାଇ ଆଦର କରିଥିଲେ । ସଂଧ୍ୟା ୬ଟା ୨୫ ମିନିଟ୍ ରେ ରାଷ୍ଟ୍ରପତି ରାଜଭବନରେ ପହଞ୍ଚିଥିଲେ ।

ରାଜଭବନରେ ଅତୁଟ ବନ୍ଧନ ପରିବାର ପକ୍ଷରୁ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି । ଏହାପରେ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ ।

ଆସନ୍ତାକାଲି ରାଷ୍ଟ୍ରପତିଙ୍କର କଟକରେ ଦିନ ତମାମ କାର୍ଯ୍ୟକ୍ରମ ଅଛି । ରାଷ୍ଟ୍ରପତି ସକାଳେ ଚଣ୍ଡୀମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାପରେ ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେବେ । ପରେ ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେଇ ସଂଧ୍ୟାରେ ରାଷ୍ଟ୍ରପତି ରାଜଭବନ ଫେରି ଆସିବେ ।

୨୭ ତାରିଖରେ ରାଷ୍ଟ୍ରପତି ତମାଣ୍ଡୋ ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ । ସେଦିନ ସଂଧ୍ୟାରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ୧୨ ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଇନସପେକ୍ଟର, ୧୨୦ ଏସଆଇ ଓ ଏଏସଆଇଙ୍କୁ ନିୟୋଜିତ କରାଯାଇଛି । ବିଭିନ୍ନ ଜାଗାରେ ସମୁଦାୟ ୩୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ଏଥିସହ ୩ଟି କୁଇକ୍ ରେସପନ୍ସ ଟିମ୍, ଦୁଇଟି ସ୍ପେଶାଲ୍ ଟାକ୍ଟିକାଲ୍ ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ ଅଛନ୍ତି । ୧୬୦ ଟ୍ରାଫିକ୍ କର୍ମଚାରୀ ଏବଂ ୧୫୦ ହୋମଗାର୍ଡ, ଅଗ୍ନିଶମ କର୍ମଚାରୀ ମଧ୍ୟ ଦାୟିତ୍ୱରେ ଅଛନ୍ତି ।

Previous Post

ବିଜେଡିରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା

Next Post

ବିଧାୟକ ପାଣ୍ଠିରେ କର୍ମୀଙ୍କ ପାଚେରି ନିର୍ମାଣ !

Next Post
ବିଧାୟକ ପାଣ୍ଠିରେ କର୍ମୀଙ୍କ ପାଚେରି ନିର୍ମାଣ !

ବିଧାୟକ ପାଣ୍ଠିରେ କର୍ମୀଙ୍କ ପାଚେରି ନିର୍ମାଣ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19177 shares
    Share 7671 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA