Wednesday, March 4, 2026 05:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସମ୍ପତ୍ତିର ପାହାଡ଼ରେ ଓଏସଏସସି ସଦସ୍ୟଙ୍କ ପିଏସ୍

ଏତେ ଟଙ୍କା ଆସିଲା କୁଆଡୁ?

by Our Correspondent
30 Jul, 2021- 09:05 PM
in Latest News, News
1 min read
0
ସମ୍ପତ୍ତିର ପାହାଡ଼ରେ ଓଏସଏସସି ସଦସ୍ୟଙ୍କ ପିଏସ୍

ଭୁୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ(ପିଏସ୍) ଙ୍କ ଅମାପ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଛି । ଏ ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକରେ ୩ କୋଟି ମୂଲ୍ୟର ଦୁଇଟି କୋଠା, ୧୪ଟି ପ୍ଲଟ୍, ବିପୁଳ ବ୍ୟାଙ୍କ ବାଲାନ୍ସ, ଏକାଧିକ ସେଭିଙ୍ଗ୍ ପଲିସି, ଦେଢ଼ କେଜିର ସୁନା ଅଳଙ୍କାର ଆଉ ନଗଦ ୨୫ ଲକ୍ଷ ଟଙ୍କା ଠାବ ହୋଇଛି । ପୁଣି ଆଗକୁ କ’ଣ ବାହାରୁଛି ଦେଖାଯିବ ।

ଏହି କୁବେର ତୃତୀୟ ଶ୍ରେଣୀ କର୍ମଚାରୀଜଣଙ୍କ ହେଉଛନ୍ତି ବିରଞ୍ଚି ନାରାୟଣ ସାହୁ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟ ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କ ପ୍ରାଇଭେଟ୍ ସେକ୍ରେଟାରୀ। ଭିଜିଲାନସ୍ ବିଭାଗ ପକ୍ଷରୁ ଆଜି ତାଙ୍କ ଘର ଚଢ଼ଉରୁ ଏହି ବିପୁଳ ସମ୍ପତ୍ତିର ସନ୍ଧାନ ମିଳିଛି ।

ବିରଞ୍ଚିଙ୍କ ଭୁବନେଶ୍ୱର, କଟକ ଘର ସମେତ ତାଙ୍କ ସମ୍ପର୍କୀୟମାନଙ୍କ ଘରକୁ ମିଶାଇ ମୋଟ ୬ ଟି ଜାଗାରେ ଏକକାଳୀନ ଆଜି ସକାଳୁ ଚଢ଼ଉ କରାଯାଇଥିଲା । ଭିଜିଲାନସ୍ ଏସପି ଆର.ପ୍ରକାଶଙ୍କ ନେତୃତ୍ୱରେ ଏହି ଚଢ଼ଉରେ ସାମିଲ ଥିଲେ ୪ ଡିଏସପି, ୧୩ ଇନସପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ । ରାତି ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲେ ମଧ୍ୟ ସମ୍ପତ୍ତି ଖୋଳା ସରିନାହିଁ । ଯେତେ ଖୋଳିଲେ ସେତେ ବାହାରୁଛି ।

ଭୁୁବନେଶ୍ୱର ନୀଳାଦ୍ରି ବିହାର ଘରେ ଥିବା ତାଙ୍କ ଦୁଇମହଲା ବିଶାଳ କୋଠାର ଚାକଚକ୍ୟ, ଘରକରଣା, ଆଲମାରିରେ ଥିବା ଗହଣାଗାଣ୍ଠି ଦେଖିଲା ଭଳି ବୋଲି ଚଢ଼ଉରେ ସାମିଲ ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ବିପୁଳ ବ୍ୟାଙ୍କ ବାଲାନ୍ସ, ଯାବତୀୟ ସେଭିଙ୍ଗସ୍ କାଗଜପତ୍ର ସମେତ ଘରୁ ତାଙ୍କର ବଣ୍ଡଲ୍ ବଣ୍ଡଲ୍ ଟଙ୍କା ମିଳିଥିଲା । ଏତେ ଟଙ୍କା ଗଣିବା ପାଇଁ ଭିଜିଲାନସ୍ ଅଧିକାରୀମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା ।

ବିରଞ୍ଚିଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ମିଳିଥିବା ବେଳେ ତାଙ୍କ ସଳାଙ୍କ ଘରୁ ନଗଦ ମିଳିଥିଲା ୧୩ ଲକ୍ଷ ଟଙ୍କା । ଘର ଭିତରେ ଭିଜିଲାନସ୍ ଅଧିକାରୀମାନେ ରେଡ୍ କରୁଥିବା ବେଳେ ବିରଞ୍ଚି ଅତର୍ଚ୍ଛାରେ ଘର ଝରକା ବାଟେ କିଛି ଟଙ୍କା ବଣ୍ଡଲ୍ ବାହାରକୁ ଫୋପାଡ଼ି ଦେଇଥିବା କୁହାଯାଉଛି ।

ବାବୁଙ୍କର ଏତେ ପଇସା ଯେ ମଉଜମସ୍ତି ପାଇଁ ପରିବାରକୁ ଧରି ବିଦେଶ ଭ୍ରମଣ ବି କରୁଥିଲେ । ଦୁଇଥର ବିଦେଶ ଭ୍ରମଣରେ ଯାଇଥିବାର କାଗଜପତ୍ର ତାଙ୍କ ଘରୁ ଜବତ କରିଛନ୍ତି ଭିଜିଲାନସ୍ ଅଧିକାରୀ ।

ବିରଞ୍ଚି ଏତେ ସମ୍ପତ୍ତି କେଉଁଠୁ ଅର୍ଜିଲେ ତାହା ସମସ୍ତଙ୍କୁ ତାଜୁବ କରିଛି । ଜଣେ ତୃତୀୟ କର୍ମଚାରୀ ତାଙ୍କ ଦରମାରେ ଏତେ ସମ୍ପତ୍ତି କରିବା ସମ୍ଭବ ନୁହେଁ । ତେଣୁ ଏହା ଯେ ଅସାଧୁ ଅର୍ଜିତ ସମ୍ପତ୍ତି ତାହା ସ୍ପଷ୍ଟ ହୋଇଯାଇଛି । ତେବେ ଗଣମାଧ୍ୟମରେ ବିରଞ୍ଚି ନିଜର ବେନାମୀ ସମ୍ପତ୍ତିକୁ ନେଇ ଲଜ୍ଜିତ ହେବା ବଦଳରେ ଫୁଟାଣି ଦେଖାଇଛନ୍ତି । ଯାହା କହିବେ କୋର୍ଟରେ କହିବେ ବୋଲି ଦମ୍ଭ ମାରିଛନ୍ତି ।

ଅନ୍ୟପକ୍ଷରେ କୁବେର କର୍ମଚାରୀ ବିରଞ୍ଚି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ହୋଇଥିବାରୁ ବ୍ୟବସ୍ଥା ଉପରେ ଭୟଙ୍କର ସନ୍ଦେହ ସୃଷ୍ଟି କରିଛି । ସରକାରୀ ଚାକିରି ପାଇଁ ପ୍ରାର୍ଥୀ ଚୟନ କରୁଥିବା ଷ୍ଟାଫ୍ ସିଲେକ୍ସନ୍ କମିଶନରେ ଲାଞ୍ଚ କାରବାର ଚାଲେ ବୋଲି ଅନେକଙ୍କ ଆଶଙ୍କା ତାହା ହେଲେ କ’ଣ ସତ କି ବୋଲି ପ୍ରଶ୍ନ ଉଠିଛି ।

ତେବେ କମିଶନ ସଦସ୍ୟ ପ୍ରଫେସର ଜଗନ୍ନାଥ ଲେଙ୍କା ନିଜ ସଫେଇରେ କହିଛନ୍ତି ଯେ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ସାହୁଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନ ଥିଲା । ପ୍ରାଇଭେଟ୍ ସେକ୍ରେଟାରୀଙ୍କର ଏଠି କିଛି କାମ ଥିଲା ବୋଲି ମୁଁ ଜାଣିନାହିଁ କି ତାଙ୍କର ଆବଶ୍ୟକତା ଅନୁଭବ କରିନାହିଁ । ସେ କେଉଁଠୁ ଏତେ ପଇସା ଆଣିଲେ ସେ ବିଷୟରେ ମୁଁ କିଛି କହିପାରିବି ନାହିଁ ବୋଲି ପ୍ରଫେସର ଲେଙ୍କା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ଷ୍ଟାଫ୍ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ବିରଞ୍ଚି ସାହୁଙ୍କ ସମ୍ପତ୍ତିରେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଏତେ ଟଙ୍କା ସେ କେଉଁଠୁ ଆଣିଲେ ତଦନ୍ତ ପରେ ଜଣାପଡ଼ିବ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Previous Post

୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

Next Post

ଅନଲକ୍ ଓଡ଼ିଶା: ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ

Next Post
ଅନଲକ୍ ଓଡ଼ିଶା: ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ

ଅନଲକ୍ ଓଡ଼ିଶା: ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA