Friday, March 13, 2026 01:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ପ୍ରବଳ ଉତ୍ସାହ

ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ସରକାରଙ୍କ ଷଡ଼ଯନ୍ତ୍ର:ଭକ୍ତ

by Our Correspondent
10 Jul, 2025- 10:02 PM
in Latest News, News, Politics
1 min read
0
ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ପ୍ରବଳ ଉତ୍ସାହ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ତାଙ୍କ ସହ ଆସୁଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦକ(ସଂଗଠନ) କେ.ସି.ଭେନୁଗୋପାଳ । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଉଦବୋଧନ ଦେବେ । ସେଥିପାଇଁ ପିସିସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କର୍ମୀମହଲରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନେ ଏକାଠି ହୋଇଥିବାରୁ ରାଜନୈତିକ ମହଲ ଚଳଚଞ୍ଚଳ ହୋଇଉଠିଛି ।

ରାହୁଲଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ପିସିସି ସଭାପତି ଶ୍ରୀ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ରାହୁଲଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ବିଜେପି ସରକାର ଉଦ୍ୟମ କରୁଥିବା ସେ ଅଭିଯୋଗ କରିଥିଲେ ।

କହିଥିଲେ, ବିଜେପି ରାଜନୈତିକ ଦୁଷ୍କର୍ମ କରୁଛି । ରାହୁଲ ଗାନ୍ଧୀଙ୍କ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନକୁ ବିରୋଧ କରିବା ପାଇଁ ରାଜ୍ୟବାସୀଙ୍କୁ ହଇରାଣ କରାଯାଉଛି । ଡ୍ରାଇଭରମାନଙ୍କ ଆନ୍ଦୋଳନକୁ ନେଇ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ଆମେ ଡ୍ରାଇଭର ଭାଇମାନଙ୍କୁ ଅନୁରୋଧ କରୁଛୁ, ଆସନ୍ତାକାଲି ସମ୍ବିଧାନ ବଞ୍ଚାଅ ସମାବେଶକୁ ଆସିବାକୁ ଥିବା ଲୋକଙ୍କୁ ଆସିବାକୁ ଦିଅନ୍ତୁ । ଯେଉଁ ଡ୍ରାଇଭର ଗାଡ଼ି ଚଳାଇବେ ତାଙ୍କୁ ସହଯୋଗ କରନ୍ତୁ ।

ଶ୍ରୀ ଦାସ କହିଥିଲେ ଯେ ଆମେ ଅନୁରୋଧ କରିବାର ଅର୍ଥ ନୁହେଁ ଯେ ଆମ ସମାବେଶ ସଫଳ ହେବ ନାହିଁ । ସମ୍ବିଧାନ ବଞ୍ଚଅ ଆନ୍ଦୋଳନକୁ କେହି ରୋକି ପାରିବେ ନାହିଁ । କଂଗ୍ରେସ ଡ୍ରାଇଭର ମହାସଂଘ ସହ ସବୁବେଳେ ଛିଡା ହୋଇଛି । ଆସନ୍ତାକାଲି ଆମକୁ ସମର୍ଥନ ଦିଅନ୍ତୁ । ଯଦି ତା’ ପରଠାରୁ ସହଯୋଗ ଚାହିଁବେ ଆମେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆନ୍ଦୋଳନକୁ ସମର୍ଥନ କରିବୁ ।

ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କେ.ସି.ଭେନୁଗୋପାଳଙ୍କ ସହ ରାହୁଲ ଗାନ୍ଧୀ ଆସନ୍ତାକାଲି ସକାଳ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ବରମୁଣ୍ଡା ପଡ଼ିଆ ସମାବେଶସ୍ଥଳକୁ ଯିବେ । ରାସ୍ତାରେ ବିଭିନ୍ନ ଛକରେ ରାହୁଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଦିନ ୧୨ଟାରେ ସଭା ଆରମ୍ଭ ହେବ । ସଭା ସରିବା ପରେ ଚାଷୀ ପ୍ରତିନିଧି ଦଳକୁ ରାହୁଲ ଭେଟିବା କାର୍ଯ୍ୟକ୍ରମ ରହିଛି ।

ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ଦଳୀୟ ବୈଠକକୁ ରାହୁଲ ସମ୍ବୋଧିତ କରିବେ । ପ୍ରଥମେ ରାଜନୈତିକ ବ୍ୟାପାର କମିଟି ସହ ବୈଠକ କରିବେ । ଏହାପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ସଂଧ୍ୟା ୫ଟାରେ ଦିଲ୍ଲୀ ଫେରିଯିବେ ।

 

Previous Post

ପୁଣି ଥରେ ମନମୋହନ ସାମଲ

Next Post

ଖଟୁଆଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେଡି

Next Post
ଖଟୁଆଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଖଟୁଆଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA