Friday, February 20, 2026 01:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

ବଞ୍ଚିଲାନି କାଳିଆ, ଜଗାକୁ ଛାଡ଼ି ଚାଲିଗଲା

by Our Correspondent
25 Nov, 2020- 10:12 PM
in Health, Latest News, News
1 min read
0
ବଞ୍ଚିଲାନି କାଳିଆ, ଜଗାକୁ ଛାଡ଼ି ଚାଲିଗଲା

କଟକ: ଆଖି ବୁଜିଦେଲା କାଳିଆ । ଡାକ୍ତରମାନଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ତାକୁ ବଞ୍ଚାଇ ପାରିଲେନି । ଦୁଇଦିନ ତଳେ ହଠାତ୍ କାଳିଆର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା । ପ୍ରଫେସର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତାଙ୍କୁ ବଞ୍ଚାଇବା ପାଇଁ ଲାଗିପଡ଼ିଥିଲେ । ମାତ୍ର ସଫଳ ହୋଇପାରିନାହାନ୍ତି । ଯୋଡାମୁଣ୍ଡରୁ ପୃଥକ୍ କାଳିଆର ଭାଇ ଜଗାର ଅବସ୍ଥା କିନ୍ତୁ ପ୍ରଭୁଙ୍କ କୃପାରୁ ଭଲ ଅଛି । ମୁଣ୍ଡରୁ ହେଲମେଟ୍ ହଟି ନ ଥିଲେ ମଧ୍ୟ ସେ ଠିକ୍ ଭାବରେ ଚଲାବୁଲା ଓ ଖିଆପିଆ କରିପାରୁଛି ।

କନ୍ଧମାଳ ଜିଲ୍ଲା ମିଲିପଡ଼ା ଗ୍ରାମର ଭୁଆଁ କହଁର ଓ ପୁଷ୍ପାଞ୍ଚଳୀ କହଁରଙ୍କ ଯୋଡାମୁଣ୍ଡ ସନ୍ତାନଙ୍କୁ ରାଜ୍ୟ ସରକାରଙ୍କ ସହାୟତାରେ ଗତ ୨୦୧୭ ଜୁଲାଇ ୧୩ ତାରିଖରେ ଦିଲ୍ଲୀ ଏମସ୍ ରେ ଭର୍ତ୍ତି କରାଯାଇଥିଲା । ଏହି ଦୁଇ ଶିଶୁଙ୍କ ଯୋଡାମୁଣ୍ଡ ଅଲଗା କରି ତାଙ୍କୁ ବଞ୍ଚାଇ ରଖିବା ଚିକିତ୍ସା ବିଜ୍ଞାନ ପାଇଁ ବିରଳ ଘଟଣା ଥିଲା । ଏଭଳି ଜଟିଳ ଅପରେସନ୍ ପୂର୍ବରୁ ଭାରତରେ କେବେ ସଫଳ ହୋଇ ନ ଥିଲା । ମାତ୍ର ଏମସ୍ ର ତକ୍ରାଳୀନ ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର ଏହି ଚାଲେଂଜକୁ ଗ୍ରହଣ କରିଥିଲେ ।

ଡାକ୍ତର ମହାପାତ୍ରଙ୍କ ନେତୃତ୍ୱରେ ୨୦୧୭ ଅଗଷ୍ଟ ୨୮ ଓ ଅକ୍ଟୋବର ୨୫ ଦୁଇଟି ପର୍ଯ୍ୟାୟରେ ଦୀର୍ଘ ୧୮ ଘଣ୍ଟାର ଅପରେସନ୍ କରାଯାଇ ଯୋଡାମୁଣ୍ଡକୁ ସଫଳତାର ସହ ପୃଥକ୍ କରାଯାଇଥିଲା । ଏହି ବିରଳ ଅପରେସନ୍ କୁ ସଫଳତା ମିଳିବା ସାରା ବିଶ୍ୱରେ ଚିକିତ୍ସା ବିଜ୍ଞାନ ପାଇଁ ଚର୍ଚ୍ଚାର ବିଷୟ ହୋଇଥିଲା । ଦୁଇ ଶିଶୁ ଜଗା ଓ କାଳିଆକୁ ସଫଳତାର ସହ ପୃଥକ୍ କରାଯିବା ପରେ ଜଗାର ସ୍ୱାସ୍ଥ୍ୟାବସ୍ଥା ଏକ ପ୍ରକାର ଭଲ ରହୁଥିଲେ ମଧ୍ୟ କାଳିଆର ସ୍ୱାସ୍ଥ୍ୟ କିନ୍ତୁ ଭଲ ରହୁ ନ ଥିଲା । ଡାକ୍ତରମାନଙ୍କ ତୀକ୍ଷ୍ମ ନଜରରେ ରହୁଥିଲା କାଳିଆ ।

ଏମସ୍ ରେ ଦୁଇବର୍ଷ ଧରି ଚିକିତ୍ସାଧୀନ ପରେ ଗତବର୍ଷ ସେପ୍ଟେମ୍ବର ୭ ତାରିଖରେ ଜଗା ଓ କାଳିଆଙ୍କୁ ବେଶ୍ ଯତ୍ନ ଓ ସତର୍କତାର ସହ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିରେ ତାଙ୍କର ଚିକିତ୍ସା ଜାରି ରଖିବା ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ସହ ୧୪ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ସରକାର ଜଗା କାଳିଆଙ୍କ ଚିକିତ୍ସା ବ୍ୟବସ୍ଥାକୁ ମନିଟର୍ କରୁଥିଲେ । ଡାକ୍ତରମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ଉନ୍ନତି ଆସୁଥିଲା ।

୭ ଦିନ ତଳେ କାଳିଆର ଅବସ୍ଥାରେ ହଠାତ୍ ଅବନ୍ନତି ଘଟିଥିଲା । ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ଦୁଇଦିନ ତଳେ ତାଙ୍କୁ ଭେଣ୍ଟିଲେଟର୍ କୁ ଅଣାଯାଇଥିଲା । ମାତ୍ର ଆଜି ସକାଳୁ ଅବସ୍ଥା ଅତ୍ୟଧିକ ସଙ୍କଟାପନ୍ନ ହୋଇଥିଲା । ସେଫଟିସେମିୟା ଯୋଗୁଁ ଆଜି ରାତି ୯.୧୦ ମିନିଟ୍ ରେ କାଳିଆ ଆଖି ବୁଜିଦେଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ୧୪ ମାସ ଧରି ଆମ ଚିକିତ୍ସାରେ ଥିବା କାଳିଆକୁ ବଞ୍ଚାଇବାରେ ଡାକ୍ତର ସମର୍ଥ ହୋଇପାରି ନ ଥିବା ଦୁଃଖର ସହ ଘୋଷଣା କରିଛନ୍ତି ।

ଜଗାକୁ ଛାଡ଼ି କାଳିଆ ଚାଲିଯିବା ଘଟଣା ସାରା ରାଜ୍ୟବାସୀଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ଏହାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସ୍ୱାସ୍ଥ୍ୟ ବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି ।

Previous Post

ପଣ୍ଡା ଦମ୍ପତ୍ତି ଗିରଫ ହେବେ ତ?

Next Post

ପରୀକୁ ନ୍ୟାୟ ଦେବ କ୍ରାଇମବ୍ରାଞ୍ଚ!!

Next Post
ପରୀକୁ ନ୍ୟାୟ ଦେବ କ୍ରାଇମବ୍ରାଞ୍ଚ!!

ପରୀକୁ ନ୍ୟାୟ ଦେବ କ୍ରାଇମବ୍ରାଞ୍ଚ!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA