Monday, March 30, 2026 04:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ନୟାଗଡ଼ର ସୌଭାଗ୍ୟ

by Our Correspondent
30 Jul, 2023- 08:05 PM
in Latest News, News
1 min read
0
ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ନୟାଗଡ଼ର ସୌଭାଗ୍ୟ

ଭୁବନେଶ୍ୱର: ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଚଢ଼ିବାକୁ ଯାଉଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ନୟାଗଡ଼ର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କରୁଣାକର ପଟ୍ଟନାୟକ, ଭାରତ ସରକାରଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ଓ ଡିଏଭିପିର ପୂର୍ବତନ ମହାନିର୍ଦେଶକ ତଥା ପିଆଇବିର ପୂର୍ବତନ ମୁଖ୍ୟ ମହାନିର୍ଦେଶକ ଡ. ଉମାକାନ୍ତ ମିଶ୍ର ଏବଂ ପ୍ରଥିତଯଶା ଲେଖକ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ସୌଭାଗ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ସୌଭାଗ୍ୟ କେବଳ ନୟାଗଡ଼, ନୁହେଁ ଓଡ଼ିଶା ଓ ଭାରତ ପାଇଁ ଆଣିବେ ଏବଂ ତାଙ୍କୁ ସାରା ରାଜ୍ୟ ସ୍ୱାଗତ କରିବ ବୋଲି ନିଜର ବକ୍ତବ୍ୟରେ କହିଥିଲେ କରୁଣାକର ପଟ୍ଟନାୟକ। ସାଧୁତା, କଠିନ ପରିଶ୍ରମ ଓ ବିନମ୍ରତା ସଫଳତା ଆଣିଥାଏ ବୋଲି କହିଥିଲେ ଡ. ଉମାକାନ୍ତ ମିଶ୍ର। ସୌଭାଗ୍ୟଙ୍କ ପାଖରେ ଏ ତିନି ଗୁଣ ଥିବାରୁ ସେ ନିଶ୍ଚୟ ସଫଳ ହୋଇ ଫେରିବେ ବୋଲି ଆଶା କରିଥିଲେ ଡ. ମିଶ୍ର। ପ୍ରତିଟି ସଫଳତା ପଛରେ ଅନେକ ବିଫଳତାର ତାଲିକା ଥାଏ। ମନୋବଳ ଦୃଢ଼ କରି ସୌଭାଗ୍ୟ ଆଗକୁ ବିଶ୍ୱର ଅନ୍ୟ ଗିରିଶୃଙ୍ଗ ମଧ୍ୟ ଲଙ୍ଘିପାରିବେ ବୋଲି ଆଶା କରିଥିଲେ ଶ୍ରୀ ବେନହୁର।

ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ସୌଭାଗ୍ୟ ନିଜର ପୂର୍ବ ଅଭିଜ୍ଞତା ବଖାଣିବା ସହ ଆଗାମୀ ଯୋଜନା ବାବଦରେ ତଥ୍ୟ ଓ ସୂଚନା ଉପସ୍ଥାପନ କରିଥିଲେ। ପୂର୍ବରୁ ୨୦୧୯ରେ ଜର୍ମାନୀର ହାମବର୍ଗଠାରେ ଓ ୨୦୨୨ରେ କାଜାକସ୍ଥାନର ଆସ୍ଥାନା ସହରରେ ସଫଳତାର ସହ ଏକକାଳୀନ ସନ୍ତରଣ, ସାଇକ୍ଲିଂ ଓ ଦୌଡ଼ ସମାପ୍ତ କରି ଦୁଇଥର ଆଇରନ୍‌ ମ୍ୟାନ୍‌ ଟାଇଟଲ୍‌ ହାସଲ କରିଛନ୍ତି। ପୂର୍ବରୁ ସେ ଭୃଗୁ ଲେକ୍, ଫ୍ରେଣ୍ଡସିପ୍‌ ପିକ୍‌, ହମ୍‌ତା ପାସ୍‌ ଭଳି ଗିରିଶୃଙ୍ଗ ସଫଳତାର ସହ ଆରୋହଣ କରିଛନ୍ତି। ଭବିଷ୍ୟତରେ ସେ ବିଶ୍ବର ୭ ମହାଦେଶର ସର୍ବୋଚ୍ଚ ୭ ଗିରିଶୃଙ୍ଗ ଆରୋହଣ କରିବାକୁ ଲକ୍ଷ ରଖିଛନ୍ତି।

ପ୍ରସିଦ୍ଧ କଥାଶିଳ୍ପୀ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ସାମ୍ବାଦିକ ତଥା ମଞ୍ଚର ସହଆବାହକ ସୁବ୍ରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ମଞ୍ଚର ସଦସ୍ୟଙ୍କ ସମେତ ନୟାଗଡ଼ ଜିଲ୍ଲାର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ସୌଭାଗ୍ୟ ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିବେ। ଅଗଷ୍ଟ ୭ରେ ମସ୍କୋରୁ ‘ମିନେରାଲନୀ ଭଡୀ’ ଯାତ୍ରା କରିବେ। ତହିଁ ପରଦିନ ଅଗଷ୍ଟ ୮ ତାରିଖରେ ତାଙ୍କର ଦୁଃସାହସିକ ପର୍ବତାରୋହଣ ଆରମ୍ଭ ହେବ।

Previous Post

ପୁଣି ନବୀନ, ପୁଣି ମୋଦୀ !

Next Post

ହ୍ୱିଲ୍ ଚେୟାରରେ ପରୀକ୍ଷା ଦେଇ ଓଏଏସ୍ ଟପ୍ପର

Next Post
ହ୍ୱିଲ୍ ଚେୟାରରେ ପରୀକ୍ଷା ଦେଇ ଓଏଏସ୍ ଟପ୍ପର

ହ୍ୱିଲ୍ ଚେୟାରରେ ପରୀକ୍ଷା ଦେଇ ଓଏଏସ୍ ଟପ୍ପର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19176 shares
    Share 7670 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA