Monday, February 23, 2026 02:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦୁର୍ଘଟଣାରେ ଚାଲିଗଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା

by Our Correspondent
01 Jul, 2022- 10:37 AM
in Latest News, News
1 min read
0
ଦୁର୍ଘଟଣାରେ ଚାଲିଗଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା

ଭୁବନେଶ୍ୱର: ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଆଉ ନାହାନ୍ତି । ରଥଯାତ୍ରା କଭରେଜ୍ ପାଇଁ ପୁରୀ ଯାଉଥିବା ବେଳେ ସାତସଙ୍ଖ ନିକଟରେ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ତାଙ୍କର ଅକାଳ ମୃତ୍ୟୁ ଖବର ସାମ୍ବାଦିକ ଜଗତକୁ ସ୍ତବ୍ଧ କରିଦେଇଛି । ରଥଯାତ୍ରା ସକାଳୁ ସକାଳୁ ଏହି ଦୁଃଖଦ ଖବରକୁ ସହଜରେ କେହି ଗ୍ରହଣ କରିପାରିନାହାନ୍ତି ।

ରଥଯାତ୍ରା ଡ୍ୟୁଟି ପାଇଁ ଆଜି ବଡ଼ି ସକାଳୁ ଶ୍ରୀ ପଣ୍ଡା ନିଜ ମୋଟରସାଇକେଲରେ ଭୁବନେଶ୍ୱରରୁ ପୁରୀ ବାହାରିଥିଲେ । ସାତସଙ୍ଖ ନିକଟରେ କୌଣସି ଏକ ଅଜଣା ଗାଡ଼ି ସହ ତାଙ୍କ ମୋଟରସାଇକେଲ୍ ଧକ୍କା ହୋଇଥିବା ଜଣାପଡ଼ିଛି । ଶ୍ରୀ ପଣ୍ଡା ତଳେ ପିଟି ହୋଇଯାଇଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଦୁର୍ଘଟଣା ସମୟରେ ସେଠାରେ ଉପସ୍ଥିତ ଲୋକମାନେ ତୁରନ୍ତ ପୁଲିସକୁ ଖବର ଦେବା ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗାରେ ଜନ୍ମିତ ଶ୍ରୀ ଅଶୋକ ପଣ୍ଡା ଫଟୋଗ୍ରାଫି ଏବଂ ଭିଡ଼ିଓଗ୍ରାଫିରେ ଡିପ୍ଲୋମା ପାସ୍ କରିବା ପରେ ୧୯୮୪ ମସିହାରେ ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସିରେ କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୯୬ ମସିହାରେ ସେ ‘ସମୟ’ ଖବରକାଗଜରେ ଯୋଗଦେଇଥିଲେ । ଏସିଆନ୍ ଏଜ୍, ଟାଇମ୍ସ ଅଫ ଇଣ୍ଡିଆ ଭଳି ବିଭିନ୍ନ ଜାତୀୟ ଖବରକାଗଜ ଏବଂ ୱେବ୍ ପୋର୍ଟାଲ୍ ଗୁଡ଼ିକୁ ମଧ୍ୟ ସେ ଫଟୋ ଦେଉଥିଲେ । ଜଣେ ଦକ୍ଷ ଓ ଲୋକପ୍ରିୟ ଫଟୋ ସାମ୍ବାଦିକ ଭାବେ ଓଡ଼ିଶା ମିଡ଼ିଆ ଜଗତରେ ବେଶ୍ ଜଣାଶୁଣା ଥିଲେ । ତାଙ୍କର ଦକ୍ଷତା ପାଇଁ ସେ ଅନେକ ପୁରସ୍କାର ପାଇଥିଲେ ।

ତାଙ୍କର ପତ୍ନୀ ଏବଂ ୧୦ ବର୍ଷର ଏକମାତ୍ର ଝିଅ ଅଛନ୍ତି ।

ଅଶୋକ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

ଅଶୋକଙ୍କ ବିୟୋଗରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, ଶ୍ରୀ ପଣ୍ଡାଙ୍କ ଅକାଳ ବିୟୋଗ ଗଣମାଧ୍ୟମର ଫଟୋ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି । ଇଶ୍ୱର ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବା ପାଇଁ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଅଶୋକଙ୍କ ଅକାଳ ନିଧନରେ ଦୁଃଖ ପ୍ରକାଶ କରି ସାମ୍ବାଦିକ ଜଗତ ଓ ବିିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିବିଶେଷଙ୍କଠାରୁ ଶୋକବାର୍ତ୍ତା ଆସିବାରେ ଲାଗିଛି ।

Previous Post

ଜେଲ୍ ଗଲେ ଅର୍ଦ୍ଧେନ୍ଦୁ ଦାସ

Next Post

ଜୟ ଜଗନ୍ନାଥ

Next Post
ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA